/odishatv-khabar/media/post_attachments/uploadimage/library/16_9/16_9_0/IMAGE_1710572119.jpg)
Fire Mishap
କାନାଡ଼ାରେ ଭାରତୀୟ ଦମ୍ପତ୍ତିଙ୍କ ମୃତ୍ୟୁ । ନିଆଁ ଲାଗିଯିବା ଫଳରେ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି । ଅଗ୍ନିକାଣ୍ତ ଫଳରେ ଦମ୍ପତ୍ତିଙ୍କର ନାବାଳିକା ଝିଅର ମଧ୍ୟ ମୃତ୍ୟୁ ହୋଇଛି । ଗତ ମାର୍ଚ୍ଚ ୭ ରେ ଏହି ଘଟଣା ଘଟିଥିବା ଜଣା ପଡ଼ିଛି ।
ମୃତକମାନେ ହେଲେ ୫୧ ବର୍ଷୀୟ ରାଜୀବ ୱାରିକୋ, ତାଙ୍କ ପତ୍ନୀ ୪୭ ବର୍ଷୀୟ ଶିଳ୍ପା କୋଥା ଏବଂ ସେମାନଙ୍କର ୧୬ ବର୍ଷର ଝିଅ ମହକ ୱାରିକୋ । ବିଗ୍ ସ୍କାଏ ୱେରେ ଥିବା ତାଙ୍କ ଘରୁ ଦମ୍ପତ୍ତିଙ୍କ ସହ ନାବାଳିକର ମୃତଦେହ ମିଳିଥିଲା । ତେବେ ନିଆଁ କେଉଁ କାରଣ ପାଇଁ ଲାଗିଲା ବର୍ତ୍ତମାନ ସୁଦ୍ଧା କାରଣ ଜଣା ପଡ଼ିନାହିଁ । କେହିଁ ନିଆଁ ଲଗାଇ ଦେଇଛି କି ଏହା କୌଣସି ଦୁର୍ଘଟଣା ତାହା ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ ତଦନ୍ତ କରୁଛି ।
ଅନ୍ୟପଟେ ଏହା ହତ୍ୟା କି ଆତ୍ମହତ୍ୟା ସେନେଇ ମଧ୍ୟ ପୋଲିସ ତଦନ୍ତ ଜାରି ରଖିଛି । ଏହା ଦୁର୍ଘଟଣା ଜନିତ ନୁହେଁ ବୋଲି ପ୍ରାଥମିକ ଅନୁସନ୍ଧାନରୁ ପୋଲିସ ସନ୍ଦେହ କରୁଛି । ପୋଲିସ ଏହାକୁ ସନ୍ଦେହଜନକ ବୋଲି ବର୍ଣ୍ଣନା କରିଛି । ଅଗ୍ନିକାଣ୍ତ କିପରି ଘଟିଲା ତାହାର କାରଣ ଜାଣିବାକୁ ପୋଲିସ ତଦନ୍ତ ଜାରି ରଖିଛି ।
ତେବେ ଏନେଇ ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି, ପ୍ରଥମେ ଏକ ବଡ଼ ବିସ୍ଫୋରଣ ହୋଇଥିଲା । ପରେ ନିଆଁ ଲାଗିଯାଇଥିଲା ଓ ଅଳ୍ପ କେତେ ସମୟରେ ପୂରା ଘର ପୋଡ଼ି ପାଉଁଶ ହୋଇଯାଇଥିଲା । ସେସମୟରେ ମୃତାହତଙ୍କ ସଂଖ୍ୟା ଜଣା ପଡ଼ିନଥିଲା । ପରେ ବହୁ କଷ୍ଟରେ ଶବଗୁଡ଼ିକୁ ଚିହ୍ନଟ କରିଥିଲେ ।
ରାଜୀବ ୱାରିକୋ ଟରୋଣ୍ଟୋ ପୋଲିସରେ ସ୍ୱେଚ୍ଛାସେବୀ ଭାବରେ କାର୍ଯ୍ୟ କରୁଥିଲେ । ତାଙ୍କର କାର୍ଯ୍ୟକାଳ ଗତ ୨୦୧୬ ରେ ଶେଷ ହୋଇଯାଇଥିଲା । ରାଜୀବଙ୍କ ଝିଅ ମହକ ୱାରିକୋ ଜଣେ ଫୁଟବଲର୍ ଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)