Advertisment

Minister Carcade: ବାଙ୍ଗିରିପୋଷିକୁ ଯାଇଥିବା ଦୁଇ ମନ୍ତ୍ରୀଙ୍କୁ ବିରୋଧ, ଢେଲା ମାଡ଼ରେ ଭାଙ୍ଗିଲା ମନ୍ତ୍ରୀଙ୍କୁ ଛାଡି ଫେରୁଥିବା କାର୍ କାଚ

ମନ୍ତ୍ରୀଙ୍କ କାରକେଡରେ ଯାଇଥିବା କାରର କାଚ୍ ଭାଙ୍ଗି ଯାଇଛି । ତା ସହ ଢେଲା ପଥର ମାଡ଼ରେ ଜଣେ କନେଷ୍ଟବଳଙ୍କ ମୁଣ୍ଡ ବି ଫାଟିଛି ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
ମନ୍ତ୍ରୀଙ୍କ କାରକେଡ୍‌କୁ ଢେଲା ମାଡ଼

ମନ୍ତ୍ରୀଙ୍କ କାରକେଡ୍‌କୁ ଢେଲା ମାଡ଼

କାଳବୈଶାଖୀ ଜନିତ କ୍ଷୟକ୍ଷତି ଆକଳନ ପାଇଁ ଯାଇଥିବା ଦୁଇ ମନ୍ତ୍ରୀଙ୍କୁ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷିରେ ବିରୋଧ । ମନ୍ତ୍ରୀଙ୍କୁ ଛାଡ଼ି ଆସୁଥିବା କାରକେଡ୍ ଗାଡ଼ିକୁ ଢେଲା ପଥର ମାଡ଼ କଲେ ଉତ୍ୟକ୍ତ ଲୋକ । ଏଥିରେ କାରକେଡ୍ କାର୍ କାଚ ଭାଙ୍ଗିଲା । ବର୍ଷା କ୍ଷୟକ୍ଷତି ଆକଳନ ପାଇଁ ମୟୂରଭଞ୍ଜ ବାଙ୍ଗିରିପୋଷି ଯାଇଥିଲେ ମନ୍ତ୍ରୀ ସୁରେଶ ପୂଜାରୀ ଓ  ମନ୍ତ୍ରୀ କୃଷ୍ଣଚନ୍ଦ୍ର  ମହାପାତ୍ର । ସମୀକ୍ଷା ସାରି ହେଲିପ୍ୟାଡକୁ ଯାଇଥିଲେ । ସେଠୁ ହେଲିକପ୍ଟରରେ ମନ୍ତ୍ରୀ ଯିବା ପରେ କାରକେଡ୍ ଗାଡ଼ି ଫେରି ଆସୁଥିଲା । ଏହି ସମୟରେ କିଛି ଉତ୍ୟକ୍ତ ଲୋକେ ଗାଡ଼ି ଉପରକୁ ଢେଲା ପଥର ମାଡ଼ କରିଥିଲେ । ଏଥିରେ ମନ୍ତ୍ରୀଙ୍କ କାରକେଡରେ ଯାଇଥିବା କାରର କାଚ୍ ଭାଙ୍ଗି ଯାଇଛି । ତାସହ ଢେଲା ପଥର ମାଡ଼ରେ ଜଣେ କନେଷ୍ଟବଳଙ୍କ ମୁଣ୍ଡ ବି ଫାଟିଛି ।

Advertisment

ଅଧିକ ପଢ଼ନ୍ତୁ: ଭୁବନେଶ୍ୱରରେ ମାତିଛନ୍ତି ନିଶା ବେପାରୀ, ଜାଲରେ ପଡ଼ୁଛନ୍ତି ଯୁବପିଢ଼ି

ସେପଟେ ମନ୍ତ୍ରୀଙ୍କୁ ଛାଡ଼ି ଫେରୁଥିବା ଗାଡ଼ି ଭଙ୍ଗାରୁଜା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବାଙ୍ଗିରିପୋଷି ବିଧାୟିକା ସଞ୍ଜଳି ମୁର୍ମୁ । ସେ କହିଛନ୍ତି, ରାଜନୈତିକ ରୁଟି ସେକିବା ପାଇଁ କିଛି ଲୋକ ଏପରି କରିଛନ୍ତି । ଅସୁବିଧା ସମୟରେ ସମସ୍ତେ ଏକାଠି ହେବା କଥା । କିପରି ଲୋକଙ୍କ ପାଖରେ ସହାୟତା ପହଞ୍ଚିବ, ତାହା ଦରକାର । ମାତ୍ର ସେମାନେ ସେମାନଙ୍କର ରାଜନୈତିକ ସୁବିଧା ପାଇଁ କରିଛନ୍ତି ବୋଲି ସଞ୍ଜଳି ମୁର୍ମୁ କହିଛନ୍ତି ।

Mayurbhanj Suresh Pujari Stone Pelting Odisha Ministers Carcade
Advertisment
Advertisment