• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କ୍ରିକେଟ୍‌ରୁ ଅବସର ନେଲେ ବିଶ୍ୱର ଜଣେ ସଫଳ ମହିଳା କ୍ରିକେଟର ତଥା ଡାହାଣହାତୀ ବ୍ୟାଟ୍ସମ୍ୟାନ୍‌ ମିତାଲି ରାଜ୍ । ଆନ୍ତର୍ଜାତୀୟ କ୍ରିକେଟ୍‌ର ସବୁ ଫର୍ମାଟ୍‌ରୁ ଅବସର ନେଇଛନ୍ତି ମିତାଲି ରାଜ। ପୂର୍ବରୁ ସେ ଟି-୨୦ ଫର୍ମାଟ୍‌ରୁ ଅବସର ନେଇସାରିଥିବା ବେଳେ ଆଜି ଦିନିକିଆରୁ ନେଇଛନ୍ତି ଅବସର । ଦୀର୍ଘ ୨୩ ବର୍ଷର କ୍ରିକେଟ କ୍ୟାରିଅରକୁ ଅଲବିଦା କରିଛନ୍ତି ମିତାଲି । କ୍ରିକେଟର ସମସ୍ତ ଫର୍ମାଟରୁ ସେ ଅବସର ଘୋଷଣା କରିଥିବା ସୂଚନା ଦେଇଛନ୍ତି । ଆଜି ଟ୍ୱିଟ୍ କରି ନିଜ ଅବସର ସମ୍ପର୍କରେ ସେ ଅବଗତ କରିଛନ୍ତି । ଭାରତୀୟ ମହିଳା କ୍ରିକେଟ ଦଳର ପୂର୍ବତନ କ୍ୟାପ୍ଟେନ୍ ଥିଲେ ମିତାଲି । ଏକାଧିକ ବିଶ୍ୱକପ୍ ସହ ଅନେକ ଟୁର୍ଣ୍ଣାମେଣ୍ଟରେ ଟିମ୍‌ର ନେତୃତ୍ୱ ନେଇଥିଲେ। ମିତାଲିଙ୍କ ନାଁରେ ରହିଛି ଏକାଧିକ ରେକର୍ଡ।

୧୦ ହଜାରରୁ ଅଧିକ ରନ ସଂଗ୍ରହ କରିବାରେ ଅନ୍ତର୍ଜାତୀୟ ସ୍ତରରେ ତାଙ୍କର ରେକର୍ଡ ରହିଛି । ଏପରି ରେକର୍ଡ କରିବାରେ ସେ ଭାରତରେ ପ୍ରଥମ ଏବଂ ଅନ୍ତର୍ଜାତୀୟ ସ୍ତରରେ ଦ୍ୱିତୀୟ ମହିଳା କ୍ରିକେଟର । ICCI ମହିଳା କ୍ରିକେଟର ରାଙ୍କିଂରେ ୬୮୬ ପଏଣ୍ଟ ସହ ମିତାଲି ବିଶ୍ୱର ସପ୍ତମ ସ୍ଥାନରେ ରହିଛନ୍ତି । ଭାରତୀୟ ଏକଦିବସୀୟ ଅନ୍ତଜାତୀୟ ଟିମ୍‌ର ନେତୃତ୍ୱ ନେଉଥିବା ୩୯ ବର୍ଷୀୟ ମିତାଲିଙ୍କ ପୂର୍ବରୁ ଇଂଲଣ୍ଡର କାର୍ଲୋଟ୍ଟେ ଏଡୱାର୍ଡସ ପ୍ରଥମ ମହିଳା ଭାବେ ଅନ୍ତର୍ଜାତୀୟ କ୍ରିକେଟରେ ୧୦୮୬୮ ରନ୍‌ ସଂଗ୍ରହ କରିଛନ୍ତି । 

୧୯୮୨ ମସିହା ଡିସେମ୍ବର ୩ ତାରିଖରେ ରାଜସ୍ଥାନର ଜୋଧପୁରରେ ଜନ୍ମ ଗ୍ରହଣ କରିଥିବା ମିତାଲି ୧୯୯୯ ମସିହାରେ ଆୟର୍ଲ୍ୟାଣ୍ଡ ବିପକ୍ଷ ଦିନିକିଆ ମ୍ୟାଚ୍‌ରେ ଡେବ୍ୟୁ କରିଥିଲେ । ସେତେବେଳେ ତାଙ୍କୁ ମାତ୍ର ୧୬ ବର୍ଷ ବୟସ ହୋଇଥିଲା । କିନ୍ତୁ ଏହାଠାରୁ ବଡ଼ କଥା ହେଲା ୧୯୯୭ ମସିହା ମହିଳା କ୍ରିକେଟ ବିଶ୍ୱକପ୍‌ର ସମ୍ଭାବ୍ୟ ଦଳରେ ମିତାଲିଙ୍କ ନାଁ ସ୍ଥାନ ପାଇଥିଲା । ସେହି ସମୟରେ ତାଙ୍କୁ ମାତ୍ର ୧୪ ବର୍ଷ ହୋଇଥିଲା । ଅବଶ୍ୟ ଏହି ବିଶ୍ୱ କପ୍‌ରେ ତାଙ୍କୁ ଫାଇନାଲ ସ୍କ୍ୱାଡରେ ସ୍ଥାନ ମିଳିନଥିଲା । ୨୦୦୧-୦୨ ମସିହାରେ ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ । ୨୩ ବର୍ଷର ଲମ୍ବା କ୍ରିକେଟ୍‌ କ୍ୟାରିୟରରେ ଟେଷ୍ଟରେ ମିତାଲାଙ୍କ ସବୁଠୁ ବେଷ୍ଟ ସ୍କୋର ହେଲା ୨୧୪ ରନ୍‌, ନଟଆଉଟ୍‌ । 

ତେବେ ୨୦୧୯ ମସିହା ସେପ୍ଟେମ୍ବର ମାସରେ ମିତାଲି ଟି-ଟ୍ୱେଣ୍ଟି କ୍ରିକେଟ୍‌ରୁ ଅବସର ନେଇଥିଲେ । ଗୌହାଟୀରେ ଇଂଲଣ୍ଡ ବିପକ୍ଷରେ ମିତାଲି ଶେଷ ଟି-୨୦ ମ୍ୟାଚ୍ ଖେଳିଥିଲେ । ସେ ମହିଳା ଟି-୨୦ କ୍ରିକେଟରେ ଭାରତର ପ୍ରଥମ କ୍ୟାପଟେନ୍ । ୨୦୦୬ରେ ଡର୍ବି (ଇଂଲଣ୍ଡ ବିପକ୍ଷରେ)ରେ ପ୍ରଥମଥର ପାଇଁ ଭାରତର ନେତୃତ୍ୱ ନେଇଥିଲେ । ମିତାଲି ୮୯ ଟି-୨୦ ମ୍ୟାଚରେ ୧୭ ଅର୍ଦ୍ଧଶତକ ସହ ୨୩୬୪ ରନ୍ କରିଛନ୍ତି, ଯାହା ମହିଳା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ଭାରତ ପକ୍ଷରୁ ସର୍ବାଧିକ ସ୍କୋର ।