ହକି ଖେଳାଳି ବରୁଣ କୁମାରଙ୍କ ନାମରେ ସାଙ୍ଘାତିକ ଅଭିଯୋଗ । ବେଙ୍ଗାଲୁରୁର ଜଣେ ମହିଳା ଦୁଷ୍କର୍ମ ଅଭିଯୋଗ ଅଣିଛନ୍ତି । ପୋଲିସ ତରଫରୁ ଏନେଇ ସୂଚନା ମିଳିଛି । ଜଣେ ୨୨ ବର୍ଷୀୟ ମହିଳା ବରୁଣଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ।
ଚଳିତ ବର୍ଷ ଏହାକୁ ମିଶାଇ ଆମେରିକାରେ ୪ ଜଣ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ହେଲାଣି । ଗୋଟିଏ ସପ୍ତାହ ମଧ୍ୟରେ ଏହା ହେଉଛି ତୃତୀୟ ମାମଲା।
ଆରବ ସାଗର ଓ ଆଡେନ ଉପସାଗରରେ ଭାରତୀୟ ନୌସେନାର ଦବଦବା । ପାକିସ୍ତାନୀ ବୋଟ୍ ଓ ୧୯ ପାକିସ୍ତାନୀ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଛି ଭାରତୀୟ ନୌସେନା ।
ଚଳିତବର୍ଷ ହିଁ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଛି। ଶ୍ରୀରାମଙ୍କ ରାଜ୍ୱତି ସମ୍ବିଧାନ ପ୍ରଣେତାଙ୍କୁ ମଧ୍ୟ ଅନେକ ପ୍ରେରଣା ଓ ଦିଗଦର୍ଶନ ଯୋଗାଇଥିଲା ବୋଲି ମନ କି ବାତରେ କହିଛନ୍ତି ପ୍ରଧାନମନ୍ତ୍ରୀ ।
ମଝି ସମୁଦ୍ରରେ ହୁତୁହୁତୁ ହୋଇ ଜଳୁଥିବା ଜାହାଜ ପାଇଁ ଦେବଦୂତ ସାଜିଲେ ଭାରତୀୟ ନୌବୀର । ୟେମେନ ହୁତି ଗ୍ରୁପର ମିଜାଇଲ୍ ଆକ୍ରମଣରେ ବ୍ରିଟେନର ଏକ ତୈଳ ବୋଝେଇ ଜାହାଜରେ ନିଆଁ ଲାଗିଯାଇଥିଲା ।
ସୂଚନାନୁଯାୟୀ ଇସ୍ରାଏଲ-ହମାସ୍ ବିବାଦ ମଧ୍ୟରେ ଲୋହିତ ସାଗରରେ ବାଣିଜ୍ୟ ଜାହାଜ ଉପରେ ଆକ୍ରମଣକୁ ଜୋରଦାର କରୁଥିବା ହାଉତି ବିଦ୍ରୋହୀଙ୍କ ଉପରେ ଚିନ୍ତା ବଢ଼ିବାରେ ଲାଗିଛି । ଗତକାଲି ଗଫ୍ ଅଫ୍ ଆଡେନରେ ବ୍ରିଟିଶ ଅଏଲ୍ ଟ୍ୟାଙ୍କର ମାର୍ଲିନ ଲୌଣ୍ଡା ଉପରକୁ ମିସାଇଲ ମାଡ କରାଯାଇଥିଲା ।
ଏଥର ସାଧାରଣତନ୍ତ୍ର ଦିବସରେ ମିଲିଟାରୀ ବ୍ୟାଣ୍ଡ୍ ବଦଳରେ ପ୍ରଥମ ଥର ପାଇଁ ସମାରୋହ ଆରମ୍ଭ କରିଥିଲେ ମହିଳା ବାଦ୍ୟକାରଙ୍କୁ ନେଇ ଗଠିତ ଆବାହନ ଗ୍ରୁପ୍। ଶହେ ଜଣ ମହିଳା କଳାକାରଙ୍କ ଶଙ୍ଖଧ୍ୱନି, ନାଦସ୍ୱରମ ଓ ନାଗରା ଆଦିରେ ପ୍ରକଂପରିତ ହୋଇଥିଲା ଦିଲ୍ଲୀର କର୍ତ୍ତବ୍ୟପଥ।
ଚଳିତ ରଣଜୀ ସିଜନ୍ରେ ପ୍ରଭାବଶାଳୀ ପ୍ରଦର୍ଶନ କରୁଥିବା ଚେତେଶ୍ୱର ପୂଜାରାଙ୍କୁ ନେଇ ଏବେ ବେଶ୍ ଚର୍ଚ୍ଚା। ଭାରତୀୟ ଟେଷ୍ଟ୍ ଟିମ୍କୁ ଫେରିବେ କି ଏହି ଅଭିଜ୍ଞ ବ୍ୟାଟର୍? ଇଂଲଣ୍ଡ ବିପକ୍ଷ ଶେଷ ତିନି ଟେଷ୍ଟରେ ପାଇବେ କି ସୁଯୋଗ?
ଫ୍ରାନ୍ସରେ ପଢିବା ପାଇଁ ଭାରତୀୟ ଛାତ୍ରଛାତ୍ରୀଙ୍କ ଭିସା ପ୍ରକ୍ରିୟା ସହଜ କରାଯିବ । ଭାରତୀୟ ଛାତ୍ରଛାତ୍ରୀମାନଙ୍କୁ ଫ୍ରାନ୍ସରେ ଅଧ୍ୟୟନ କରିବା ପାଇଁ ଫ୍ରାନ୍ସ ସରକାର ପୂର୍ବରୁ ଅନେକ ପଦକ୍ଷେପ ଆପଣାଇଛନ୍ତି ।
ପ୍ରତିବର୍ଷ ଜାନୁଆରୀ ୨୫ ରେ ‘ଜାତୀୟ ଭୋଟର ଦିବସ’ ପାଳନ କରାଯାଏ। ଏହି ଦିବସର ଉଦ୍ଦେଶ୍ୟ ହେଉଛି ନାଗରିକମାନଙ୍କୁ ସେମାନଙ୍କର ମତାଧିକାର ବିଷୟରେ ସଚେତନତା କରାଇବା। ଏହି ଅବସରରେ ଆସନ୍ତୁ ଜାଣିବା ଭାରତୀୟ ଭୋଟର୍ମାନଙ୍କ ଅଧିକାର ବିଷୟରେ।
ମାଳଦ୍ୱୀପର ଦୁର୍ଗମ ଅଂଚଳ କୁହାଯାଉଥିବା ୱିଲମିଙ୍ଗଟନରେ ଜଣେ ନାବାଳକ ବ୍ରେନ ଟ୍ୟୁମର ଓ ଷ୍ଟ୍ରୋକରେ ପୀଡିତ ଥିଲେ। ପିଲାଟିର ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ତାକୁ ରାଜଧାନୀ ମାଲେ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଥିଲା।
ଆପଣ ଯଦି ଭାରତୀୟ ରେଳବାରରେ ଚାକିରି କରିବାକୁ ଆଗ୍ରହୀ ତେବେ ଏହି ଖବର ଆପଣଙ୍କ ପାଇଁ। ରେଳବାଇରେ ସ୍କାଉଟ୍ ଏବଂ ଗାଇଡ୍ କୋଟା ଅଧୀନରେ ଲେବଲ୍ ୧ ଏବଂ ଲେବଲ୍ ୨ ପଦବୀ ପାଇଁ ବିଜ୍ଞପ୍ତି ବାହାରିଛି। ଏନେଇ ପଞ୍ଜିକରଣ ମଧ୍ୟ ଆରମ୍ଭ ହୋଇଯାଇଛି।
ଆଜି ଅର୍ଥାତ୍ ୧୫ ଜାନୁଆରୀ ଧାର୍ମିକ ମହତ୍ତ୍ୱ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ। ଆଜି ଦେଶ ମକର ସଂକ୍ରାନ୍ତି ପର୍ବ ପାଳନ କରୁଛି। ଆଜି ମଧ୍ୟ ଭାରତ ପାଇଁ ଆଉ ଏକ ବିଶେଷ ଦିନ। ଆଜି ହେଉଛି ‘ଭାରତୀୟ ସେନା ଦିବସ’। ପ୍ରତିବର୍ଷ ୧୫ ଜାନୁଆରୀରେ ‘ଭାରତୀୟ ସେନା ଦିବସ’ ପାଳନ କରାଯାଏ।
ଆପଣ ଯଦି ଦଶମ ପାଶ୍ କରି ଭାରତୀୟ ସେନାରେ ଚାକିରି କରିବାକୁ ଚାହାନ୍ତି ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଭାରତୀୟ ସେନା ନିକଟରେ MTS, ଫାୟାରମ୍ୟାନ୍, କୁକ୍ ଆଦି ପୋଷ୍ଟରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାର କରିଛି। ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।
ଅନେକ ଯୁବକ ସ୍ୱାମୀ ବିବେକାନନ୍ଦ ଠାରୁ ପ୍ରେରଣା ପାଇଁ ଆଜି ବହୁତ ଉଚ୍ଚକୁ ଯାଇପାରିଛନ୍ତି। ଆଜି ବି ଭାରତରେ ଏପରି ଅନେକ ଯୁବକ ଅଛନ୍ତି, ଯେଉଁମାନେ ଖୁବ୍ କମ୍ ବୟସରେ ନିଜ ପ୍ରତିଭା ଆଧାରରେ ନିଜର ପରିଚୟ ସୃଷ୍ଟି କରି ଦେଶ ପାଇଁ ଗୌରବ ଆଣିଛନ୍ତି। ଆସନ୍ତୁ ସେମାନଙ୍କୁ ଜାଣିବା।
ମାଳଦ୍ୱୀପରୁ ମୁହଁ ଫେରାଉଛନ୍ତି ଭାରତୀୟ ପର୍ଯ୍ୟଟକ । ହଜାର ହଜାର ଭାରତୀୟ ପର୍ଯ୍ୟଟକ ବୁକିଂ ବାତିଲ କରୁଛନ୍ତି । ଏଥିଯୋଗୁଁ ଚିନ୍ତାରେ ମାଳଦ୍ୱୀପ ସରକାର। ଏଣୁ ଅଧିକ ସଂଖ୍ୟକ ପର୍ଯ୍ୟଟକଙ୍କୁ ପଠାଇବାକୁ ଚୀନକୁ ଅନୁରୋଧ କରିଛନ୍ତି ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ।
ଭାରତୀୟ ସେନାରେ କାମ କରିବାକୁ ଚାହୁଁଥିବା ଯୁବକମାନଙ୍କ ପାଇଁ ଏହି ଖବର। ଯଦି ବେରୋଜଗାର ଯୁବକମାନେ ସେନାରେ ଯୋଗଦେଇ ଦେଶ ସେବା କରିବାର ପଥରେ ଆଗକୁ ବଢିବାକୁ ଚାହାଁନ୍ତି, ତେବେ ଏହା ସେମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ।
ହୁତୁହୁତୁ ହୋଇ ଜଳିଗଲା ଯାତ୍ରୀବାହୀ ଟ୍ରେନ୍, ୪ ଜୀବନ୍ତ ଦଗ୍ଧ । ଢାକା ଯାଉଥିବା ବେନାପୋଲ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ।
ଜାହାଜ ଭିତରେ ୫/୬ଜଣ ଅଜ୍ଞାତ ଅସ୍ତ୍ରଧାରୀ ବ୍ୟକ୍ତି ପ୍ରବେଶ କରିଥିବା ନେଇ ଜାହାଜ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଥିବା ଜଣାପଡିଛି।
ଭାରତୀୟ ବାୟୁ ସେନାର ସୂଚନା ଅନୁସାରେ ପ୍ରାର୍ଥୀମାନେ IAF Agniveervayuର ଅଫିସିଆଲ୍ ୱେବସାଇଟ୍ agnipathvayu.cdac.in ମାଧ୍ୟମରେ ଅନଲାଇନରେ ଆବେଦନ କରିପାରିବେ ।
ଗୁପ୍ତଚରଗିରୀ ପାଇଁ ଗତ ଅକ୍ଟୋବର ମାସରେ ଏହି ୮ ଭାରତୀୟଙ୍କୁ ମୃତ୍ୟୁଦଣ୍ଡ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ଏହା ପରେ ଭାରତ ପକ୍ଷରୁ ଦଣ୍ଡ କୋହଳ ପାଇଁ ଆବେଦନ କରାଯାଇଥିଲା ।
ମହାସଂଘର ନିର୍ବାଚନ ପରେ ଆସନ୍ତା ୨୮ରେ ଉତ୍ତର ପ୍ରଦେଶର ଗୋଣ୍ଡାରେ ଜୁନିୟର ନ୍ୟାସନାଲ ପ୍ରତିଯୋଗିତା ଆୟୋଜନ ପାଇଁ ସ୍ଥିର ହୋଇଥିଲା। ଗୋଣ୍ଡା ବ୍ରିଜ ଭୂଷଣଙ୍କ ନିର୍ବାଚନମଣ୍ଡଳୀରେ ଆସୁଥିବାରୁ ଏହାକୁ ନେଇ ମଧ୍ୟ ବିରୋଧ କରାଯାଇଥିଲା।
ପ୍ରତିବର୍ଷ ୨୪ ଡିସେମ୍ବରରେ ‘ଜାତୀୟ ଉପଭୋକ୍ତା ଅଧିକାର ଦିବସ’ ପାଳନ କରାଯାଏ। ଏହାର ଉଦ୍ଦେଶ୍ୟ ହେଉଛି ବିଭିନ୍ନ ପ୍ରକାରର ଶୋଷଣ ଯେପରିକି ତ୍ରୁଟିପୂର୍ଣ୍ଣ ଦ୍ରବ୍ୟ, ସେବାରେ ଅଭାବ ଏବଂ ଅନ୍ୟାୟ ବାଣିଜ୍ୟ ପ୍ରଥା ବିରୁଦ୍ଧରେ ଗ୍ରାହକମାନଙ୍କୁ ପ୍ରଭାବଶାଳୀ ସୁରକ୍ଷା ଯୋଗାଇବା।
ଆକ୍ରମଣରେ ଜାହାଜଟିରେ ଆଂଶିକ ଭାବେ ନିଆଁ ଲାଗିଯାଇଥିଲା । ହେଲେ ପରେ ଏହାକୁ ଆୟତ୍ତ କରାଯାଇଛି । ଡ୍ରୋନ ଆକ୍ରମଣରେ କ୍ଷତିଗ୍ରସ୍ତ ଜାହାଜ ହେଉଛି ଏମଭି ଚେମ୍ ପ୍ଲଟୋ ।
୩୦୩ ଜଣ ଭାରତୀୟଙ୍କୁ ନେଇ ଯାଉଥିବା ବିମାନ ଫ୍ରାନ୍ସରେ ଅଟକ । ମାନବଚାଲାଣ ସନ୍ଦେହରେ ଏହାକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ଫ୍ରାନ୍ସ ।