ଦୁର୍ଘଟଣା ପୂର୍ବରୁ ଠିକ ସମୟରେ ପ୍ରଶାସନକୁ ସୂଚନା ଦେବା ଯୋଗୁଁ ଫ୍ରାନସିସ୍ ସ୍କଟ୍ ବ୍ରିଜ୍ ଉପରେ ଯାତାୟତ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିଲା । ଫଳରେ ବଡ଼ କ୍ଷତିରୁ ଆମେ ବର୍ତ୍ତି ଯାଇଛୁ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ।
ଅଭିଜିତ୍ ଇଞ୍ଜିନିୟରିଂ ସିଟ୍ ପାଇବା ପରେ ବୋଷ୍ଟନ୍ ୟୁନିଭରସିଟିରେ ନାମ ଲେଖାଇଥିଲେ। ଆମେରିକାରେ ଅଜ୍ଞାତ ଆକ୍ରମଣକାରୀମାନେ ତାଙ୍କୁ ହତ୍ୟା କରିବା ପରେ ମୃତଦେହକୁ କାରରେ ନେଇ ଜଙ୍ଗଲରେ ଫିଙ୍ଗି ଦେଇଛନ୍ତି। ପୋଲିସ ତାଙ୍କର ମୃତଦେହ ଜବତ କରିଛି।
ମୃତକମାନେ ହେଲେ ୫୧ ବର୍ଷୀୟ ରାଜୀବ ୱାରିକୋ, ତାଙ୍କ ପତ୍ନୀ ୪୭ ବର୍ଷୀୟ ଶିଳ୍ପା କୋଥା ଏବଂ ସେମାନଙ୍କର ୧୬ ବର୍ଷର ଝିଅ ମହକ ୱାରିକୋ ।
ଜାଣି ଆପଣ ବି ନିଶ୍ଚୟ ଗର୍ବ ଅନୁଭବ କରିବେ । ଆମ ଭାରତ ବି କିଛି କମ୍ ନୁହେଁ । କରେନ୍ସି ତାଲିକାରେ ଭାରତର ମୁଦ୍ରା ଦାମ୍ କେତେ ରହିଛି ଆସନ୍ତୁ ଜାଣିବା...
ଭାରତୀୟ ରେଳବାଇରେ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏହା ଏକ ଭଲ ସୁଯୋଗ। ଏନେଇ ବିଭାଗ ଏକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି। ଅନ୍ଲାଇନରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ରେଳ କୋଚ୍ କାରଖାନା କାପୁରଥାଲାରେ ଖାଲିଥିବା ପଦବୀ ପୂରଣ ହେବ। ଆବେଦନ ବିଷୟରେ ଜାଣିବା ପାଇଁ ଏହି ଖବର ଦେଖନ୍ତୁ।
ଭାରତୀୟ ରେଳ ହେଉଛି ଏକ ବିଶାଳ ପ୍ଲାଟଫର୍ମ ଯେଉଁଠାରେ ଅନେକ ଚାକିରି ପାଇବାକୁ ଆଶାୟୀ ଥାଆନ୍ତି। ଆପଣ ଯଦି ଏହି ଆଶାୟୀମାନଙ୍କ ମଧ୍ୟରୁ ଜଣେ ତେବେ ବିଳମ୍ବ ନ କରି ତୁରନ୍ତ ଆବେଦନ ପାଇଁ ପ୍ରସ୍ତୁତ ହୁଅନ୍ତୁ। କାରଣ RRB ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି।
ବିଦେଶ ଭ୍ରମଣର ସ୍ୱପ୍ନ । ଅଳ୍ପ ଅର୍ଥରେ ଜୀବନରେ ଶ୍ରେଷ୍ଠତାର ଅନୁଭୂତି । ବଡ଼ ବଡ଼ ହୋଟେଲରେ ରହିବା ଭଳି ରଙ୍ଗୀନ ଚିତ୍ର । ଏମିତି ପ୍ରଲୋଭନରେ ଟ୍ରାପ ହେଉଛନ୍ତି ଭାରତୀୟ ଯୁବକ । ଯୁବକଙ୍କୁ ଋଷ ଚାଲାଣ କରିବାରେ କାମ କରୁଛନ୍ତି ସ୍ପେଶାଲ ଏଜେଣ୍ଟ ।
ଭାରତରେ ଅଟୋ ଚାଳକଙ୍କୁ ସାଧାରଣତଃ ଛୋଟ ନଜରରେ ଦେଖାଯାଏ, ସେମାନଙ୍କୁ ଅଶିକ୍ଷିତ ବୋଲି କୁହାଯାଏ। କିନ୍ତୁ ଏହି ଅଟୋ ଚାଳକଙ୍କ ଇଂରାଜୀ ଶୁଣି ଆପଣଙ୍କ ମୁହଁ ଲାଜରେ ନଇଁଯିବ। ଆପଣ ଭାବିବେ ତାଙ୍କ ଆଗରେ ଆପଣ କିଛି ନୁହେଁ।
ଋଷ-ୟୁକ୍ରେନ ଯୁଦ୍ଧରେ ଫଶିଛନ୍ତି ଭାରତୀୟ । ଚାକଚକ୍ୟ ଜୀବନର ସ୍ୱପ୍ନ ଦେଖାଇ ରୁଷକୁ ମାନବ ଚାଲାଣ । ଏଜେଣ୍ଟଙ୍କ ଦ୍ୱାରା ରୁଷ ଯାଇ ଫସିଛନ୍ତି ଅନେକ ଭାରତୀୟ ।
ତେବେ ଏହି ପ୍ରକ୍ରିୟାକୁ ବନ୍ଦ କରିବା ପାଇ ଭାରତ ସରକାର ପ୍ରତିବଦ୍ଧତା ଦେଖାଇଛନ୍ତି । ସରକାରଙ୍କ ପକ୍ଷରୁ ଏକ ପ୍ରେସ୍ କନ୍ଫରେନ୍ସ କରି କୁହାଯାଇଛି ଯେ, ଖୁବ୍ଶୀଘ୍ର ସେମାନଙ୍କୁ ଉଦ୍ଧାର କରାଯିବ । ଭାରତୀୟ ନାଗରିକଙ୍କୁ ଋଷ ସେନା ଏଭଳି ଜୋର ଜବରଦସ୍ତ ଯୁଦ୍ଧରେ ସାମିଲ କରିପାରିବ ନାହିଁ ।
କୋଣାର୍କ ସୂର୍ଯ୍ୟମନ୍ଦିର ନିର୍ମାଣ ସମୟରେ ମଧ୍ୟ ଭାରତୀୟଙ୍କ ଭିତରେ ଥିଲା ଆଧୁନିକ ଫ୍ୟାସନ ଡିଜାଇନିଂର ଜ୍ଞାନ । ନ୍ୟାସନାଲ୍ କ୍ରିଏଟର୍ସ ଆୱାର୍ଡ ପ୍ରଦାନ ଅବସରରେ କିଛି ଏଭଳି ତଥ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ବିଗତ କିଛି ଦିନ ହେବ ଲୋହିତ ସାଗରରେ କମୁନି ହୁତି ବିଦ୍ରୋହୀଙ୍କ ଉତ୍ପାତ। ବାରମ୍ବାର ଚେତାବନୀ ପରେ ବି ମାନୁନାହାନ୍ତି ବିଦ୍ରୋହୀ ଗୋଷ୍ଠୀ।
ପୁଣି ଲୋହିତ ସାଗର ନିକଟରେ ହୁତି ଆକ୍ରମଣର ଶିକାର ହେଲା ଜାହାଜ । ପୁଣି ଥରେ ଏହାକୁ ମଝି ସମୁଦ୍ରରେ ସହାୟତା ଯୋଗାଇ ନିଜ ବୀରତ୍ୱର ପରିଚୟ ଦେଲା ଭାରତୀୟ ନୌସେନା ।
ଆପଣ ଜାଣନ୍ତି କି ଆଜିର ଯୁଗରେ ମଧ୍ୟ ଭାରତୀୟ ସିନେମାରେ ଜଣେ ଅଭିନେତା ଅଛନ୍ତି ଯିଏ ତାଙ୍କ ପାଖରେ ମୋବାଇଲ୍ ରଖନ୍ତି ନାହିଁ? ଏଠାରେ ଆମେ ଥାଲା ଅଜିତଙ୍କ ବିଷୟରେ କହୁଛୁ ଯିଏ ତାଙ୍କ ସହିତ କେବେବି ମୋବାଇଲ୍ ଫୋନ୍ ରଖନ୍ତି ନାହିଁ ବୋଲି କୁହାଯାଏ। ଏହାର ଖୁଲାସା ତାଙ୍କର ଜଣେ ସହ-କଳାକାର।
ଭାରତରେ ପ୍ରଚଳିତ ହେଉଥିବା ଏକାଧିକ ମ୍ୟାଟ୍ରିମୋନିଆଲ ଆପକୁ ପ୍ଲେଷ୍ଟୋରରୁ ହଟାଇ ଦେଇଛି ଗୁଗଲ୍।
ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ଭାରତର ଯୁବ ଖେଳାଳି ଧ୍ରୁବ ଜୁରେଲ୍ଙ୍କ ପ୍ରଦର୍ଶନକୁ ନେଇ ଏବେ ଖୁବ୍ ଚର୍ଚ୍ଚା। ପ୍ରଶ୍ନ ଉଠୁଛି ଯେ ଟେଷ୍ଟ ଟିମ୍ରେ ୱିକେଟ୍କିପର୍-ବ୍ୟାଟର୍ ଭାବେ ମହେନ୍ଦ୍ର ସିଂହ ଧୋନିଙ୍କ ସ୍ଥାନ ନେଇପାରିବେ କି ଜୁରେଲ୍?
ସପୋର୍ଟ ଷ୍ଟାଫ୍ ଭାବେ ଚାକିରି ପାଇଁ ଭାରତୀୟମାନଙ୍କୁ ରୁଷ ଡକାଯାଇଥିଲା। ମାତ୍ର ସେଠାରେ ସେମାନଙ୍କୁ ଯୁଦ୍ଧକୁ ପଠାଯାଇଥିଲା।
ସୁନୀଲ ମିତ୍ତଲଙ୍କୁ ମିଳିଲା ବ୍ରିଟିଶ୍ ସରକାରଙ୍କ ସର୍ବୋଚ୍ଚ ସମ୍ମାନ ‘ନାଇଟ୍ହୁଡ୍’ ଆୱାର୍ଡ । ଭାରତ ଏଣ୍ଟରପ୍ରାଇଜେସ୍ ପ୍ରତିଷ୍ଠାତା ତଥା ଚେୟାରମ୍ୟାନ୍ ସୁନୀଲ ଭାରତୀ ମିତ୍ତଲଙ୍କୁ ବୁଧବାର ଦିନ ବ୍ରିଟିଶ୍ର ସର୍ବୋଚ୍ଚ ଆୱାର୍ଡ ପ୍ରଦାନ କରାଯାଇଛି ।
ଗଗନଯାନ ମିଶନକୁ ନେଇ ବଡ଼ ଅପଡେଟ୍ । ଆଜି ସାମ୍ନାକୁ ଆସିପାରେ ମହାକାଶ ଯିବାକୁ ଥିବା ୪ ଭାରତୀୟଙ୍କ ନାଁ । ଗଗନଯାନ ମିଶନ ପାଇଁ ପ୍ରଶିକ୍ଷିତ ୪ ପାଇଲଟଙ୍କ ନାଁ ଘୋଷଣା କରିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଭାରତରେ ସ୍ମାର୍ଟ ଚାକିରି ଭିତରେ ନୌସେନା(Indian Navy) ଅନ୍ୟତମ। ତେଣୁ ଏଥିରେ କିଏ ବା ଚାକିରି କରିବାକୁ ନ ଚାହେଁ। ଯେଉଁମାନେ ଏନେଇ ଆଶାୟୀ ସେମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ। କାରଣ ଏନେଇ ଭାରତୀୟ ନୌସେନା ଏକ ବିଜ୍ଞପ୍ତି ପ୍ରକାଶ କରିଛି।
ଆମେ ସମସ୍ତ ଭାରତୀୟ ନାଗରିକଙ୍କୁ ଅନୁରୋଧ କରୁଛି କି ସେମାନେ ସତର୍କତା ଅବଲମ୍ବନ କରନ୍ତୁ ଏବଂ ଯୁଦ୍ଧଠାରୁ ଦୂରେଇ ରୁହନ୍ତୁ ।
୩୧ ପ୍ରତିଶତ ଲୋକ ନିଜୟ ସମୟ ସ୍ମାର୍ଟଫୋନ୍ରେ ବିତାନ୍ତି । ମାତ୍ର ଗୋଟିଏ ଦିନରେ ହାରାହାରି ୮୦ ଥର ସ୍ମାର୍ଟଫୋନ୍ ବ୍ୟବହାର କରନ୍ତି ।
ଅଜବ ପ୍ରେମ ନିବେଦନ...ଶୁଣିଲେ ହେବେ ଚକିତ...ଅନ୍ୟ ସ୍ତ୍ରୀକୁ ସୋସିଆଲ ମିଡ଼ିଆରେ କଲେ ପ୍ରେମ ନିବେଦନ ।
ନାଗର ଶୈଳୀରେ ନିର୍ମାଣ ହୋଇଥିବା ମନ୍ଦିର ଗୁଜରାଟର ସୋମନାଥ, କାଶୀ ବିଶ୍ବନାଥଙ୍କ ମନ୍ଦିରର ଭ୍ରମ ସୃଷ୍ଟି କରିଛି। ଗ୍ରାନାଇଟ୍ ଓ ଧଳା ମାର୍ବଲରେ ମନ୍ଦିରକୁ ନିର୍ମାଣ କରାଯାଇଛି।
ମଜାହୀର କିଛି ଖାଦ୍ୟ ପୁଡ଼ିଆ ଧରି ନିଜ ଘରକୁ ଫେରୁଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କର ପିଛା କରିଥିଲେ। ପରେ ତାଙ୍କୁ ଆକ୍ରମଣ କରିବା ସହ ତାଙ୍କ ଫୋନ୍ ଛଡ଼ାଇ ନେଇଯାଇଛନ୍ତି। ଆକ୍ରମଣର କିଛି ସିସିଟିଭି ଭିଡିଓ ସାମ୍ନାକୁ ଆସିଛି।