Advertisment

ଆମେରିକାରେ ପୁଣି ଭାରତୀୟ ଛାତ୍ରଙ୍କୁ ଆକ୍ରମଣ, ଦୂତାବାସରୁ ଲୋଡିଲେ ସହାୟତା

ମଜାହୀର କିଛି ଖାଦ୍ୟ ପୁଡ଼ିଆ ଧରି ନିଜ ଘରକୁ ଫେରୁଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କର ପିଛା କରିଥିଲେ। ପରେ ତାଙ୍କୁ ଆକ୍ରମଣ କରିବା ସହ ତାଙ୍କ ଫୋନ୍ ଛଡ଼ାଇ ନେଇଯାଇଛନ୍ତି। ଆକ୍ରମଣର କିଛି ସିସିଟିଭି ଭିଡିଓ ସାମ୍ନାକୁ ଆସିଛି।

author-image
Sonali Ojha
ଅଦ୍ୟତନ ହୋଇଛି
Indian Student Attack in USA

Indian Student Attack

ଦିନକୁ ଦିନ ଭାରତୀୟ ଛାତ୍ରଙ୍କ ପାଇଁ ଅସୁରକ୍ଷିତ ହୋଇପଡୁଛି ଆମେରିକା। ଗତ ଏକମାସ ଧରି ଭାରତୀୟ ଛାତ୍ରଙ୍କୁ ଆକ୍ରମଣ ଓ ହତ୍ୟା ଘଟଣା ସାମନାକୁ ଆସୁଛି। କିଛିଦିନ ତଳେ ୪ଛାତ୍ରଙ୍କୁ ହତ୍ୟା କରାଯାଇଥିବା ବେଳେ ପୁଣି ଜଣେ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ଚିକାଗୋ ସହରରେ ଜଣେ ଭାରତୀୟ ଛାତ୍ରଙ୍କୁ ଲୁଟେରାମାନେ ଆକ୍ରମଣ କରିଛନ୍ତି। ଯାହାର ଭିଡିଓ ସିସିଟିଭିରେ କଏଦ ହୋଇଛି।

Advertisment

୪ ଦୁର୍ବୃତ୍ତ ଛାତ୍ରଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି । ଦୁର୍ବୃତ୍ତଙ୍କ ଆକ୍ରମଣରେ ଛାତ୍ର ଲହୁଲୁହାଣ ହୋଇଛନ୍ତି। ଆକ୍ରମଣର ଶିକାର ଛାତ୍ରଙ୍କ ନାଁ ସୟଦ ମଜାହୀର ଅଲ୍ଲୀ। ତାଙ୍କ ଘର ହାଇଦ୍ରାବାଦରେ ହୋଇଥିବା ବେଳେ ସେ ଆମେରିକାରେ ରହି ପଢୁଛନ୍ତି।

ସୂଚନା ଅନୁସାରେ ମଜାହୀର କିଛି ଖାଦ୍ୟ ପୁଡ଼ିଆ ଧରି ନିଜ ଘରକୁ ଫେରୁଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କର ପିଛା କରିଥିଲେ। ପରେ ତାଙ୍କୁ ଆକ୍ରମଣ କରିବା ସହ ତାଙ୍କ ଫୋନ୍ ଛଡ଼ାଇ ନେଇଯାଇଛନ୍ତି। ଆକ୍ରମଣର କିଛି ସିସିଟିଭି ଭିଡିଓ ସାମ୍ନାକୁ ଆସିଛି। ଆକ୍ରମଣ ପରେ ମଜାହୀର ନିଜେ ଏ ନେଇ ସୋସିଆଲ ମିଡିଆରେ ଫଟୋ ଏବଂ ଭିଡିଓ ସେୟାର କରିବା ସହ ଆମେରିକା ପୋଲିସର ଧ୍ୟାନ ଆକର୍ଷଣ ଲାଗି ଚେଷ୍ଟା କରିଛନ୍ତି। ଏଥିସହ ଭାରତୀୟ ଦୂତାବାସରୁ ମଧ୍ୟ ସହାୟତା ଲୋଡ଼ିଛନ୍ତି।

Advertisment

ଏକ ଭାଇରାଲ୍ ଭିଡିଓରେ ଅଲି କହିଛନ୍ତି, “ମୁଁ ଖାଦ୍ୟ ନେଇ ମୋ ଘରକୁ ଫେରୁଥିଲି। ସେତେବେଳେ ଚାରି ଜଣ ଦୁର୍ବୃତ୍ତ ମୋତେ ଘେରିଯାଇ ମାରିଥିଲେ ଏବଂ ମୋ ଫୋନ୍‌ ଛଡ଼ାଇ ଦୌଡ଼ି ପଳାଇଯାଇଥିଲେ। ଦୟାକରି ମୋତେ ସାହାଯ୍ୟ କରନ୍ତୁ। ମୋ ଆଖିରେ, ଗୋଡରେ, ମୁହଁରେ, ପିଠିରେ ଚାରିଆଡ଼େ ସେମାନେ ମୋତେ ଆଘାତ କରିଛନ୍ତି। ଡକାୟତମାନେ ଘଟଣାସ୍ଥଳରୁ ପଳାଇବା ପୂର୍ବରୁ ତାଙ୍କ ମୋବାଇଲ୍ ଫୋନ୍ ଏବଂ ୱାଲେଟ୍ ନେଇ ଯାଇଛନ୍ତି।’’

ହାଇଦ୍ରାବାଦରେ ରହୁଥିବା ତାଙ୍କ ପତ୍ନୀ ଏ ନେଇ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ଚିଠି ଲେଖି ସହାୟତା ପାଇଁ ନିବେଦନ କରିଛନ୍ତି। ସେପଟେ ଆକ୍ରମଣକାରୀ ଛାତ୍ରଙ୍କ ସହ ଯୋଗାଯୋଗରେ ଥିବା ଚିକାଗୋରେ ଥିବା ଭାରତୀୟ ବାଣିଜ୍ୟିକ ଦୂତାବାସ ପକ୍ଷରୁ କୁହାଯାଇଛି। ଗତ କିଛି ଦିନ ହେଲା ଆମେରିକାରେ ଭାରତୀୟ ଛାତ୍ରଙ୍କ ଉପରେ ଆକ୍ରମଣ ଘଟଣା ସାମ୍ନାକୁ ଆସିବାରେ ଲାଗିଛି।..

US Attack
Advertisment
Advertisment