/odishatv-khabar/media/post_attachments/uploadimage/library/16_9/16_9_0/IMAGE_1742718053.jpg)
ଭୁବନେଶ୍ୱରରେ ଅଛନ୍ତି କି ଆପଣଙ୍କ ପିଲା ?
ନୀଳ ଜହରର ଏ ନୀଳ ଇଲାକା । ଚା’ ସାଙ୍ଗରେ ଜମୁଥିଲା ଗ୍ରୀନ୍ ଗ୍ରୀନ୍ ସିଗାରେଟ୍ । ଖାଲି ଗଞ୍ଜେଇ ନୁହେଁ, ଏବେ ରାଜଧାନୀ ପାଲଟିଛି ନିଶା କାରବାରର ଆଡାସ୍ଥଳୀ । ବେପାରୀ ବିଛାଉଛନ୍ତି ଜାଲ, ଫାଶରେ ପଡ଼ୁଛନ୍ତି ଯୁବପିଢ଼ି । ଏଇ ମାତ୍ର ୨ ଦିନରେ ରାଜଧାନୀ ଭୁବନେଶ୍ୱରରୁ ଜବତ ହେଲାଣି ବଣ୍ଡଲ ବଣ୍ଡଲ ଗଞ୍ଜେଇ, ଶହ ଶହ ଲିଟର ଦେଶୀ ମଦ, ଆଉ ପୁଳାପୁଳା ଡ୍ରଗ୍ସ । ଗୋଡାଉଛି ପୋଲିସ, ଆଗେ ଆଗେ ଦଉଡ଼ୁଛନ୍ତି ଯୁବ ନିଶାଡ଼ି । ନୀଳ ଗଞ୍ଜେଇର ସିଗାରେଟ୍ କିଣିବାବେଳେ କିଛି ଯୁବକଙ୍କୁ ପୋଲିସ ଗିରଫ କରିଛି ।
ଅଧିକ ପଢ଼ନ୍ତୁ: ତାମିଲନାଡୁ ଶରଣରେ ନବୀନ, ବଦଳାଇଲେ ଷ୍ଟାଣ୍ଡ
ସେହିପରି ଭୁବନେଶ୍ୱରରେ ପାନ ଦୋକାନରେ ଚାଲିଥିଲା ଗଞ୍ଜେଇ କାରବାର । ଡ୍ରଗ୍ସ କାରବାର ନେଇ ସ୍ପେଶାଲ କ୍ରାଇମ ୟୁନିଟର ଖବର ପାଇବା ପରେ ଚଢ଼ାଉ କରିଥିଲା । ନିଶା ବେପାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଲା କ୍ରାଇମ୍ ୟୁନିଟ୍ । ଅଧିକାରୀମାନେ ପାନ ଦୋକାନରୁ ବିପୁଳ ପରିମାଣର ଗଞ୍ଜେଇ ଓ ସିଗାରେଟ୍ ଜବତ କରିଥିଲେ । ପରେ ଏକାଧିକ ଯୁବକଙ୍କୁ ଉଠାଇ ନେଇଥିଲା ସ୍ପେଶାଲ କ୍ରାଇମ୍ ୟୁନିଟ୍ ।
ଅନ୍ୟପଟେ ରାଜଧାନୀର ରାଜରାସ୍ତା କଡ଼ରୁ ଠାବ ହୋଇଛି ଦେଶୀ ମଦ ଭାଟି । ଶାସ୍ତ୍ରୀନଗର ଟ୍ରାଫିକ୍ ଛକ ଉପରେ ଚାଲିଥିଲା ଦେଶୀ ମଦ ଭାଟି । ଯାହାର ପର୍ଦ୍ଦାଫାସ୍ କରିଛି ଖାରବେଳ ନଗର ଥାନା ପୋଲିସ । ଘଟଣାସ୍ଥଳରେ ଚଢାଉ କରାଯାଇ ଶହ ଶହ ଲିଟର ଦେଶୀ ମଦ ଜବତ କରିବା ସହ ଜଣେ ମହିଳାଙ୍କୁ ଗିରଫ କରିଛି ପୋଲିସ । ଏକ ଲାଟିନ୍ ଭିତରେ ମଦ ତିଆରି କରାଯାଉଥିବା ଚିତ୍ର ସାମ୍ନାକୁ ଆସିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)