Advertisment

ଭୁବନେଶ୍ୱରରେ ପହଞ୍ଚିଲେ ଭାରତୀୟ କ୍ରିକେଟ୍ ଟିମ୍‌

ଦୁଇ ଦଳକୁ ଭବ୍ୟ ସ୍ୱାଗତ କରିଥିଲେ ହୋଟେଲ କର୍ତ୍ତୃପକ୍ଷ

author-image
Chandan Shishu
ଅଦ୍ୟତନ ହୋଇଛି
undefined

Indian Cricket Team and SA Team

ଭୁବନେଶ୍ୱରରେ ପହଞ୍ଚିଲେ ଭାରତୀୟ କ୍ରିକେଟ୍ ଟିମ୍‌। ଉଭୟ ଭାରତୀୟ ଓ ସାଉଥ ଆଫ୍ରିକା କ୍ରିକେଟ୍ ଟିମ୍ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ଉଭୟ ଦଳର ଖେଳାଳିଙ୍କୁ କଡ଼ା ସୁରକ୍ଷା ଭିତରେ ହୋଟେଲକୁ ପାଛୋଟି ନିଆଯାଇଥିଲା। ଦୁଇଟି ଅତ୍ୟାଧୁନିକ ଓ ଉନ୍ନତମାନର ବସ୍‌ ଯୋଗେ ହୋଟେଲ ମେଫେୟାରକୁ ଖେଳାଳିମାନଙ୍କୁ ଅଣାଯାଇଥିଲା। ଏଥିପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Advertisment

ଖେଳାଳିଙ୍କ ଆଗମନରେ ସଜେଇ ହୋଇଛି ମେ ଫେୟାର ହୋଟେଲ୍। ଦୁଇ ଦଳକୁ ଭବ୍ୟ ସ୍ୱାଗତ କରିଥିଲେ ହୋଟେଲ କତ୍ତୃପକ୍ଷ। ହୋଟେଲ୍‌ରେ ପ୍ରବେଶ ବେଳେ ଯୋଡ଼ି ଶଙ୍ଖ, ଘୋଡ଼ା ନାଚ ଭଳି ବିଭିନ୍ନ ଓଡ଼ିଆ ପାରମ୍ପରିକ ବାଜା ବଜାଇ ଦୁଇ ଦଳର ଖେଳାଳିଙ୍କୁ ଅଣାଯାଇଥିଲା। 

ହୋଟେଲରେ କେମିତି ରହିଛି ବ୍ୟବସ୍ଥା-

ଏହାପରେ ସେମାନଙ୍କ ପାଇଁ ସ୍ବତନ୍ତ୍ର ମିଠା ଓ କେକ୍ର ପ୍ଲେଟର ପ୍ରସ୍ତୁତ କରାଯାଇଛି। ଲୋ-କ୍ୟାଲୋରୀ ଥିବା ମିଠାକୁ ଖେଳାଳିଙ୍କୁ ଦିଆଯିବ। ପ୍ରତି ଖେଳାଳିଙ୍କ ଫଟୋକୁ ରଖି ଏହି ପ୍ଲାଟର ପ୍ରସ୍ତୁତ ହୋଇଛି। ଏହାପରେ ସ୍ବାସ୍ଥ୍ୟକର ଡ୍ରିଙ୍କସ୍, ଜୁସ୍, ସୁପ୍ ବ୍ୟବସ୍ଥା ହୋଇଛି। ସକାଳ ବ୍ରେକଫାଷ୍ଟଠୁ ଆରମ୍ଭ କରି ରାତିର ଡିନର୍‌ ଯାଏଁ ସବୁ ଖାଦ୍ୟ ଉପରେ ବିଶେଷ ଧ୍ୟାନ ରଖାଯାଇଛି। 

Advertisment

ବ୍ରେକ୍ ଫାଷ୍ଟରେ ସାଉଥ୍ ଇଣ୍ଡିଆନ୍ ଜଳଖିଆ ଯେପରି ଦୋସା, ଇଡଲି, ଉତପମ୍, ପୁରୀ, ଚଟଣୀ ପରସା ଯିବ। ଏହି ଅବସରରେ ଖେଳାଳିଙ୍କ ପାଇଁ ସ୍ୱତନ୍ତ୍ର ଓଡ଼ିଆ ଖାଦ୍ୟର ବ୍ୟବସ୍ଥା ବି ହୋଇଛି। ଯେପରି ଚକୁଳି, କାକରା, ମଣ୍ଡା ଏବଂ ଛେନାପୋଡ଼ ଉଭୟ ଟିମ୍‌ର ଖେଳାଳିଙ୍କ ପାଇଁ ପରଷା ଯିବ। ସୁଗର୍ ଫ୍ରି ମିଠା ଏବଂ ଓଡ଼ିଶାର ଭଳିକି ଭଳି ମିଠା ବି ଖାଇବାକୁ ଦିଆଯିବ।

ସେପଟେ ଖେଳାଳିଙ୍କ ସୁରକ୍ଷା ଲାଗି ହୋଟେଲରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସାଙ୍ଗକୁ କେବଳ ଭୁବନେଶ୍ୱରରେ ୨୦ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି। କ୍ରିକେଟରମାନେ ପ୍ରାକ୍ଟିସ ପାଇଁ କଟକ ଯିବାକୁ ଥିବାରୁ ସେମାନଙ୍କ ଯାତାୟତ ଲାଗି ସ୍ୱତନ୍ତ୍ର ଓ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପୋଲିସ ଡିଜି ସୁନୀଲ ବଂଶଲ, ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଷ୍ଟାଡିୟମରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି। ଆସନ୍ତା ୧୨ ତାରିଖ ରବିବାର

Cricket T20 Ind Vs SA
Advertisment
Advertisment