ଋଷ-ୟୁକ୍ରେନ ଯୁଦ୍ଧକୁ ୨ ବର୍ଷ ପୂରିବାକୁ ବସିଛି । ଏହାରି ଭିତରେ ଭାରତ ସରକାରଙ୍କ ପକ୍ଷରୁ ଏକ ଆଡ୍ଭାଇଜାରି ଜାରି କରାଯାଇଛି । ଯେଉଁଥିରେ ଋଷରେ ରହୁଥିବା ଭାରତୀୟଙ୍କ ପାଇଁ ବିଭିନ୍ନ ପରାମର୍ଶ ଦିଆଯାଇଛି । ଶୁକ୍ରବାର ଦିନ ଭାରତ ସରକାର ପ୍ରତ୍ୟେକ ଭାରତୀୟ ନାଗରିକମାନଙ୍କୁ ସତର୍କତା ଅବଲମ୍ବନ କରିବା ପାଇଁ କହିବା ସହ ୟୁକ୍ରେନ ଯୁଦ୍ଧଠାରୁ ଦୂରରେ ରହିବା ପାଇଁ ପରାମର୍ଶ ଦିଆଯାଇଛି ।
Also Read
ଏକ ସାମ୍ବାଦିକ ସମ୍ମିଳନୀରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରାନ୍ଧୀର ଜୈସୱାଲ କହିଛନ୍ତି, "ଆମେ ଜାଣୁ ଯେ ଋଷ ସୈନ୍ୟବାହିନୀ ସହ କାମ କରିବା ପାଇଁ କିଛି ଭାରତୀୟ ଚୁକ୍ତି କରିଛନ୍ତି । କିନ୍ତୁ ଆମେ ସମସ୍ତ ଭାରତୀୟ ନାଗରିକଙ୍କୁ ଅନୁରୋଧ କରୁଛି କି ସେମାନେ ସତର୍କତା ଅବଲମ୍ବନ କରନ୍ତୁ ଏବଂ ଯୁଦ୍ଧଠାରୁ ଦୂରେଇ ରୁହନ୍ତୁ ।
କିଛି ଦିନ ପୂର୍ବରୁ ଋଷରେ ଭାରତୀୟ ନାଗରିକଙ୍କ ସହିତ ଠକେଇ ହୋଇଥିବା ଏକ ମାମଲା ସାମ୍ନାକୁ ଆସିଛି । କାମ ସନ୍ଧାନରେ ଋଷ ଯାଇଥିବା ଲୋକଙ୍କ ସହ ଧୋକା କରି ସେମାନଙ୍କୁ ୟୁକ୍ରେନରେ ଯୁଦ୍ଧ କରିବାକୁ ପଠାଯାଇଛି । ସେମାନଙ୍କ ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଭାରତୀୟମାନଙ୍କୁ ଯୁଦ୍ଧରେ ହେଲପର ଭାବରେ କାର୍ଯ୍ୟ କରିବାକୁ ନିଯୁକ୍ତ କରାଯାଇଛି ।
ଏହା ପରେ ତାଙ୍କୁ ୱାଗନର୍ ଗ୍ରୁପରେ ନିଯୁକ୍ତ କରାଯାଇଥିଲା, ଯାହାକୁ ଋଷର ବ୍ୟକ୍ତିଗତ ସେନା କୁହାଯାଉଥିଲା ଏବଂ ୟୁକ୍ରେନ ସହିତ ଯୁଦ୍ଧ କରିବା ପାଇଁ ସେମାନଙ୍କୁ ଯୁଦ୍ଧକ୍ଷେତ୍ରକୁ ପଠାଯାଇଥିଲା । ତେଲେଙ୍ଗାନାର ନାରାୟଣପେଟ ଜିଲ୍ଲାରେ ରହୁଥିବା ୨୨ ବର୍ଷିୟ ମହମ୍ମଦ ସୁଫିଆନ ଏବଂ କର୍ଣ୍ଣାଟକର କାଲାବୁରାଗିରେ ରହୁଥିବା ଅନ୍ୟ ତିନି ଜଣ ଭାରତୀୟ ନିଜ ପରିବାର ଲୋକଙ୍କୁ ଏହି ସୂଚନା ଦେଇଛନ୍ତି । ତାପରେ ଏହି ମାମଲା ସାମ୍ନାକୁ ଆସିଥିଲା |
ସୁଫିଆନ୍ ଜଣେ ଋଷ ସୈନିକଙ୍କ ମୋବାଇଲ୍ ଫୋନରୁ ତାଙ୍କ ପରିବାରକୁ ଏକ ଭିଡିଓ ପଠାଇଥିଲେ ଯେଉଁଥିରେ ତାଙ୍କୁ ସେନା ପୋଷାକରେ ଦେଖିବାକୁ ମିଳିଥିଲା। ସେ ଠକାମୀର ଶିକାର ହୋଇଥିବା ସେ ଦାବି କରିଛନ୍ତି।