Advertisment

ରୁଷକୁ ମାନବ ଚାଲାଣ, ଯୁଦ୍ଧରେ ପ୍ରାଣ ହରାଇଲେଣି ୩ ଭାରତୀୟ

ଋଷ-ୟୁକ୍ରେନ ଯୁଦ୍ଧରେ ଫଶିଛନ୍ତି ଭାରତୀୟ । ଚାକଚକ୍ୟ ଜୀବନର ସ୍ୱପ୍ନ ଦେଖାଇ ରୁଷକୁ ମାନବ ଚାଲାଣ । ଏଜେଣ୍ଟଙ୍କ ଦ୍ୱାରା ରୁଷ ଯାଇ ଫସିଛନ୍ତି ଅନେକ ଭାରତୀୟ ।

author-image
Pallipuspa Samal
ଅଦ୍ୟତନ ହୋଇଛି
USE RUSS-UKRAINE WAR

USE RUSS-UKRAINE WAR

ୟୁକ୍ରେନ ବିରୋଧରେ ଲଢୁଛନ୍ତି ଭାରତୀୟ ଯୁବକ। ଋଷ ସେନାରେ ଫ୍ରଣ୍ଟ ରନର ସାଜି ଯୁଦ୍ଧରେ ପ୍ରାଣ ହରାଇଲେଣି ୩ ଭାରତୀୟ। ଖାଲି ଏତିକି ନୁହେଁ, ୩୫ରୁ ଅଧିକ ଭାରତୀୟ ଯୁବକ ଏବେ ଋଷ-ୟୁକ୍ରେନ ଯୁଦ୍ଧରେ ଫଶିଛନ୍ତି। ସେମାନଙ୍କୁ ଯୁଦ୍ଧ କରିବାକୁ ବାଧ୍ୟ କରାଯାଉଛି।ଆଉ ଯୁଦ୍ଧ ନକଲେ ୧୦ ବର୍ଷ ଜେଲ୍। ଏହା ପଛରେ କାମ କରୁଛି ବଡ଼ ରାକେଟ୍।

Advertisment

ଭାରତୀୟଙ୍କୁ ରୁଷ୍ ନେବା ସହ ସେଠାରେ ବନ୍ଧୁକ ଚଳାଇବା ପାଇଁ ଦିଆଯାଉଛି ପ୍ରଶିକ୍ଷଣ। ପେଟପୁରା ଖାଇବା ବି ନାହିଁ। ଦେଶର କୋଣ ଅନୁକୋଣରୁ ଏଭଳି ଅଭିଯୋଗ ଏବେ ଲମ୍ବିବାରେ ଲାଗିଲାଣି। ଆଉ ଏହା ପରେ ବେଆଇନ ଭାବେ ଯୁବକଙ୍କୁ ଋଷ୍ ନେଉଥିବା ଏଜେଣ୍ଟମାନଙ୍କୁ ଖୋଜିବା ଆରମ୍ଭ କରିଦେଇଛନ୍ତି ଭାରତ ସରକାର।

ହରିୟାଣା କର୍ଣ୍ଣାଲରେ ହର୍ଷ କୁମାର । ଦେହରେ ଋଷ ସେନାର ବର୍ଦ୍ଦି। ଋଷ ଯାଇ ବୁଲିବାର ସ୍ବପ୍ନ ତାଙ୍କୁ ରାଜଧାନୀ ମୋସ୍କୋ ପହଞ୍ଚାଇଥିଲା। ଦୁଇ ମାସ ପାଇଁ ଭିସା ବି ସହଜରେ ମିଳିଯାଇଥିଲା। ସାହିଲ ମୋସ୍କୋରେ ପହଞ୍ଚି ବୁଲିବା ସହ ସେଠାକାର ଭିଡିଓ ଓ ଫଟୋ ଘର ଲୋକଙ୍କୁ ପଠାଉଥିଲେ। ବେଶ ଖୁସିରେ ହୋଟେଲରେ ରହୁଥିଲେ। ୭ରୁ ୮ ଦିନ ଆରମରେ ଦିନ ବିତିବା ପରେ ଋଷରେ ଥିବା ଏଜେଣ୍ଟଙ୍କ ହାବୁଡରେ ପଡ଼ିଥିଲେ ହର୍ଷ। ତାଙ୍କୁ ବେଲାରୁସ ବୁଲାଇ ନେବାକୁ କହି ଏଜେଣ୍ଟ ଫସାଇ ଦେଇଥିବା ଅଭିଯୋଗ ହୋଇଛି।

Advertisment

ହର୍ଷ ଜାଣିନଥିଲେ ବେଲାରୁଷ ପାଇଁ ଭିସାର ଆବଶ୍ୟକ ଥାଏ। ବେଲାରୁଷ ପହଞ୍ଚିବା ପୂର୍ବରୁ ଋଷ ସେନା ତାଙ୍କୁ ଗିରଫ କରିଥିଲା। ଏବେ ସେ ୟୁକ୍ରେନ ବିରୋଧରେ ଯୁଦ୍ଧ ପାଇଁ ଟ୍ରେନିଂ ନେଉଛନ୍ତି। ତାଙ୍କ ପରିବାର ଏକଥା ଜାଣିବା ପରେ ତାଙ୍କୁ ତୁରନ୍ତ ଭାରତ ଫେରାଇ ଆଣିବା ପାଇଁ ଗୁହାରୀ କରିଛନ୍ତି।

ହାଇଦ୍ରାବାଦର ମହମ୍ମଦ ଅସଫାନ ମଧ୍ୟ ଋଷ ଭ୍ରମଣରେ ଯାଇ ଜୀବନ ହାରିଛନ୍ତି। ରକେଟ ମାଡରେ ଗତ ୬ ତାରିଖରେ ୟୁକ୍ରେନ ସୀମାରେ ତାଙ୍କର ମୃତ୍ୟୁ ହୋଇଥିବା ବିଦେଶ ମନ୍ତ୍ରାଳୟ ସୂଚନା ଦେଇଛି। ବିଦେଶରେ ଚାକିରି ସାଙ୍ଗକୁ ଚାକଚକ୍ୟ ରହଣୀର ସ୍ବପ୍ନ ଦେଖାଇ ତାଙ୍କୁ ମଧ୍ୟ ଟ୍ରାପ କରିଥିଲେ ଏଜେଣ୍ଟ। ପର୍ଯ୍ୟାୟ କ୍ରମେ ପାଖାପାଖି ୨୦ ଜଣ ଋଷ ଯାଇଥିବା ଜଣାପଡ଼ିଛି। ଏବେ ଅସଫାନଙ୍କ ମୃତଦେହ ହାଇଦ୍ରାବାଦ କେମିତି ଫେରିବ ତାକୁ ନେଇ ଚିନ୍ତାରେ ପରିବାର ବର୍ଗ।

ଜାମ୍ମୁ କାଶ୍ମୀରରେ ବି ସମାନ ଘଟଣା। ଡିସେମ୍ବର ୧୪ରୁ ରଷ ଯାଇଛନ୍ତି ଆଜାଦ ୟୁଶୁଫ କୁମାର। ସେଠାରେ ମୋଟା ଦରମାରେ ହେଲପର ସହ ରୋଷେଇ କରିବା ସ୍ୱପ୍ନରେ ଆଉ ଜଣେ ଯୁବକ ଜହୁର ଅହମ୍ମଦ ଶୈଖଙ୍କୁ ଧରି ସେ ବାହାରିଥିଲେ। ଚେନ୍ନାଇରେ ସେମାନଙ୍କ ଫୋନ ଏଜେଣ୍ଟ ନେଇଯାଇଥିବା ବେଳେ ଏବେ ସେଠାରୁ ଫେରିବାର ବାଟ ପାଉନାହାନ୍ତି। ୟୁସୁଫଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ତାଙ୍କ ଭାଇ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି।

Russia Ukraine
Advertisment
Advertisment