• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ପୁଣି ଲୋହିତ ସାଗର ନିକଟରେ ହୁତି ଆକ୍ରମଣର ଶିକାର ହେଲା ଜାହାଜ । ପୁଣି ଥରେ ଏହାକୁ ମଝି ସମୁଦ୍ରରେ ସହାୟତା ଯୋଗାଇ ନିଜ ବୀରତ୍ୱର ପରିଚୟ ଦେଲା ଭାରତୀୟ ନୌସେନା । ସୂଚନା ଅନୁସାରେ, ସୋମବାର ଦିନ ଗଲ୍ଫ ଅଫ୍ ଆଦେନରେ ଏହି ଘଟଣା ଘଟିଛି। ଆଡେନଠୁ ୯୦ ନଟିକାଲ୍ ମାଇଲ୍ ଦକ୍ଷିଣ ପୂର୍ବରେ ଏକ ଲାଇବେରିଆ ପତାକା ଥିବା ମାଲବାହୀ ଜାହାଜ MSC ସ୍କାଏ-ଟୁ ହୁତି ଗ୍ରୁପର ଡ୍ରୋନ୍ କିମ୍ବା ମିଜାଇଲ୍ ଆକ୍ରମଣର ଶିକାର ହୋଇଥିଲା ।

ତେବେ ଏହି ଖବର ପାଇବା କ୍ଷଣି, ସମ୍ପୃକ୍ତ ଅଞ୍ଚଳରେ ମୁତୟନ ଥିବା ଭାରତୀୟ ନୌସେନାର ଯୁଦ୍ଧ ଜାହାଜ INS କୋଲକାତା ସହାୟତା ପାଇଁ ସେଠାରେ ପହଞ୍ଚିଥିଲା । ୧୨ ଜଣିଆ ସ୍ୱତନ୍ତ୍ର ଅଗ୍ନିଶମ ଟିମ୍ ଗତକାଲି ଜାହାଜରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏହାପରେ ୧୩ ଭାରତୀୟଙ୍କ ସମେତ ୨୩ ଜଣ କ୍ରୁ ସଦସ୍ୟ ଥିବା ଏହି ଜାହାଜକୁ ସୁରକ୍ଷା ଯୋଗାଇ ନିରାପଦ ଅଞ୍ଚଳ ଯାଏଁ ନେଇଥିଲେ ଭାରତୀୟ ନୌସେନା ଯବାନ ।

ଗାଜା ଉପରେ ଇସ୍ରାଏଲର ଆଖିବୁଜା ଆକ୍ରମଣକୁ ବିରୋଧ କରି ହୁତି ଗ୍ରୁପ ପକ୍ଷରୁ ରେଡ୍ ସି' ବା ଲୋହିତ ସାଗରରେ ପଣ୍ୟବାହୀ ଓ ତୈଳ ବୋଝେଇ ଜାହାଜ ଉପରେ ଆକ୍ରମଣ କରାଯାଉଛି । ଗତ ଜାନୁଆରୀରେ ମଧ୍ୟ ଏଭଳି ଏକ ଘଟଣାରେ ସହାୟତା ଯୋଗାଇ ଦେଇଥିଲା ଭାରତୀୟ ନୌସେନାର ଯୁଦ୍ଧ ଜାହାଜ INS ସୁମିତ୍ରା ।

ଅନ୍ୟପଟେ ଗତ ଜାନୁଆରୀରେ ଗଭୀର ସମୁଦ୍ରରେ ବ୍ରିଟିଶ ତୈଳ ଟ୍ୟାଙ୍କରରେ ମିଶାଇଲ ମାଡ଼ ହୋଇଥିଲା । ଯେଉଁଠି ପାଇଁ ନିଆଁ ଲାଗିଛି । ହାଉତି ବିକ୍ଷୋଭକାରୀ ଟ୍ୟାଙ୍କରକୁ ଟାର୍ଗେଟ କରି ମିସାଇଲ ମାଡ଼ କରିବା ପରେ ଟ୍ୟାଙ୍କରରେ ନିଆଁ ଲାଗିଯାଇଥିଲା । ସେଥିରେ ୨୨ ଜଣ ଭାରତୀୟ ଓ ଜଣେ ବାଂଲାଦେଶୀ ଥିଲେ । ଖବର ପାଇ ଭାରତୀୟ ନୌସେନା ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ସହଯୋଗ କରିଥିଲା ।

ସୂଚନାନୁଯାୟୀ ଇସ୍ରାଏଲ-ହମାସ୍ ବିବାଦ ମଧ୍ୟରେ ଲୋହିତ ସାଗରରେ ବାଣିଜ୍ୟ ଜାହାଜ ଉପରେ ଆକ୍ରମଣକୁ ଜୋରଦାର କରୁଥିବା ହାଉତି ବିଦ୍ରୋହୀଙ୍କ ଉପରେ ଚିନ୍ତା ବଢ଼ିବାରେ ଲାଗିଛି । ଗତ ଜାନୁଆରୀରେ ଗଫ୍ ଅଫ୍ ଆଡେନରେ ବ୍ରିଟିଶ ଅଏଲ୍ ଟ୍ୟାଙ୍କର ମାର୍ଲିନ ଲୌଣ୍ଡା ଉପରକୁ ମିସାଇଲ ମାଡ କରାଯାଇଥିଲା । ୟେମନର ଇରାନ ସମର୍ଥିତ ହାଉତିମାନେ ଏହି ମିଶାଇଲ ମାଡ଼ କରିଥିଲେ ।