• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଦୁନିଆର ସବୁଠାରୁ ମହଙ୍ଗା କରେନ୍ସି କ’ଣ ? ଦୁନିଆର ୧୦ଟି ମଜଭୁତ ବା ମହଙ୍ଗା କରେନ୍‌ସି ଭିତରେ ଭାରତର ମୁଦ୍ରା କେଉଁ ସ୍ଥାନରେ ଅଛି ? ଏ ବାବଦରେ ଆପଣ ଜାଣନ୍ତି କି ? ଜାଣି ଆପଣ ବି ନିଶ୍ଚୟ ଗର୍ବ ଅନୁଭବ କରିବେ । ଆମ ଭାରତ ବି କିଛି କମ୍‌ ନୁହେଁ । କରେନ୍ସି ତାଲିକାରେ ଭାରତର ମୁଦ୍ରା ଦାମ୍‌ କେତେ ରହିଛି ଆସନ୍ତୁ ଜାଣିବା...

ୟୁନାଟେଡ୍‌ ଷ୍ଟେଟ୍‌ ଡଲାର୍‌

ୟୁନାଟେଡ୍‌ ଷ୍ଟେଟ୍‌ ଡଲାର୍‌ ଦୁନିଆର ସବୁଠାରୁ ୧୦ଟି ମଜଭୁତ କରେନ୍ସି ମଧ୍ୟରୁ ଗୋଟିଏ । ଗୋଟିଏ ୟୁନାଇଟେଡ୍‌ ଷ୍ଟେଟ୍‌ ଡଲାର୍‌ ଏକ୍ସଚେଞ୍ଜରେ ଭାରତୀୟ ମୂଲ୍ୟ ୮୩ ଟଙ୍କା ମିଳିଥାଏ ।

ୟୁରୋ

ରିପୋର୍ଟ ଅନୁସାରେ ୟୁରୋକୁ ଦୁନିଆର ୯ମ ମଜଭୁତ କରେନ୍‌ସି ବୋଲି ଧରାଯାଏ । ଗୋଟିଏ ୟୁରୋର ମୂଲ୍ୟ ଆଜିର ସମୟରେ ଭାରତୀୟ ମୂଲ୍ୟ ୯୧ ଟଙ୍କା ।

ସ୍ୱିସ୍‌ ଫ୍ରାନ୍ସ

ସ୍ୱିସ୍‌ ଫ୍ରାନ୍ସ ଦୁନିଆର ୮ମ ମହଙ୍ଗା କରେନ୍ସି ବୋଲି କୁହାଯାଉଛି । ଯାହାର ଗୋଟିଏ ୟୁରୋର ମୂଲ୍ୟ ଭାରତୀୟ ମୂଲ୍ୟ ଅନୁସାରେ ୧୦୦ ଟଙ୍କା ହୋଇଥାଏ । ଗୋଟିଏ ସ୍ୱିସ୍‌ ଫ୍ରାନ୍ସବଦଳରେ ୧.୧୭ USD ଡଲାର ହୋଇଥାଏ ।

କ୍ୟାମେନ୍‌ ଆଇଲ୍ୟାଣ୍ଡ ଡଲାର

କ୍ୟାମେନ୍‌ ଆଇଲ୍ୟାଣ୍ଡ ଡଲାର ଦୁନିଆର ସବୁଠାରୁ ୧୦ଟି ମଜଭୁତ କରେନ୍ସି ମଧ୍ୟରେ ୭ମ ସ୍ଥାନରେ ରହିଛି । ଗୋଟିଏ କ୍ୟାମେନ୍‌ ଆଇଲ୍ୟାଣ୍ଡ ଡଲାର ବଦଳରେ ଭାରତୀୟ ମୂଲ୍ୟ ୧୦୨ ଟଙ୍କା ଆସିଥାଏ ଏବଂ ଗୋଟିଏ କ୍ୟାମେନ୍‌ ଆଇଲ୍ୟାଣ୍ଡ ଡଲାର ମୂଲ୍ୟ ୧.୨୦ USD ଡଲାର ।

ବ୍ରିଟିସ୍‌ ପାଉଣ୍ଡ

ଦୁନିଆର ସବୁଠୁ ମଜଭୁତ କରେନ୍ସି ମଧ୍ୟରେ ବ୍ରିଟିସ୍‌ ପାଉଣ୍ଡ ୬ଷ୍ଠ ସ୍ଥାନରେ ରହିଛି । ବ୍ରିଟିସ୍‌ ପାଉଣ୍ଡର ମୂଲ୍ୟ ପ୍ରାୟ ସମସ୍ତେ ଜାଣନ୍ତି । ବ୍ରିଟିସ୍‌ ପାଉଣ୍ଡର ମୂଲ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି । ଆଜିକା ଦିନରେ ଗୋଟିଏ ବ୍ରିଟିସ୍‌ ପାଉଣ୍ଡର ମୂଲ୍ୟ ଭାରତୀୟ ମୁଦ୍ରାରେ ୧୦୫ ଟଙ୍କା ଏବଂ ଗୋଟିଏ ବ୍ରିଟିସ୍‌ ପାଉଣ୍ଡ ୧.୨୭ ୟୁଏସଡି ଡଲାର ହୋଇଥାଏ ।

ଜିବ୍ରାଲ୍ଟର ପାଉଣ୍ଡ

ଜିବ୍ରାଲ୍ଟର ପାଉଣ୍ଡ ଦୁନିଆର ୫ମ ମହଙ୍ଗା କରେନ୍ସି ସ୍ଥାନ ନେଇସାରିଛି । ଜିବ୍ରାଲ୍ଟର ପାଉଣ୍ଡର ଭାରତୀୟ ମୂଲ୍ୟ ୧୦୫ ।

ଓମାନି ରିଆଲ୍‌

ଓମାନି ରିଆଲ୍‌କୁ ଦୁନିଆର ତୃତୀୟ ମହଙ୍ଗା କରେନ୍ସି ବୋଲି କୁହାଯାଏ । ଗୋଟିଏ ଓମାନି ରିଆଲ୍‌ ଏକ୍ସଚେଞ୍ଜ ବଦଳରେ ୨୧୫ ଭାରତୀୟ ମୁଦ୍ରା ମିଳିଥାଏ । ଆଉ ୨.୬୦ USD ଡଲାର ହୋଇଥାଏ ।

ବାହାରିନ ଦିନାର

ବାହାରିନ ଦିନାର ଦୁନିଆର ଦ୍ୱିତୀୟ ମହଙ୍ଗା କରେନ୍ସ । ଗୋଟିଏ ବାହାରିନି ଦିନାର ଆଜିର ସମୟରେ ୨.୪୦ ୟୁଏସ୍‌ଡି ଡଲାର ହୋଇଥାଏ । ଆଉ ଭାରତୀୟ ମୂଲ୍ୟ ତୁଳାନାରେ ଗୋଟିଏ ବାହାରିନି ଦିନାରର ମୂଲ୍ୟ ୨୨୦ ଟଙ୍କା ।

ପୂରା ଦୁନିଆରେ ଭାରତୀୟ ଟଙ୍କା ୧୫ତମ ସ୍ଥାନରେ ରହିଛି । ରିପୋର୍ଟ ଅନୁସାରେ ଭାରତୀୟ ମୂଦ୍ରା ଦିନକୁ ଦିନ ମଜଭୁତ ହେବାରେ ଲାଗିଛି । ଆଉ ଖୁବ୍‌ଶୀଘ୍ର ଟପ୍‌ ଟେନ୍‌ରେ ମଧ୍ୟ ସାମିଲ ହୋଇପାରେ ।