Advertisment

Viral Video: ଭାରତୀୟ ଅଟୋ ଚାଳକଙ୍କ ଭୁସ୍ ଭାସ୍ ଇଂରାଜୀ ଶୁଣି ଫ୍ୟାନ୍ ହୋଇଗଲେ ବିଦେଶୀ

ଭାରତରେ ଅଟୋ ଚାଳକଙ୍କୁ ସାଧାରଣତଃ ଛୋଟ ନଜରରେ ଦେଖାଯାଏ, ସେମାନଙ୍କୁ ଅଶିକ୍ଷିତ ବୋଲି କୁହାଯାଏ। କିନ୍ତୁ ଏହି ଅଟୋ ଚାଳକଙ୍କ ଇଂରାଜୀ ଶୁଣି ଆପଣଙ୍କ ମୁହଁ ଲାଜରେ ନଇଁଯିବ। ଆପଣ ଭାବିବେ ତାଙ୍କ ଆଗରେ ଆପଣ କିଛି ନୁହେଁ।

author-image
Pramod Behera
foreigner becomes fan of Indian auto rickshaw driver fluent english

foreigner becomes fan of Indian auto rickshaw driver fluent english

ଆମ ଦେଶରେ ଇଂରାଜୀର ହାୱା ବହିବାରେ ଲାଗିଛି। ସାଧାରଣତଃ ବିଶ୍ୱାସ କରାଯାଏ ଯେ ଯେଉଁମାନେ ଇଂରାଜୀ କୁହନ୍ତି ସେମାନେ ଶିକ୍ଷିତ ଏବଂ ଯେଉଁମାନେ ଇଂରାଜୀ କହିପାରୁ ନାହାଁନ୍ତି ସେମାନଙ୍କୁ ପ୍ରାୟତଃ ଛୋଟ ନଜରରେ ଦେଖାଯାଏ। କିନ୍ତୁ ଆଜିକାଲି ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହା ଇଂରାଜୀକୁ ନେଇ ଥିବା ଏହି ଭାବନାକୁ ବଦଳାଇ ଦିଏ।

Advertisment

ଏହି ଭିଡିଓ ଏକ ଅଟୋ ଚାଳକଙ୍କର, ଯିଏ ଇଂରାଜୀରେ ଭୁସ୍ ଭାସ୍ କଥାବାର୍ତ୍ତା କରୁଥିବା ଦେଖାଯାଏ। ସେ ଏମିତି ସେମିତି ଇଂରାଜୀ ମଧ୍ୟ କହୁ ନାହାନ୍ତି, ତାଙ୍କ ଇଂରାଜୀ ଏତେ ସ୍ପଷ୍ଟ ଯେ ଯିଏ ବି ଶୁଣିବ ସେ ଆଶ୍ଚର୍ଯ୍ୟ ହେବା ଆଉ ଭାବିବ ଏ ନିଶ୍ଚିତ ଜଣେ ବିଦେଶୀ। ଏହି କାରଣରୁ ଜଣେ ବିଦେଶୀ ମଧ୍ୟ ଏହି ଅଟୋ ଚାଳକଙ୍କ ଇଂରାଜୀର ଜଣେ ବଡ଼ ପ୍ରଶଂସକ ହୋଇଗଲେ ଏବଂ ସେ ସୋସିଆଲ ମିଡିଆରେ ତାଙ୍କୁ ପ୍ରଶଂସା କଲେ।

ଅଟୋ ଚାଳକଙ୍କ ସ୍ୱଚ୍ଛ ଇଂରାଜୀ କହୁଥିବା ଏହି ଭିଡିଓକୁ US ବ୍ଲଗର୍ zakkyzuu ନାମକ ଜଣେ ବିଦେଶୀ ପୋଷ୍ଟ କରିଛନ୍ତି। ଭିଡିଓରେ ଆପଣ ଦେଖିପାରିବେ ଯେ ବ୍ରିଟେନ୍‌ର ଏହି ବିଦେଶୀ ଏଟିଏମ୍ ପାଖରେ ଥିବା ରାସ୍ତାରେ ଠିଆ ହୋଇଥିବା ଅଟୋ ଚାଳକଙ୍କୁ କିଛି ପଚାରୁଛନ୍ତି। ଏହାର ଉତ୍ତରରେ ଅଟୋ ଡ୍ରାଇଭର ସ୍ପଷ୍ଟ୍ ଇଂରାଜୀରେ କହୁଛନ୍ତି ଯେ ଏଠାରେ ଦୁଇଟି ଏଟିଏମ୍ ଅଛି, ଯେଉଁଥିରୁ ଗୋଟିଏ ଖରାପ ଅଛି। ତା’ପରେ ଅଟୋ ଚାଳକ ତାଙ୍କୁ ପଚାରନ୍ତି ଯେ “ଆପଣ କଣ ବୁଲିବାକୁ ଯିବେ?”

Advertisment

ଏହା ସହିତ ସେ ତାଙ୍କର ଅଟୋ ଭଡା ମଧ୍ୟ କୁହନ୍ତି କିନ୍ତୁ ଏହି ସମସ୍ତ କଥାବାର୍ତ୍ତା ଇଂରାଜୀରେ ଚାଲିଛି। କଥାବାର୍ତ୍ତା କରିବା ସମୟରେ, ଅଟୋ ଚାଳକ ଶେଷରେ ସେହି ବ୍ୟକ୍ତିଙ୍କୁ ଅଟୋରେ ବସେଇ ଇଂରାଜୀରେ ବହୁତ କଥା ହୁଅନ୍ତି। ଏହି ଆଶ୍ଚର୍ଯ୍ୟଜନକ ଭିଡିଓ କେରଳର ଏବଂ ଅଟୋ ଡ୍ରାଇଭରର ନାଁ ଆଶ୍ରାଫ ବୋଲି କୁହାଯାଉଛି।

ଏହି ଭିଡିଓ ସୋସିଆଲ ମିଡିଆରେ ନିଆଁ ଲଗେଇ ଦେଇଛି। ଖବର ଲେଖା ହେବା ବେଳକୁ ଏହି ଭିଡିଓକୁ ୧୦ ମିଲିୟନରୁ ଅଧିକ ଅର୍ଥାତ୍ ଲୋକ ଦେଖିସାରିଥିଲେ। ଯିଏ ଏହି ଭିଡିଓ ଦେଖୁଛି ଅଟୋ ଚାଳକଙ୍କୁ ବହୁତ ପ୍ରଶଂସା କରୁଛି।

କିଛି ଇଣ୍ଟରନେଟ୍ ବ୍ୟବହାରକାରୀ କହୁଛନ୍ତି ଯେ କେରଳର ଅଟୋ ଚାଳକମାନେ ମଧ୍ୟ ଏତେ ଭଲ ଇଂରାଜୀ କୁହନ୍ତି। ତା’ପରେ କେହି ଜଣେ କହିଛନ୍ତି ଯେ ସେହି ବ୍ୟକ୍ତିଙ୍କର ପ୍ରତିଭା ଅଛି। ଏଥି ସହିତ, ଲୋକମାନେ ଏହାକୁ ଏକ ମଜାଳିଆ ଢଙ୍ଗରେ ମଧ୍ୟ କହୁଛନ୍ତି, ଅଟୋ ଚାଳକ ଭଇ ଠିକ୍ କହୁଛନ୍ତି ଯେ ଏସ୍‌ବିଆଇ ଏଟିଏମ୍ କେବେ କାମ କରେ ନାହିଁ।

Viral Video Auto Driver
Advertisment
Advertisment