• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବାରବାଟୀ ଫାଇଟକୁ ନେଇ ବଢୁଛି ଉତ୍କଣ୍ଠା । କାଲିର ମ୍ୟାଚ୍ ପାଇଁ ଆଜି ଅଭ୍ୟାସ ପାଇଁ ବାରବାଟୀରେ ପହଞ୍ଚି ସାରିଛି ଟିମ୍ ଇଣ୍ଡିଆ । କଡ଼ା ସୁରକ୍ଷା ଭିତରେ ଖେଳାଳିଙ୍କୁ ଭୁବନେଶ୍ୱରରୁ କଟକ ବାରବାଟୀ ଷ୍ଟାଡିୟମ ଅଣାଯାଇଛି । ବାରବାଟୀରେ ଆଜି ଅଭ୍ୟାସ କରିବେ ଭାରତୀୟ ଖେଳାଳି । ଏହା ପୂର୍ବରୁ ଆଜି ଦକ୍ଷିଣ ଆଫ୍ରିକା ଟିମ୍ ମଧ୍ୟ ଅଭ୍ୟାସ କରିଥିଲା । ଆସନ୍ତାକାଲି ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ଟକ୍କର ହେବ ।

ତେବେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ବେଳେ ବାରବାଟୀ ଷ୍ଟାଡ଼ିୟମ ଭିତରକୁ ଦର୍ଶକ ନେଇପାରିବେ ନାହିଁ ଖାଦ୍ୟ କିମ୍ବା ପାଣି ବୋତଲ । କେବଳ ଖାଦ୍ୟ କି ପାଣି ବୋତଲ ନୁହେଁ, ବାଡ଼ି, ମ୍ୟାଚ ବକ୍ସ, ହେଲମେଟ୍ କିମ୍ବା କୌଣସି ବ୍ୟାଗ ମଧ୍ୟ କୌଣସି ଦର୍ଶକ ନେଇପାରିବେନି । ଏସବୁ ସାମଗ୍ରୀକୁ ସମ୍ପୂର୍ଣ୍ଣ ବାରଣ କରିଛି କମିଶନରେଟ୍ ପୋଲିସ । ମ୍ୟାଚ ବେଳେ କରୋନା ସ୍ଥିତିକୁ ଦେଖି ମାସ୍କ ବାଧ୍ୟତାମୂଳକ କରାଯାଇଛି ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି କଟକ ଡିସିପି ପିନାକ ମିଶ୍ର ।

ଆସନ୍ତାକାଲି ହେବାକୁ ଥିବା ଟି- ଟ୍ୱେଣ୍ଟି ମ୍ୟାଚ ପାଇଁ କିଭଳି ସୁରକ୍ଷା ବ୍ୟବସ୍ଥା କରାଯାଇଛି, କଣ ରହିବ ବିଧି ବ୍ୟବସ୍ଥା ଏ ସମ୍ପର୍କରେ ଦର୍ଶକଙ୍କ ଉଦ୍ଦେଶ୍ୟରେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଡିସିପି । ଆସନ୍ତାକାଲି ଅପରାହ୍ନ ୩ଟାରେ ଷ୍ଟାଡିୟମ୍ ଗେଟ୍ ଖୋଲାଯିବ । ସାଙ୍ଗରେ ଦର୍ଶକ କେବଳ ମୋବାଇଲ ନେବାକୁ ଅନୁମତି ମିଳିବ । ଖୁଚୁରା ପଇସା ନଆଣିଲେ ଭଲ କହିଛନ୍ତି ଡିସିପି ପିନାକ ମିଶ୍ର । ବାରବାଟୀର ସୁରକ୍ଷା ପାଇଁ ୬୨ ପ୍ଲାଟୁନ ଫୋର୍ସ ମୁତୟନ ହବେ । ୩ ଡିସିପି, ୭ ଅତିରିକ୍ତ ଡିସିପି, ୩୨ ଜଣ ACP ମୁତୟନ ହେବେ ୪୫ ଇନ୍ସପେର, ୨୭୦ SI ରାଙ୍କ୍ ଅଧିକାରୀ ମୁତୟନ ହେବେ ।