Advertisment

ଯୁଦ୍ଧ ଘନଘଟା ଭିତରେ ରୁଷରେ ଫସିଛନ୍ତି ୨୦ଭାରତୀୟ; ଉଦ୍ଧାର ପାଇଁ ଚାଲିଛି ପ୍ରୟାସ

ସପୋର୍ଟ ଷ୍ଟାଫ୍ ଭାବେ ଚାକିରି ପାଇଁ ଭାରତୀୟମାନଙ୍କୁ ରୁଷ ଡକାଯାଇଥିଲା। ମାତ୍ର ସେଠାରେ ସେମାନଙ୍କୁ ଯୁଦ୍ଧକୁ ପଠାଯାଇଥିଲା।

author-image
Sonali Ojha
ଅଦ୍ୟତନ ହୋଇଛି
20 Indians trapped in Russia

External Affairs Ministry

ରୁଷ୍-ୟୁକ୍ରେନ ଯୁଦ୍ଧ ଘନଘଟା ଭିତରେ ରୁଷରେ ଫସିଛନ୍ତି ଆହୁରି ୨୦ଭାରତୀୟ। ଭଲ ଚାକିରି ଆଶାରେ ରୁଷ୍ ଯାଇଥିଲେ। ଆଉ ଏବେ ରୁଷରେ ୟୁକ୍ରେନ ବିରୋଧରେ ଯୁଦ୍ଧ ଲଢୁଛନ୍ତି। ୨୦ ଭାରତୀୟ ରୁଷରେ ଫସିଥିବା ନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସ୍ପଷ୍ଟ କରିଛି।

Advertisment

ରୁଷର ଭିନ୍ନ ଭିନ୍ନ ସ୍ଥାନରେ ୨୦ ଭାରତୀୟ ଫସି ରହିଛନ୍ତି। ସେମାନଙ୍କୁ ଉଦ୍ଧାର ଲାଗି ସବୁ ପ୍ରକାରର ପ୍ରୟାସ କରାଯାଉଥିବା ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ସୂଚନା ଦେଇଛନ୍ତି। ସେମାନଙ୍କ ସହ ଯୋଗାଯୋଗ ରଖାଯାଇଛି। ଖୁବଶୀଘ୍ର ସେମାନଙ୍କୁ ଖୁବଶୀଘ୍ର ଉଦ୍ଧାର କରାଯିବ।

ଅଧିକ ପଢ଼ନ୍ତୁ: ଋଷ୍‌ରେ ରହୁଥିବା ଭାରତୀୟଙ୍କୁ ସରକାରଙ୍କ ବଡ଼ ପରାମର୍ଶ, କହିଲେ...

Advertisment

ସୂଚନା ଅନୁଯାୟୀ ସପୋର୍ଟ ଷ୍ଟାଫ୍ ଭାବେ ଚାକିରି ପାଇଁ ଭାରତୀୟମାନଙ୍କୁ ରୁଷ ଡକାଯାଇଥିଲା। ମାତ୍ର ସେଠାରେ ସେମାନଙ୍କୁ ଯୁଦ୍ଧକୁ ପଠାଯାଇଥିଲା। ଏହା ପରେ ସେମାନେ ଭାରତୀୟ ଦୂତାବାସ ସହ ଯୋଗାଯୋଗ କରିଛନ୍ତି। ସେମାନଙ୍କର ଘରବାହୁଡ଼ା ଲାଗି ରୁଷ୍ ଅଧିକାରୀଙ୍କ ସହ କଥାବାର୍ତ୍ତା ଚାଲିଥିବା ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର କହିଛନ୍ତି।

MEA Indians Russia Ukran War
Advertisment
Advertisment