• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆସନ୍ତାକାଲି ବାରବାଟୀ ଷ୍ଟାଡିୟମରେ ଭାରତ-ଦକ୍ଷିଣ ଆଫ୍ରିକା ଟି- ଟ୍ୱେଣ୍ଟି ମ୍ୟାଚ ଖେଳାଯିବ । ଏଥିପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଅପରାହ୍ନ ୩ଟାରେ ଷ୍ଟାଡିୟମ୍ ଗେଟ୍ ଖୋଲାଯିବ । ବାରବାଟୀରେ ହେଉଥିବା ମ୍ୟାଚ୍‌ ପାଇଁ ୬୨ ପ୍ଲାଟୁନ ଫୋର୍ସ ମୁତୟନ ହବେ । ୩ ଡିସିପି, ୭ ଅତିରିକ୍ତ ଡିସିପି, ୩୨ ଜଣ ACP ମୁତୟନ ହେବେ । ୪୫ ଇନ୍ସପେର, ୨୭୦ SI ରାଙ୍କ୍ ଅଧିକାରୀ ମୁତୟନ ହେବେ ବୋଲି କଟକ ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି ।

ସେହିପରି ଦର୍ଶକଙ୍କୁ କେବଳ ମୋବାଇଲ ନେବାକୁ ଅନୁମତି ମିଳିବ । ଷ୍ଟାଡିଅମକୁ ଖାଦ୍ୟ କିମ୍ବା ପାଣି ବୋତଲ ମନା କରାଯାଇଛି । ଫୋପାଡ଼ିଲା ଭଳି କୌଣସି ଜିନିଷ ନେଇପାରିବେନି ଦର୍ଶକ । ପାଣିବୋତଲ, ବାଡି, ମ୍ୟାଚ୍ ବକ୍ସ, ହେଲମେଟ୍, ବ୍ୟାଗ ମଧ୍ୟ ଷ୍ଟାଡିଅମକୁ ଅନୁମତି ନାହିଁ । ଖୁଚୁରା ପଇସା ନଆଣିଲେ ଭଲ କହିଛନ୍ତି ଡିସିପି ପିନାକ ମିଶ୍ର । ଦର୍ଶକମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।

ଅନ୍ୟପଟେ କଟକରେ ଭାରତ-ଦକ୍ଷିଣ ଆଫ୍ରିକା ମହାମୁକାବିଲା ପାଇଁ ସଜେଇ ହୋଇଛି ବାରବାଟୀ, ପ୍ରସ୍ତୁତ ହୋଇଛି ଓସିଏ । ଏବେ ବାରବାଟୀରେ ପ୍ରାକ୍ଟିସ କରୁଛି ଦକ୍ଷିଣ ଆଫ୍ରିକା ଟିମ୍ । କିଛି ସମୟ ପରେ ଟିମ୍ ଇଣ୍ଡିଆ ମଧ୍ୟ ଯିବ ଭୁବନେଶ୍ୱର ହୋଟେଲରୁ ବାରବାଟୀ ପଡ଼ିଆ ଯାଏଁ କଡ଼ା ସୁରକ୍ଷା ବ୍ୟବସ୍ଥା କରିଛି କମିଶନରେଟ୍ ପୋଲିସ । ରବିବାର ଦିନର ମ୍ୟାଚ୍ ପାଇଁ ବି ବ୍ୟାପକ ବ୍ୟବସ୍ଥା କରିଛି ପୋଲିସ ପ୍ରଶାସନ ।