Advertisment

ଗୁଗଲ୍‌ ପ୍ଲେ ଷ୍ଟୋର୍‌ରୁ ହଟିଲା ୧୦ ଭାରତୀୟ ଆପ୍‌

ଭାରତରେ ପ୍ରଚଳିତ ହେଉଥିବା ଏକାଧିକ ମ୍ୟାଟ୍ରିମୋନିଆଲ ଆପକୁ ପ୍ଲେଷ୍ଟୋରରୁ ହଟାଇ ଦେଇଛି ଗୁଗଲ୍।

author-image
Manoranjan Behera
ଅଦ୍ୟତନ ହୋଇଛି
Google Play Store

Google Play Store

ଗୁଗଲ୍‌ରୁ ବ୍ୟାନ୍‌ ହେଲା ୧୦ଟି ଭାରତୀୟ ନାମୀଦାମୀ ଆପ୍‌। ସର୍ଭିସ୍‌ ଫି ବିବାଦକୁ ନେଇ ଗୁଗଲ୍‌ ପ୍ଲେ ଷ୍ଟୋର୍‌ରୁ ଏହି ଆପ୍‌ ଗୁଡ଼ିକୁ ବାହାର କରାଯାଇଛି। ଗତକାଲିଠୁ ଗୁଗଲ୍‌ ଭାରତର ପ୍ଲେ ଷ୍ଟୋରରୁ ଲୋକପ୍ରିୟ ମ୍ୟାଟ୍ରିମୋନି ଆପ୍ ସମେତ କିଛି ଆପ୍ ଅପସାରଣ କରିବା ଆରମ୍ଭ କରିଛି।

Advertisment

ଗୁଗୁଲ୍ କହିଛି ଯେ ଭାରତୀୟ ବହୁ ପ୍ରତିଷ୍ଠିତ ୧୦ ଟି କମ୍ପାନୀ ଗୁଗଲ୍‌ ପ୍ଲାଟଫର୍ମରୁ ଲାଭ ପାଇବା ସତ୍ତ୍ୱେ ସର୍ଭିସ ଫି ଦେଇନଥିବାରୁ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଗୁଗଲ୍‌ ପକ୍ଷରୁ ସମସ୍ତ ଆପ୍‌ ଗୁଡ଼ିକ ନାଁ ପ୍ରକାଶ କରାନଯାଇଥିଲେ ମଧ୍ୟ ମାଟ୍ରିମୋନିଆଲ୍‌ ଆପ୍‌ ଯେମିତି Shaadi, Matrimony.com ଏବଂ Bharat Matrimony ଗୁଡ଼ିକୁ ପ୍ଲେ ଷ୍ଟୋର୍‌ରୁ ଅପସାରଣ କରାଯାଇଛି।

ଏହାଛଡ଼ା ବାଲାଜୀ ଟେଲିଫିଲ୍ମସ୍‌ର ALTBalaji, ସଙ୍ଗୀତ ଆପ୍‌ Kuku FM, ଡେଟିଂ ଆପ୍‌ Quack Quack, ଚାକିରି ଆପ୍‌ Naukri.Com ଆଦି ପ୍ଲେ ଷ୍ଟୋର୍‌ରେ ଦେଖିବାକୁ ମିଳୁନି। ତେବେ ଗୁଗୁଲ୍‌ ଓ ଭାରତୀୟ କମ୍ପାନୀ ମଧ୍ୟରେ ବିବାଦ ସର୍ଭିସ ଫି ବୃଦ୍ଧିକୁ ନେଇ ହୋଇଥିଲା। ଗୁଗୁଲ ସର୍ଭିସ ଫି ୧୧ ପ୍ରତିଶତରୁ ୨୬ ପ୍ରତିଶତକୁ ବୃଦ୍ଧି କରିବାରୁ ବିବାଦ ସୃଷ୍ଟି ହୋଇଥିଲା। କମ୍ପାନୀଗୁଡିକର କାର୍ଯ୍ୟନିର୍ବାହୀମାନେ କହିଛନ୍ତି, ଏହା ଉପରେ ସମୀକ୍ଷା ଚାଲିଛି। ପରବର୍ତ୍ତୀ ପଦକ୍ଷେପ ବାବଦରେ ବିଚାର କରଯାଉଛି।

Advertisment
Google Play Store App Ban Matrimonial Site
Advertisment
Advertisment