• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଦିଲ୍ଲୀ: ପ୍ରଥମ T20ରେ ହାରିଲା ଭାରତ। ୭ ୱିକେଟ୍‌ରେ ଦକ୍ଷିଣ ଆଫ୍ରିକା ଠାରୁ ହାରିଲା। ଭାନ ଡେର ଦୁସେନଙ୍କ ୭୫ ଓ ମିଲରଙ୍କ ୬୪ ରନର ବିସ୍ଫୋରକ ଇନିଂସ ଫଳରେ ବିଶାଳ ରନ୍‌ର ଲକ୍ଷ୍ୟକୁ ହାସଲ କରିପାରିଛି ସାଉଥ୍ ଆଫ୍ରିକା। ଇଣ୍ଡିଆ-ସାଉଥ ଆଫ୍ରିକା ପ୍ରଥମ ଟି-ଟ୍ୱେଣ୍ଟିରେ ପ୍ରଥମେ ବ୍ୟାଟିଂ କରିଥିଲା ଭାରତ। ଦିଲ୍ଲୀରେ ଖେଳାଯାଉଥିବା ଏହି ମ୍ୟାଚରେ ଟସ୍ ଜିତିବା ପରେ ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା ଦକ୍ଷିଣ ଆଫ୍ରିକା। 

ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି-୨୦ରେ ଈଶାନ କିଶନ ଓ ହାର୍ଦ୍ଦିକ ପାଣ୍ଡ୍ୟା ବିସ୍ଫୋରକ ବ୍ୟାଟିଂ କରିଥିଲେ। ଏମାନଙ୍କ ସହ ଅଧିନାୟ ଋଷଭ ପନ୍ତ ମଧ୍ୟ ଦମଦାର ଖେଳ ଦେଖାଇଥିଲେ। ଆଜି ପନ୍ତ ପ୍ରଥମଥର ପାଇଁ ଭାରତର କମାଣ ସମ୍ଭାଳିଛନ୍ତି।

ଈଶାନଙ୍କ ୭୬, ପାଣ୍ଡ୍ୟାଙ୍କ ଅପରାଜିତ ୩୧ ଓ ପନ୍ତଙ୍କ ୨୯ ରନ୍‌ ବଳରେ ଟିମ୍‌ ଇଣ୍ଡିଆ ନିର୍ଦ୍ଧାରିତ ୨୦ ଓଭର୍‌ରେ ୪ ୱିକେଟ ହରାଇ ବିଶାଳ ୨୧୧ ରନ କରିଥିଲା। ଏହି ମ୍ୟାଚ୍‌ ଜିତିବା ପାଇଁ ୨୧୨ ରନ୍‌ର ଟାର୍ଗେଟ ଦେଇଥିଲା। ୫ଟି ବଲ୍‌ ବାକିଥାଇ ମ୍ୟାଚକୁ କବଜା କରିନେଇଥିଲା ସାଉଥ୍ ଆଫ୍ରିକା।