• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି ସ୍‌ଆର ଶାଣିତ କଲା ଭାରତ । ଋଷ ସେନାର ପଦକ୍ଷେପକୁ ନିନ୍ଦା କରିବା ସହ ଭାରତୀୟଙ୍କୁ କିଭଳି ସେଠାରୁ ସୁରକ୍ଷିତ ଉଦ୍ଧାର କରାଯିବ, ସେନେଇ ଜୋରଦାର ଆରମ୍ଭ କଲା ପ୍ରକ୍ରିୟା । କିଛି ଦିନ ହେବ ଋଷରୁ ଲଗାତର ଭାବେ ଖବର ସାମ୍ନାକୁ ଆସୁଛି ଯେ, ଭାରତୀୟଙ୍କୁ ଜୋର ଜବରଦସ୍ତ ଋଷ ସେନାରେ ଭର୍ତ୍ତି କରାଯାଉଛି । ଯୁଦ୍ଧ ମିଇଦାନକୁ ନିଆଯାଉଛି । ସେଠାରେ ଭାରତୀୟଙ୍କୁ ଋଷ ସେନାର ସପୋର୍ଟି ଷ୍ଟାଫ୍‌ ଭାବେ କାମ କରିବାକୁ ବାଧ୍ୟ କରାଯାଉଛି ।

ତେବେ ଏହି ପ୍ରକ୍ରିୟାକୁ ବନ୍ଦ କରିବା ପାଇ ଭାରତ ସରକାର ପ୍ରତିବଦ୍ଧତା ଦେଖାଇଛନ୍ତି । ସରକାରଙ୍କ ପକ୍ଷରୁ ଏକ ପ୍ରେସ୍‌ କନ୍‌ଫରେନ୍ସ କରି କୁହାଯାଇଛି ଯେ, ଖୁବ୍‌ଶୀଘ୍ର ସେମାନଙ୍କୁ ଉଦ୍ଧାର କରାଯିବ । ଭାରତୀୟ ନାଗରିକଙ୍କୁ ଋଷ ସେନା ଏଭଳି ଜୋର ଜବରଦସ୍ତ ଯୁଦ୍ଧରେ ସାମିଲ କରିପାରିବ ନାହିଁ ।

ତେବେ ପୂର୍ବରୁ ଏକ ଖବର ସାମ୍ନାକୁ ଆସିଥିଲା ଯେ, କିଛି ଭାରତୀୟ ନାଗରିକ ଋଷରେ ଚାକିରି ଖୋଜିବାକୁ ଯାଇଥିଲେ । ସେଠାରେ ତାଙ୍କୁ ଚାକିରି ଦେବାର ଲୋଭ ଦେଖାଇ ଋଷ ସେନାରେ ଭର୍ତ୍ତି କରାଯାଇଥିଲା । ପରେ ସେମାନଙ୍କୁ ୟୁକ୍ରେନ୍ ବିରୋଧରେ ଚାଲିଥିବା ଯୁଦ୍ଧ ମଇଦାନକୁ ଯିବା ପାଇଁ ବାଧ୍ୟ କରାଯାଇଥିଲା । ଆଉ ସେଠାରେ ଋଷ ସେନାର ବିଭିନ୍ନ ସାମଗ୍ରୀ ଉଠାଇବା ବା ଯୁଦ୍ଧ ସାମଗ୍ରୀ ବୋହିବା ଏମିତିକି ଯବାନମାନଙ୍କର ସପୋର୍ଟିଂ ଷ୍ଟାଫ୍‌ ଭାବେ କାମ କରିବାକୁ ସେମାନଙ୍କୁ ବାଧ୍ୟ କରାଯାଇଥିଲା ।

ସେତେବେଳେ ମଧ୍ୟ ତୁରନ୍ତୁ ଭାରତ ସରକାର ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଥିଲେ । ଏବେ ଏହି ଘଟଣାରେ ଭାରତୀ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଛନ୍ତି । ତୁରନ୍ତ ସେମାନଙ୍କୁ ଉଦ୍ଧାର କରାଯିବ ବୋଲି ମଧ୍ୟ କୁହାଯାଇଛି । ଏମିତିକି ରାଜନୈତିକ ସ୍ତରରେ ଋଷ ସରକାରଙ୍କ ସହ ଆଲୋଚନା କରି ୨୦ ଜଣ ଭାରତୀୟଙ୍କୁ ସେଠାରୁ ମୁକ୍ତ କରାଯାଇଛି । ସେମାନଙ୍କୁ ଭାରତ ଫେରାଇ ଆଣିବାକୁ ଯୋଜନା ମଧ୍ୟ କରାଯାଉଛି ।

ଅନ୍ୟପଟେ ଯେଉଁମାନେ ଭାରତୀୟ ନାଗରିକଙ୍କୁ ଏଭଳି ଚାକିରିର ପ୍ରଲୋଭନ ଦେଖାଇ ଋଷକୁ ନେଇଥିଲେ, ବା ସେଠାରେ ତାଙ୍କୁ ଠକିଥିଲେ । ସେମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ବିଦେଶ ମନ୍ତ୍ରାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ଏନେଇ ପ୍ରେସ ବ୍ରିଫିଂରେ ସୂଚନା ଦେଇଛନ୍ତି ।