Advertisment

Indian Railway Recruitment: ଭାରତୀୟ ରେଳବାଇରେ ଚାକିରି; ଦଶମ ପିଲା କରିପାରିବେ ଆବେଦନ; ଦରମା ୯୨ ହଜାର

ଭାରତୀୟ ରେଳ ହେଉଛି ଏକ ବିଶାଳ ପ୍ଲାଟଫର୍ମ ଯେଉଁଠାରେ ଅନେକ ଚାକିରି ପାଇବାକୁ ଆଶାୟୀ ଥାଆନ୍ତି। ଆପଣ ଯଦି ଏହି ଆଶାୟୀମାନଙ୍କ ମଧ୍ୟରୁ ଜଣେ ତେବେ ବିଳମ୍ବ ନ କରି ତୁରନ୍ତ ଆବେଦନ ପାଇଁ ପ୍ରସ୍ତୁତ ହୁଅନ୍ତୁ। କାରଣ RRB ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି।

author-image
Pramod Behera
ଅଦ୍ୟତନ ହୋଇଛି
Indian Railway RRB Technician Recruitment 2024

Indian Railway RRB Technician Recruitment Apply Online For 9144 Post

ଭାରତୀୟ ରେଳ ହେଉଛି ଏକ ବିଶାଳ ପ୍ଲାଟଫର୍ମ ଯେଉଁଠାରେ ଅନେକ ଚାକିରି ପାଇବାକୁ ଆଶାୟୀ ଥାଆନ୍ତି। ଆପଣ ଯଦି ଏହି ଆଶାୟୀମାନଙ୍କ ମଧ୍ୟରୁ ଜଣେ ତେବେ ବିଳମ୍ବ ନ କରି ତୁରନ୍ତ ଆବେଦନ ପାଇଁ ପ୍ରସ୍ତୁତ ହୁଅନ୍ତୁ। କାରଣ RRB ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି।

Advertisment

ଏହି ନିଯୁକ୍ତି ପ୍ରକ୍ରିୟାରେ ଟେକ୍ନିସିଆନ ପଦବୀ ପୂରଣ ହେବ। ଦଶମ ପାଶ୍‌ ପିଲାମାନେ ମଧ୍ୟ ଏହାର ସୁଯୋଗ ନେଇ ପାରିବେ। ଏନେଇ ଆବେଦନ ପ୍ରକ୍ରିୟା ଅନ୍‌ଲାଇନ୍‌ରେ ଆରମ୍ଭ ହୋଇଯାଇଛି। ଏହି ନିଯୁକ୍ତି ମାଧ୍ୟମରେ ମୋଟ ୯୧୪୪ ଟି ପଦବୀ ପୂରଣ ହେବ।

ଅଧିକ ପଢ଼ନ୍ତୁ: ଓଡ଼ିଶାରେ ପୂରଣ ହେବେ ୧୦୬୧ PGT ଶିକ୍ଷକ; ଦରମା ୧.୪ ଲକ୍ଷ ପରେ

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ RRB ର ଅଫିସିଆଲ୍ ୱେବ୍‌ସାଇଟ୍ https://rrbbbs.gov.in/କୁ ଯାଇ ଅନ୍‌ଲାଇନ୍ ଆବେଦନ କରିପାରିବେ। ଯେଉଁମାନେ ଏହାର ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍‌ Indian Railway RRB Technician Recruitment Apply Online For 9144 Post notification ଉପରେ କ୍ଲିକ୍ କରି ଦେଖିପାରିବେ।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୦୯ ମାର୍ଚ୍ଚ ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୦୮ ଏପ୍ରିଲ୍ ମାର୍ଚ୍ଚ ୨୦୨୪

ଖାଲି ପଦବୀ:

  • ଟେକ୍ନିସିଆନ Gr-I ସିଗ୍ନାଲ୍ – ୧୦୯୨ଟି ପୋଷ୍ଟ୍‌
  • ଟେକ୍ନିସିଆନ୍ Gr-III – ୮୦୫୨ଟି ପୋଷ୍ଟ୍‌

ଶିକ୍ଷାଗତ ଯୋଗ୍ୟତା:

  • ଦଶମ ସହିତ ସମ୍ବନ୍ଧିତ ଟ୍ରେଡ୍‌ରେ ITI
  • କିମ୍ବା PCM / B.sc/ B.Tech / B.E / ଡିପ୍ଲୋମା ଇଞ୍ଜିନିୟରିଂ ସହିତ ବିଜ୍ଞାନରେ ଦ୍ୱାଦଶ ପାସ୍
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବନିମ୍ନ ବୟସ – ୧୮ ବର୍ଷ
  • ସର୍ବାଧିକ ବୟସ – ୩୬ ବର୍ଷ
  • ବୟସ ଗଣନା ୦୧ ଜୁଲାଇ ୨୦୨୪ ଅନୁସାରେ ହେବ

ମାସିକ ଦରମା:

  • ଟେକ୍ନିସିଆନ୍ Gr-III – ୧୯,୯୦୦ ରୁ ୬୩,୨୦୦ ଟଙ୍କା
  • ଟେକ୍ନିସିଆନ୍ Gr-I ସିଗ୍ନାଲ୍ – ୨୯,୨୦୦ ରୁ ୯୨,୩୦୦ ଟଙ୍କା

ଆବେଦନ ଶୁଳ୍କ:

  • ସାଧାରଣ ବର୍ଗ/ EWS/ OBC – ୫୦୦ ଟଙ୍କା
  • SC/ST/PwD/ମହିଳା – ୨୫୦ ଟଙ୍କା

ଚୟନ ପ୍ରକ୍ରିୟା:

  • ଲିଖିତ ପରୀକ୍ଷା(କମ୍ୟୁଟର ଆଧାରିତ)
  • ସାକ୍ଷାତକାର
  • ଡକ୍ୟୁମେଣ୍ଟ୍ ଯାଞ୍ଚ

ଅଧିକ ପଢ଼ନ୍ତୁ: ଆପଣ ୧.୫ ଲକ୍ଷ ଟଙ୍କିଆ ଚାକିରି ଖୋଜୁଛନ୍ତି କି; ଦେଖନ୍ତୁ ଏହି ଖବର

ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍:

  • HSC ସାର୍ଟିଫିକେଟ୍ ଏବଂ ମାର୍କ ସିଟ୍
  • +2/ITI ସାର୍ଟିଫିକେଟ୍ ଏବଂ ମାର୍କ ସିଟ୍
  • ଜାତି ପ୍ରମାଣପତ୍ର
  • ସିଗ୍ନେଚର୍
  • ଆଧାର କାର୍ଡ
  • ବାସିନ୍ଦା ସାର୍ଟିଫିକେଟ୍
  • ପାସପୋର୍ଟ ଆକାରର ଫଟୋଗ୍ରାଫ୍
Indian Railways RRB RRB Recruitment Govt Jobs
Advertisment
Advertisment