କୋଣାର୍କ ସୂର୍ଯ୍ୟମନ୍ଦିର ନିର୍ମାଣ ସମୟରେ ମଧ୍ୟ ଭାରତୀୟଙ୍କ ଭିତରେ ଥିଲା ଆଧୁନିକ ଫ୍ୟାସନ ଡିଜାଇନିଂର ଜ୍ଞାନ । ନ୍ୟାସନାଲ୍ କ୍ରିଏଟର୍ସ ଆୱାର୍ଡ ପ୍ରଦାନ ଅବସରରେ କିଛି ଏଭଳି ତଥ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଭାରତର ପ୍ରାଚୀନ ପରମ୍ପରାକୁ ଶାଢ଼ୀରେ ଆଧୁନିକ ଫ୍ୟାସନର ରୂପ ଦେଉଥିବା ଡିଜାଇନର ଜାହ୍ନବୀ ସିଂଙ୍କୁ ହେରିଟେଜ୍ ଫ୍ୟାସନ୍ ଆଇକନ୍ ଆୱାର୍ଡରେ ସମ୍ମାନିତ କରିବା ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, କାହିଁ କେବେଠୁ ଫ୍ୟାସନ କ୍ଷେତ୍ରରେ ବିଶ୍ୱରେ ଭାରତ ଅଗ୍ରଣୀ ରହି ଆସିଛି ।
ଏହି ମର୍ମରେ କୋଣାର୍କର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ, କୋଣାର୍କର ସୂର୍ଯ୍ୟ ମନ୍ଦିର କାନ୍ଥରେ ଥିବା ଆକର୍ଷଣୀୟ ପ୍ରସ୍ତର ମୂର୍ତ୍ତି ଭିତରୁ ଏପରି ଏକ ମୂର୍ତ୍ତି ଅଛି ଯେଉଁଥିରେ ମିନିସ୍କଟ୍ ପିନ୍ଧା ଜଣେ ଝିଅକୁ ହାତରେ ପର୍ସ ଧରିଥିବାର ଆଧୁନିକ ଠାଣିରେ ଦେଖିବାକୁ ମିଳିବ । ଏହାର ଅର୍ଥ ଶହ ଶହ ବର୍ଷ ପୂର୍ବରୁ ଫ୍ୟାସନର ଏ ଜ୍ଞାନ ଆମ ପ୍ରସ୍ତର ଶିଳ୍ପୀଙ୍କ ପାଖରେ ବି ଥିଲା ।
Also Read
#ମୋଦି_କହିଲେ_କୋଣାର୍କରେ_କଣ_ଅଛି?
— ଓଟିଭି (@otvkhabar) March 8, 2024
ପଥର ଖୋଦେଇ କରୁଥିବା ମଣିଷ ବି ଜାଣିଥିଲା ଫ୍ୟାସନର ମାନେ କଣ। ମିନିସ୍କର୍ଟ ଆଧୁନିକତାର ପ୍ରତୀକ ନୁହେଁ, କୋଣାର୍କ ମନ୍ଦିରରେ ଖୋଦେଇ ହୋଇଥିବା ମୂର୍ତ୍ତି ବି ପିନ୍ଧିଛି ମିନିସ୍କର୍ଟ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। #KonarkTemple #PMModi #CreatorsAward #OTV pic.twitter.com/3BVBGqXAcm
ଆଜି ପ୍ରଥମ ନାସନାଲ କ୍ରିଏଟର ଆୱାର୍ଡ ପ୍ରଦାନ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସାମାଜିକ ପରିବର୍ତ୍ତନ, ପରିବେଶ ନିୟନ୍ତ୍ରଣ ଏବଂ ଶିକ୍ଷା ଭଳି ୨୦ଟି ବିଭାଗରେ ପ୍ରଥମ ନାସନାଲ କ୍ରିଏଟର ଆୱାର୍ଡ ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସାମାଜିକ ପରିବର୍ତ୍ତନ, ପରିବେଶ ନିୟନ୍ତ୍ରଣ ଏବଂ ଶିକ୍ଷା ଭଳି ୨୦ଟି ବିଭାଗରେ ଦିଆଯାଉଛି ପୁରସ୍କାର । ଆସିଛି ଦେଢ ଲକ୍ଷ ନୋମିନେସନ ଏବଂ ୧୦ ଲକ୍ଷ ଭୋଟ୍ । ଓଡିଶାରେ ବିବାଦୀୟ ଥିବା ୟୁଟ୍ୟୁବର କାମିୟା ଜାନୀଙ୍କୁ ବେଷ୍ଟ ଟ୍ରାଭେଲ କ୍ରିଏଟର ଆୱାର୍ଡ ମିଳିଛି । ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ସମ୍ମାନୀତ କରିଛନ୍ତି । ଏହା ସହ ସେ କାମିୟାଙ୍କୁ ଦେଶର ମନ୍ଦିର ଗୁଡିକୁ ପ୍ରୋମଟ କରିବାକୁ ପରାମର୍ଶ ଦେଇଛନ୍ତି ।
#ମୋଦିଙ୍କୁ_କଣ_କହିଲେ_କାମିୟା_ଜାନୀ?
— ଓଟିଭି (@otvkhabar) March 8, 2024
ଓଡିଶାରେ ବିବାଦୀୟ ଥିବା ୟ_ଟ୍ୟୁବର କାମିୟା ଜାନୀଙ୍କୁ ବେଷ୍ଟ ଟ୍ରାଭେଲ କ୍ରିଏଟର ଆୱାର୍ଡ ମିଳିଛି। ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ସମ୍ମାନୀତ କରିଛନ୍ତି। ଏହା ସହ ସେ କାମିୟାଙ୍କୁ ଦେଶର ମନ୍ଦିର ଗୁଡିକୁ ପ୍ରୋମଟ କରିବାକୁ ପରାମର୍ଶ ଦେଇଛନ୍ତି।#KamiyaJani #PMModi #OTV pic.twitter.com/QBpq6tIw3t