• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ସୁନୀଲ ମିତ୍ତଲଙ୍କୁ ମିଳିଲା ବ୍ରିଟିଶ୍‌ର ସର୍ବୋଚ୍ଚ ସମ୍ମାନ ‘ନାଇଟ୍‌ହୁଡ୍’ ଆୱାର୍ଡ । ଭାରତ ଏଣ୍ଟରପ୍ରାଇଜେସ୍ ପ୍ରତିଷ୍ଠାତା ତଥା ଚେୟାରମ୍ୟାନ୍ ସୁନୀଲ ଭାରତୀ ମିତ୍ତଲଙ୍କୁ ବୁଧବାର ଦିନ ବ୍ରିଟିଶ୍‌ର ସର୍ବୋଚ୍ଚ ଆୱାର୍ଡ ପ୍ରଦାନ କରାଯାଇଛି । ଏହି ସମ୍ମାନ ପାଇଥିବା ସୁନୀଲ ମିତ୍ତଲ ହେଉଛନ୍ତି ପ୍ରଥମ ଭାରତୀୟ । ବ୍ରିଟିଶ୍‌ର ମୋଷ୍ଟ ଏକ୍ସଲେନ୍ସ ଅର୍ଡର ଅଫ୍ ବ୍ରିଟିଶ୍ ଏମ୍ପାୟାର (KBE)ର ନାଇଟ୍ କମାଣ୍ଡର ‘ନାଇଟ୍‌ହୁଡ୍’ ସମ୍ମାନରେ ସମ୍ମାନିତ କରାଯାଇଛି । ଭାରତ-ବ୍ରିଟେନ ବାଣିଜ୍ୟ ସମ୍ପର୍କକୁ ଆଗକୁ ବଢାଇବାରେ ତାଙ୍କର ଅବଦାନ ପାଇଁ ତାଙ୍କୁ ରାଜା ଚାର୍ଲ୍ସ ୩ ଏହି ଆୱାର୍ଡ ପ୍ରଦାନ କରିଛନ୍ତି । 

ଅଧିକ ପଢ଼ନ୍ତୁ: ୧୨୦ ବର୍ଷ ପୂର୍ବେ ନିଖୋଜ ଜାହାଜର ମିଳିଲା ସନ୍ଧାନ; ୫୨୫ ଫୁଟ ପାଣି ତଳୁ ମିଳିଲା ଧ୍ୱଂସାବଶେଷ

ପୁରସ୍କାର ଘୋଷଣା ପରେ ମିତ୍ତଲ କହିଛନ୍ତି, "ଏହି ସମ୍ମାନଜନକ ସ୍ୱୀକୃତି ପାଇଁ ମୁଁ ଅତ୍ୟଧିକ କୃତଜ୍ଞ । ବ୍ରିଟେନ୍‌ ଓ ଭାରତ ମଧ୍ୟରେ ଐତିହାସିକ ସଂପର୍କ ରହିଛି । ପାରସ୍ପରିକ ସହଯୋଗ ମାଧ୍ୟମରେ ଏହି ସମ୍ପର୍କ ଏକ ନୂଆ ଯୁଗର ଆରମ୍ଭ ହୋଇଛି । ମୁଁ ଗର୍ବିତ ଯେ ଆମର ଉଭୟ ଦେଶ ମହାନ ।

 

"ମୁଁ ଉଭୟ ଦେଶ ମଧ୍ୟରେ ଅର୍ଥନୈତିକ ଓ ଦ୍ୱିପାକ୍ଷିକ ବାଣିଜ୍ୟିକ ସମ୍ପର୍କକୁ ମଜବୁତ କରିବା ଦିଗରେ କାର୍ଯ୍ୟ ଜାରି ରଖିବି । ଏହି ସମ୍ମାନ ପାଇଁ ମୁଁ ବ୍ରିଟେନ ସରକାରଙ୍କୁ ଧନ୍ୟବାଦ ଦେଉଛି । ବ୍ରିଟେନ ସରକାର ବ୍ୟବସାୟର ଆବଶ୍ୟକତା ପ୍ରତି ଧ୍ୟାନ ଦେଉଛନ୍ତି । ଏହି ସରକାର ହେଉଛି ପୁଞ୍ଜି ବିନିଯୋଗରେ ସାହାଯ୍ୟ କରୁଥିବା ସରକାର । ସୂଚନାଯୋଗ୍ୟଯେ, ଭଲ କାମ କରିଥିବା ବିଦେଶୀ ନାଗରିକମାନଙ୍କୁ ମଧ୍ୟ ପୂର୍ବରୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ତେବେ ପୂର୍ବରୁ କୌଣସି ଭାରତୀୟଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇନଥିଲା।

ଅଧିକ ପଢ଼ନ୍ତୁ: Paytmକୁ RBI ଚୋଟ, ଅଧ୍ୟକ୍ଷ ପଦ ଛାଡ଼ିଲେ ପ୍ରତିଷ୍ଠାତା; ବୋର୍ଡରେ ଓଡ଼ିଆ ସାମିଲ୍