/odishatv-khabar/media/post_attachments/uploadimage/library/16_9/16_9_0/IMAGE_1708144495.jpg)
smartphone users
ସ୍ମାର୍ଟଫୋନ୍କୁ ନେଇ ଆସିଲା ରୋଚକ ତଥ୍ୟ । ବ୍ୟବହାରକାରୀଙ୍କ ନିଶା ପାଲଟିଛି ସ୍ମାର୍ଟଫୋନ୍ ! ପ୍ରାୟ ୧୫ ମିନିଟ୍ରେ ୮୪ ପ୍ରତିଶତ ଭାରତୀୟ ନିଜର ସ୍ମାର୍ଟଫୋନ୍ ଯାଞ୍ଚ କରୁଛନ୍ତି । ଏପରି ଏକ ରିପୋର୍ଟ ପ୍ରକାଶ କରିଛି ବୋଷ୍ଟନ୍ କନ୍ସଲ୍ଟିଂ ଗ୍ରୁପ୍ ବା ବିସିଜି । ବିସିଜିର ରିପୋର୍ଟ ଅନୁସାରେ ଭାରତରେ ପ୍ରାୟ ୮୪% ସ୍ମାର୍ଟଫୋନ୍ ବ୍ୟବହାରକାରୀ ନିଜର ସ୍ମାର୍ଟଫୋନ୍ ଉପରେ ଧ୍ୟାନ ଦିଅନ୍ତି । ମାତ୍ର ୧୫ ମିନିଟ୍ ମଧ୍ୟରେ ନିଜର ଫୋନ୍ ଯାଞ୍ଚ କରନ୍ତି ।
ଖାଲି ସେତିକି ନୁହେଁ, ୩୧ ପ୍ରତିଶତ ଲୋକ ନିଜୟ ସମୟ ସ୍ମାର୍ଟଫୋନ୍ରେ ବିତାନ୍ତି । ମାତ୍ର ଗୋଟିଏ ଦିନରେ ହାରାହାରି ୮୦ ଥର ସ୍ମାର୍ଟଫୋନ୍ ବ୍ୟବହାର କରନ୍ତି । ସେହିପରି ବିଭିନ୍ନ ଭିଡିଓ ଓ ଅନ୍ୟାନ୍ୟ କିଛି ଚେକ୍ ପାଇଁ ୫୦ ପ୍ରତିଶତ ସମୟ ସ୍ମାର୍ଟଫୋନ୍ ଉପରେ ଧ୍ୟାନ ଦିଅନ୍ତି । ବିସିଜି ତା’ର ରିପୋର୍ଟରେ ଆହୁରି କହିଛି ଯେ, ପୂର୍ବ ଅପେକ୍ଷା ବର୍ତ୍ତମାନ ସ୍ମାର୍ଟଫୋନ୍ର ବ୍ୟବହାର ଦ୍ରୁତଗତିରେ ବଢ଼ିଛି ।
୨୦୧୦ ତୁଳନାରେ ଏବେ ଯଥେଷ୍ଟ ବଢ଼ିଛି ସ୍ମାର୍ଟଫୋନ୍ ବ୍ୟବହାର । ସେହି ସମୟରେ ସ୍ମାର୍ଟଫୋନ୍ର ବ୍ୟବହାର ପ୍ରାୟ ୨ ଘଣ୍ଟା ରହିଥିବାବେଳେ ଏବେ ୪.୯ ଘଣ୍ଟାକୁ ବୃଦ୍ଧି ପାଇଛି । ସବୁଠାରୁ ବଡ଼ କଥା ହେଉଛି ଏବେର ଯୁବପିଢ଼ି ସ୍ମାର୍ଟଫୋନ୍ ବ୍ୟବହାରରେ ଅଧିକ ବ୍ୟସ୍ତ ରହୁଛନ୍ତି । ୧୮ରୁ ୨୪ ବୟସ ବର୍ଗର ଯୁବକ-ଯୁବତୀମାନେ ଇନଷ୍ଟାଗ୍ରାମ ରିଲ୍ସ, ୟୁଟ୍ୟୁବ୍ ସର୍ଟ ଇତ୍ୟାଦି ଭିଡିଓ ଦେଖିବାରେ ବ୍ୟସ୍ତ ରହୁଛନ୍ତି ।
ରିପୋର୍ଟରେ ଆହୁରି ଦର୍ଶାଯାଇଛି, ସ୍ମାର୍ଟଫୋନ୍ ୟୁଜର୍ସମାନେ ନିଜର ଆବଶ୍ୟକତା ଅପେକ୍ଷା ନିଜ ଫୋନ୍କୁ ଅଧିକ ଗୁରୁତ୍ୱ ଦେଉଛନ୍ତି ଏବଂ ବ୍ୟବହାର କରୁଛନ୍ତି । ଭାରତରେ ଅଧିକାଂଶ ଲୋକ ଇଣ୍ଟରନେଟ ସହ ଜଡ଼ିତ । ମୋବାଇଲ୍ ଫୋନ୍ ଦ୍ୱାରା ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି । ଯାହାକି ଡେକ୍ସଟପ୍ ଓ ଅନ୍ୟାନ୍ୟ ତୁଳନାରେ ଯଥେଷ୍ଟ କମ୍ ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)