/odishatv-khabar/media/post_attachments/uploadimage/library/16_9/16_9_0/IMAGE_1710662944.jpg)
Student Murder
ବିଦେଶରେ ଅସୁରକ୍ଷିତ ଭାରତୀୟ ଛାତ୍ର। ଗତ କିଛିଦିନ ଧରି ଆମେରିକାରେ ଭାରତୀୟ ବଂଶୋଦ୍ଭବ ତଥା ଛାତ୍ରଙ୍କୁ ହତ୍ୟା କରାଯାଉଥିବା ଖବର ସାମନାକୁ ଆସୁଛି। ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯାଇ ଜୀବନ ହରାଉଛନ୍ତି ଭାରତୀୟ ଛାତ୍ର। ନିକଟରେ ଏକ ହତ୍ୟାକାଣ୍ଡ ଘଟିଥିବା ବେଳେ ପୁଣି ଜଣେ ଭାରତୀୟ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।
ମୃତ ଛାତ୍ର ହେଲେ ଗୁଣ୍ଟୁର ଜିଲ୍ଲାର ପାରୁଚୁରୀର ୨୦ବର୍ଷୀୟ ଅଭିଜିତ୍। ଇଞ୍ଜିନିୟରିଂ ସିଟ୍ ପାଇବା ପରେ ବୋଷ୍ଟନ୍ ୟୁନିଭରସିଟିରେ ନାମ ଲେଖାଇଥିଲେ। ଆମେରିକାରେ ଅଜ୍ଞାତ ଆକ୍ରମଣକାରୀମାନେ ତାଙ୍କୁ ହତ୍ୟା କରିବା ପରେ ମୃତଦେହକୁ କାରରେ ନେଇ ଜଙ୍ଗଲରେ ଫିଙ୍ଗି ଦେଇଛନ୍ତି। ପୋଲିସ ତାଙ୍କର ମୃତଦେହ ଜବତ କରିଛି।
ପାରୁଚୁରୀରର ଚକ୍ରଧର ଓ ଶ୍ରୀଲକ୍ଷ୍ମୀଙ୍କର ଏକମାତ୍ର ସନ୍ତାନ ଥିଲେ ଅଭିଜିତ୍। ସେ ଖୁବ ଭଲ ପାଠ ପଢୁଥିଲେ। ବିଦେଶକୁ ପୁଅକୁ ପଠାଇବା ପାଇଁ ରାଜି ନଥିଲେ ମା’ ଶ୍ରୀଲକ୍ଷ୍ମୀ। ମା’ଙ୍କ ବାରଣ ସତ୍ତ୍ୱେ ବହୁ ବୁଝାସୁଝା ପରେ ସେ ତାଙ୍କୁ ବିଦେଶ ଛାଡିଥିଲେ। ସନ୍ଦେହ କରାଯାଉଛି ଯେ ଆକ୍ରମଣକାରୀମାନେ ଅଭିଜିତଙ୍କୁ ଟଙ୍କା ଏବଂ ତାଙ୍କ ଲାପଟପ୍ ପାଇଁ ହତ୍ୟା କରିଥାଇ ପାରନ୍ତି।
ଗତ ୨ମାସ ଧରି ଭାରତୀୟ ଛାତ୍ରଙ୍କୁ ଆକ୍ରମଣ ଓ ହତ୍ୟା ଘଟଣା ସାମନାକୁ ଆସୁଛି। କିଛିଦିନ ତଳେ ୪ଛାତ୍ରଙ୍କୁ ହତ୍ୟା କରାଯାଇଥିଲା। ଗତ ଫେବ୍ରୁଆରୀ ପ୍ରଥମ ସପ୍ତାହରେ ଶ୍ରେୟସ ରେଡ୍ଡୀ ବେନିଗର ନାମକ ଜଣେ ୧୯ ବର୍ଷ ବୟସ୍କ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା। ସେହିପରି ଫେବ୍ରୁଆରୀ ପ୍ରଥମ ସପ୍ତାହରେ ଆମେରିକାର ପୁରୁଦ ବିଶ୍ବବିଦ୍ୟାଳୟରେ ନୀଲ ଆଚାର୍ଯ୍ୟ ନାମକ ଜଣେ ଛାତ୍ରଙ୍କ ମୃତଦେହ ମିଳିଥିଲା।
ଜାନୁଆରୀ ୧୬ରେ ହରିଆଣାର ୨୫ ବର୍ଷ ବୟସ୍କ ଛାତ୍ର ବିବେକ ସାଇନିଙ୍କୁ ଜର୍ଜିଆର ଲିଥୋନିଆରେ ହତ୍ୟା କରାଯାଇଥିଲା। ଗତ ଜାନୁଆରୀରେ ଇଲିଓନିସ ଅର୍ବାନା କ୍ଯାମ୍ପ୍ସରେ ବିଶ୍ବବିଦ୍ୟାଳୟରେ ଅକୁଲ ଧାବନ ନାମକ ଜଣେ ଛାତ୍ରଙ୍କ ମୃତଦେହ ମିଳିଥିଲା। ଏହାପରେ ଫେବୃଆରୀ ମାସରେ ଜଣେ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା। ଚିକାଗୋ ସହରରେ ଜଣେ ଭାରତୀୟ ଛାତ୍ରଙ୍କୁ ଲୁଟେରାମାନେ ଆକ୍ରମଣ କରିବା ଭିଡିଓ ସିସିଟିଭିରେ କଏଦ ହୋଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)