• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

BJD
ବଢୁଛି ତୈଳ ଦର: ଟ୍ରଲି, ସାଇକେଲ୍, ଶଗଡ଼ରେ ବସି ପ୍ରତିବାଦ କଲେ ବିଜେଡ଼ି ନେତା

ଦରବୃଦ୍ଧି ପ୍ରସଙ୍ଗକୁ ନେଇ ରାଜଧାନୀ ଭୁବନେଶ୍ୱରେ ବିଜେଡି ବିକ୍ଷୋଭ ପ୍ରଦର୍ଶନ କରୁଛି। ଟ୍ରଲି, ସାଇକେଲ୍, ଶଗଡ଼ରେ ବସି ପ୍ରତିବାଦ ଜଣାଇଛନ୍ତି ବିଜେଡି ନେତା ଓ ବିଧାୟକ। ବିକ୍ଷୋଭ ଶୋଭାଯାତ୍ରା କରିବା ସହ ରାଜଭବନ ନିକଟରେ ଆନ୍ଦୋଳନ କରିଛନ୍ତି

Fuel Price Rise & Inflation | BJD Stages Protest In Bhubaneswar
ରାସ୍ତାରେ ଚୁଲି ଜାଳିଲା ବିଜେଡି

ଦରବୃଦ୍ଧି ପ୍ରତିବାଦରେ ବିଜୁ ଛାତ୍ର ଜନତା ଦଳ କରୁଛି ବିକ୍ଷୋଭ.. ଆଜି ଦଳୀୟ ମହିଳା କର୍ମୀମାନେ ରାସ୍ତାରେ ଚୁଲି ଜାଳି ପ୍ରତିବାଦ କରିଥିଲେ.. ଏହାସହ ପେଟ୍ରୋଲ, ଡିଜେଲ୍ ଦର ବୃଦ୍ଧି ନେଇ ସାଇକେଲ, ଟ୍ରଲି ଓ ଶଗଡ଼ରେ ବସି ବିକ୍ଷୋଭ କରିଥିଲେ..

Congress Activists Protest Union Minister Ajay Mishra’s Visit To Odisha
ଅଜୟ ମିଶ୍ରଙ୍କୁ ଅଣ୍ଡାମାଡ଼

ଓଡ଼ିଶା ଗସ୍ତରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରା.. ଏହାକୁ ବିରୋଧ କରି ପ୍ରବଳ ବିକ୍ଷୋଭ କରିଛି କଂଗ୍ରେସ। ଉତ୍ତରପ୍ରଦେଶ ଲଖିମପୁର ହିଂସାକାଣ୍ଡକୁ ନେଇ କଂଗ୍ରେସ କେନ୍ଦ୍ରମନ୍ତ୍ରୀଙ୍କ ଓଡ଼ିଶା ଗସ୍ତକୁ ବିରୋଧ କରୁଛି.. ଭୁବନେଶ୍ୱର ବିମାନବନ୍ଦର ନିକଟରେ କଂଗ୍ରେସ କର୍ମୀମାନେ କଳାପତାକା ଦେଖାଇବା ସହ କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ି ଉପରକୁ ଅଣ୍ଡା ଓ କାଳି ମାଡ଼ କରିଛି..

Congress Workers Hurl Eggs At Union Minister’s Vehicle
କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ିକୁ ଅଣ୍ଡା ମାଡ଼

ଭୁବନେଶ୍ୱର ବିମାନବନ୍ଦର ଛକରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ଗାଡ଼ିକୁ ଅଣ୍ଡା ଓ କାଳିମାଡ଼ ହୋଇଥିବା ସୂଚନା ମିଳିଛି। ଅଣ୍ଡା ଓ କାଳିମାଡ଼ ସହ କଳା ପତାକା ଦେଖାଇ କେନ୍ଦ୍ରମନ୍ତ୍ରୀଙ୍କ ଓଡ଼ିଶା ଗସ୍ତକୁ କଂଗ୍ରେସ ବିରୋଧ କରିଛି।

ବିଜେଡିର ଦରବୃଦ୍ଧି ପ୍ରତିବାଦ
୩ ବର୍ଷ ପରେ ମନେପଡ଼ିଲା ବିଜେଡିର ଦରଦାମ ବୃଦ୍ଧି ପ୍ରସଙ୍ଗ

ବିଜେପି ପ୍ରଶ୍ନ କରିଛି, ହଠାତ୍ ୩ ବର୍ଷ ପରେ ବିଜେଡିର ଦରଦାମ ବୃଦ୍ଧି ପ୍ରସଙ୍ଗ ମନେ ପଡ଼ିବା ପଛର ପ୍ରକୃତ କାରଣ କଣ ? ନିଜ ଅପରାଧୀ ମନ୍ତ୍ରୀଙ୍କୁ ଘଣ୍ଟ ଘୋଡ଼ାଇବାକୁ ଏ ନାଟକ ରଚିନି ତ ବିଜେଡି ?

BJP Pressmeet
ଜିଲ୍ଲାପାଳ, ଏସ୍‌ପିଙ୍କୁ ଧରି ବୁଲୁଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର: ଲେଖାଶ୍ରୀ

ମମିତା ହତ୍ୟାକାଣ୍ଡ ପରଠୁ ଗଣମାଧ୍ୟମ ଆଗରେ ଦେଖାଦର୍ଶନ ମିଳୁନଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ଜିଳ୍ଲାପାଳ ଏବଂ ଏସ୍‌ପିଙ୍କୁ ଧରି ବୁଲିବା ଚକିତ କରିଛି ବୋଲି ଅଭିଯୋଗ କରିଛି ବିଜେପି। ଯାହାଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆସିଛି, ସେଭଳି ବ୍ୟକ୍ତିଙ୍କୁ ଧରି ଏସପି, ଜିଲ୍ଲାପାଳ ବୁଲୁଛନ୍ତି। 

Akhilesh Yadav & Mayawati
ୟୁପିରେ ବିଏସ୍‌ପିକୁ ବଡ଼ ଝଟ୍‌କା

ଉତ୍ତରପ୍ରଦେଶରେ ବହୁଜନ ସମାଜ ପାର୍ଟି(ବିଏସ୍‌ପି)କୁ ବଡ଼ ଝଟ୍‌କା। ବିଏସ୍‌ପିର ୬ ଜଣ ବିଧାୟକ ଓ ଜଣେ ବିଜେପି ବିଧାୟକ ଆଜି ସମାଜବାଦୀ ପାର୍ଟିରେ ସାମିଲ ହୋଇଛନ୍ତି। ଏମାନେ ଲକ୍ଷ୍ନୌ ସ୍ଥିତ ସମାଜବାଦୀ ପାର୍ଟିର ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ଦଳ ସଭାପତି ଅଖିଳେଶ ଯାଦବଙ୍କ ଉପସ୍ଥିତିରେ ସମାଜବାଦୀ ପାର୍ଟିରେ ସାମିଲ ହୋଇଛନ୍ତି।

BJD Leader Meets Mamita's Brother
ଲୁଚା ଛପାରେ ମମିତାଙ୍କ ଭାଇଙ୍କୁ ଭେଟିଲେ ବିଜେଡି ନେତା !

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ସାରା ରାଜ୍ୟରେ ପ୍ରତିବାଦ ଜୋର ଧରିଥିବା ବେଳେ କଣ୍ଟାବାଞ୍ଜିର ବିଜେଡି ନେତା ଅଜୟ ଦାସ ଝରଣୀ ଗାଁକୁ ଯାଇ ମମିତାଙ୍କ ଭାଇଙ୍କୁ ଭେଟିଛନ୍ତି। ଲୁଚା ଛପାରେ ବିଜେଡି ନେତା ମମିତାଙ୍କ ପରିବାରକୁ ଭେଟିଥିବା ଚର୍ଚ୍ଚା ହେଉଛି।

modi and mamata
ସମାଲୋଚନା କରିବା ସହ ମାନିଲେ ଦିଦି : ଆଗାମୀ ଭବିଷ୍ୟତରେ ଅଧିକ ପାୱାରଫୁଲ ହେବେ ମୋଦି

ମୋଦିଙ୍କ ମାଷ୍ଟର୍ ପ୍ଲାନ ବୁଝିପାରୁନି କଂଗ୍ରେସ । ରାଜନୀତିକୁ ନେଇ ଗମ୍ଭୀର ନୁହଁ ଦେଶର କଂଗ୍ରେସ । ଫଳରେ ଆହୁରି ଅଧିକ ଶକ୍ତିଶାଳୀ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କଂଗ୍ରେସ ନିଷ୍ପତ୍ତି ନେଇପାରୁନି ଆଉ ଏହାର ପରିଣାମ ଦେଶକୁ ଭୋଗିବାକୁ ପଡ଼ୁଛି ବୋଲି କହିଛନ୍ତି ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ।

Mamita Meher Case
ଜିଦ୍‌ରେ ବିଜେପି ମହିଳା ମୋର୍ଚ୍ଚା, ଆନ୍ଦୋଳନ ଆହୁରି ତେଜିବ !

ମମିତା ହତ୍ୟା ମାମଲାକୁ ନେଇ ପୁଣି ବର୍ଷିଛି ବିଜେପି । ବିଜେପିର କେନ୍ଦ୍ରୀୟ ଟିମ୍ ପ୍ରେସ୍‌ମିଟ୍‌ କରି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଟାର୍ଗେଟ କରିଛି । ମନ୍ତ୍ରୀ ଇସ୍ତଫା ଦେଇ ତଦନ୍ତର ସାମ୍ନା କରନ୍ତୁ ବୋଲି କହିଛି ବିଜେପି ।

BJD leader Pratap Deb
ନବୀନ ପଟ୍ଟନାୟକ କାହାର ନୁହଁନ୍ତି ବୋଲି ହଜାର ଥର ପ୍ରମାଣ ଦେଇ ସାରିଛନ୍ତି: ପ୍ରତାପ ଦେବ

ଯଦି ବିଜେଡି ସରକାରରେ କାହା ବିରୋଧରେ ଅଭିଯୋଗ ଆସେ ଆଉ ମୁଖ୍ୟମନ୍ତ୍ରୀ କନ୍‌ଭିନ୍ସ ହୁଅନ୍ତି ତେବେ ତାଙ୍କୁ ଡ୍ରପ୍ କରାଯାଏ। ପୂର୍ବରୁ ଏପରି ହୋଇଛି ଆଗକୁ ବି ଏପରି ହୋଇପାରେ। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିକୁ ନେଇ ସାରା ରାଜ୍ୟରେ ବିରୋଧ ଓ ବିକ୍ଷୋଭ ହେବା ପରେ ଆଜି ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ନେତା ପ୍ରତାପ ଦେବ।

Pratap Dev
ବିଜେପି-କଂଗ୍ରେସ ପରେ ଏବେ ବିଜେଡି ଓହ୍ଲାଇବ ରାଜରାସ୍ତାକୁ, ୧୪୭ ବିଧାନସଭା କ୍ଷେତ୍ରରେ କରିବ ହଲ୍ଲାବୋଲ

ବିଜେପି ଓ କଂଗ୍ରେସ ପରେ ଏବେ ବିଜେଡି ଓହ୍ଳାଇବ ରାଜରାସ୍ତାକୁ । ଦର ବୃଦ୍ଧିକୁ ନେଇ ଆନ୍ଦୋଳନ କରିବ ବିଜେଡି । ଆଜି ସାମ୍ବାଦିକ ସମ୍ମିଳନୀ କରି ଦରଦାମ ବୃଦ୍ଧି ପ୍ରସଙ୍ଗରେ ଦଳ ଆନ୍ଦୋଳନକୁ ଓହ୍ଲାଇବ ବୋଲି କହିଛି ।

Ganeswar Behera
ବିଜେପି ପରେ କଂଗ୍ରେସ ବି ନିନ୍ଦା କଲା, କହିଲା ମନ୍ତ୍ରୀଙ୍କ ବିବୃତ୍ତି ଆର୍ଥହୀନ ଓ ହାଲୁକା

ମମିତା ହତ୍ୟା ମାମଲାକୁ ନେଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିବୃତିକୁ କଂଗ୍ରେସର କଡ଼ା ସମାଲୋଚନା । ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଏଭଳି ବିବୃତିକୁ ରାଜ୍ୟ କଂଗ୍ରେସ ପକ୍ଷରୁ ନିନ୍ଦା କରାଯାଇଛି ।

BJP Central Team
ମନ୍ତ୍ରୀଙ୍କ ବିବୃତ୍ତି ପରେ ବି ଥମୁନି ଆନ୍ଦୋଳନ, ବିଭିନ୍ନ ଜିଲ୍ଲାରେ ବିଜେପିର ବନ୍ଦ ଡାକରା

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡକୁ ନେଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି । ଦିନକୁ ଦିନ ଜୋର ଧରୁଛି ପ୍ରତିବାଦର ସ୍ୱର । ବିଭିନ୍ନ ଜିଲ୍ଲାରେ ଆନ୍ଦୋଳନ ଜାରି ରଖିଛି ବିଜେପି ।

BJP
ମନ୍ତ୍ରୀଙ୍କୁ ଗିରଫ ଦାବିରେ ଅଟଳ ବିରୋଧୀ, କାର୍ଯ୍ୟାନୁଷ୍ଠାନ ନହେଲେ ବଢିବ ଆନ୍ଦୋଳନ !

ମମିତା ମେହେର ହତ୍ୟା ମାମଲାରେ ପୋଲିସ କହୁଛି ମନଗଢ଼ା କାହାଣୀ। ପୁରା ଘଟଣାରେ ଗୃହରାଷ୍ଟ୍ରମନ୍ତ୍ରୀଙ୍କ ସଂପୃକ୍ତି ବି ଅତ୍ୟନ୍ତ ସନ୍ଦେହଜନକ। ତେଣୁ ଏ ନେଇ ବିସ୍ତୃତ ତଥ୍ୟ ସଂଗ୍ରହ କରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଦିଆଯିବ ବୋଲି କହିଛନ୍ତି ମୃତ ମମିତାଙ୍କ ପରିବାରକୁ ଭେଟିଥିବା ବିଜେପି ମହିଳା ମୋର୍ଚ୍ଚା

Lekhashree Samantsinghar
୨୧ ଦିନ ହେବ ଗାତରେ ଲୁଚିଥିଲେ, ଏବେ ବାହାରିଲେ ମନ୍ତ୍ରୀ: ଲେଖାଶ୍ରୀ

ମମିତା ହତ୍ୟା ମାମଲାରେ ପ୍ରେସ୍ ବିବୃତି ପରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ତୀବ୍ର ସମାଲୋଚନା କଲା ବିଜେପି ।ଦଳର ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଏକ ସାମ୍ବାଦିକ ସମ୍ମିଳନୀ କରି ସିଧାସଳଖ ଟାର୍ଗେଟ କରିବା ସହ କହିଛନ୍ତି ମନ୍ତ୍ରୀଙ୍କ ବିବୃତି, ତଦନ୍ତକୁ ବାଟବଣା କରି ଲୋକଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରାଯାଉଛି

Dibyashankar Mishra
ମମିତା ହତ୍ୟା ମାମଲାର ୨୧ ଦିନ ପରେ ମନ୍ତ୍ରୀଙ୍କ ନିଦ ଭାଙ୍ଗିଲା, କହିଲେ କଲେଜକୁ ଯିବା କିଛି ଭୁଲ ନୁହେଁ

ମମିତା ହତ୍ୟା ମାମଲାରେ ମୁହଁ ଖୋଲିଲେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ଏକ ପ୍ରେସ୍‌ ବିବୃତ୍ତି ଜରିଆରେ ସେ ନିଜର ମତ ରଖିଛନ୍ତି । ପ୍ରଥମେ ତ ସେ ମମିତାଙ୍କ ମୃତ୍ୟୁ ଘଟଣା ନେଇ ଦୁଃଖ ପ୍ରକାଶ କରିଛନ୍ତି ।

Dibya Shankar Mishra
ଓଟିଭି ନାଁରେ ମାନହାନୀ ମାମଲା ରୁଜୁ କଲେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର: କହିଲେ....

ଓଟିଭି ନାଁରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମାନହାନୀ ମାମଲା ରୁଜୁ କରିଛନ୍ତି। ଓଟିଭି, ଓଡ଼ିଶା ରିପୋର୍ଟର ଏବଂ ଅନ୍ୟ ଏକ ଚ୍ୟାନେଲ ନାଁରେ ମାମଲା ରୁଜୁ ହୋଇଛି। ମିଥ୍ୟା ଖବର ପ୍ରସାରଣ କରି ବଦନାମ କରିଥିବା ଅଭିଯୋଗ କରିଛନ୍ତି ଦିବ୍ୟଶଙ୍କର

aparajita-750x430
ମମିତା ମେହେର ହତ୍ୟା ମାମଲା: ମୁହଁ ଖୋଲିଲେ ଅପରାଜିତା, କହିଲେ ଯଦି ଭୁଲ ନାହିଁ ସରକାର ଡରୁଛନ୍ତି କାହିଁକି ?

ମମିତା ହତ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ସାଂସଦ ଅପରାଜିତା ଷଢ଼ଙ୍ଗୀ । ମମିତା ହତ୍ୟାକାଣ୍ଡ ନେଇ ମୁଖ୍ୟମନ୍ତ୍ରୀ ନିରବ କାହିଁକି ବୋଲି ସେ ପ୍ରଶ୍ନ କଲେ । ମୁଖ୍ୟମନ୍ତ୍ରୀ ଘରୁ ପଦାକୁ ବାହାରନ୍ତୁ, ସିବିଆଇ ତଦନ୍ତ ନେଇ ଘୋଷଣା କରନ୍ତୁ ବୋଲି ଦାବି କରିଛନ୍ତି ଅପରାଜିତା ।

Bhakta Charan Das
ମୌନେ ସମ୍ମତିର ଲକ୍ଷଣ, ନିଜ ଦୋଷକୁ ମାନନ୍ତୁ ମନ୍ତ୍ରୀ: ଭକ୍ତ ଦାସ

ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ୩୦ ତାରିଖ ସୁଦ୍ଧା ଗିରଫ ନ କଲେ କଳାହାଣ୍ଡିରେ ହେବ ବ୍ୟାପକ ଆନ୍ଦୋଳନ। ଆଜି ଏଭଳି ଅଲ୍ଟିମେଟମ୍ ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଭକ୍ତଚରଣ ଦାସ।

BJP Central Team
ମମିତା ହତ୍ୟା ମାମଲା: ଘଟଣାର ଅନୁଧ୍ୟାନ ପାଇଁ ଆସୁଛି ବିଜେପି କେନ୍ଦ୍ରୀୟ ଟିମ୍

ଆଜିଠୁ ରାଜ୍ୟର ସମସ୍ତ ଥାନା ଘେରାଉ କରିବ ବିଜେପି। ୨୯, ୩୦ ଓ ୩୧ ତାରିଖ ଏହି ତିନି ଦିନ ରାଜ୍ୟର ସମସ୍ତ ୬୨୫ଟି ଥାନା ଘେରାଉ କରିବା କାର୍ଯ୍ୟକ୍ରମ ରହିଛି। 

Naveen Patnaik
କ୍ୟାପ୍‌ଟେନଙ୍କୁ କାହିଁକି ବିଦା କରନାହାନ୍ତି ନବୀନ? କ'ଣ ରହିଛି କାରଣ ?

ମମିତା ମେହେର ଘଟଣାକୁ ନେଇ ପଲ୍ଲୀରୁ ଦିଲ୍ଲୀ ଯାଏଁ କଂପନ। ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ହୁଲସ୍ତୁଲ ସାରା ରାଜ୍ୟ। ହେଲେ ସରକାର ନିଦା ବିଷ୍ଣୁ । ପୂର୍ବରୁ ମହିଳା ନିର୍ଯାତନା ପ୍ରସଙ୍ଗରେ କଥା କଥାକେ ମନ୍ତ୍ରିମଣ୍ଡଳରୁ ବିବାଦାୟୀ ନେତାଙ୍କୁ ବିଦା କରୁଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Congress
"ଜଗନ୍ନାଥ ଧାମକୁ ଅପରାଧ ପ୍ରବଣ କରିସାରିଲେଣି ନବୀନ ସରକାର"

ମମିତା ମେହେର ହତ୍ୟା ମାମଲାରେ ଦୋଷୀଙ୍କୁ କଠୋର ଦଣ୍ଡ ଓ ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ଦାବିରେ ବିରୋଧୀଙ୍କ ପକ୍ଷରୁ ଜାରି ରହିଛି ଘନ ଘନ ହୁଙ୍କାର। କଂଗ୍ରେସ ରାଷ୍ଟ୍ରୀୟ ମୁଖପାତ୍ର ରଣଦୀପ ସୂର୍ଯ୍ୟେଓ୍ୱାଲା ଓ ପିସିସି ପ୍ରଭାରୀ ଚେଲାକୁମାର ଆଜି ମମିତାଙ୍କ ପରିବାରକୁ ଭେଟିଥିଲେ

VOTE
ପଞ୍ଚାୟତ ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି, ନିର୍ବାଚନ କମିଶନ ଡାକିଲେ ସର୍ବଦଳୀୟ ବୈଠକ

ଆସନ୍ତାବର୍ଷ ଫେବ୍ରୁଆରୀରେ ପଞ୍ଚାୟତ ନିର୍ବାଚନ ହୋଇପାରେ ! ଏଥିପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପ୍ରସ୍ତୁତି ଜାରି ରହିଛି । ନିର୍ବାଚନ ପୂର୍ବରୁ ଭୋଟର ତାଲିକା ସଂଶୋଧନ ସଂପର୍କରେ ଆଲୋଚନା ପାଇଁ ବସିବ ସର୍ବଦଳୀୟ ବୈଠକ ।

Pradeep Kumar Majhi
କଳ୍ପନାଜଳ୍ପନାର ଅନ୍ତ, ନଭେମ୍ବର ୬ରେ ବିଜେଡ଼ିରେ ମିଶିବେ ପ୍ରଦୀପ ମାଝୀ

ଅପେକ୍ଷାର ହେଲା ଅନ୍ତ। ଆସନ୍ତା ନଭେମ୍ବର ୬ ତାରିଖରେ ବିଜେଡ଼ିରେ ମିଶିବେ ପୂର୍ବଚନ କଂଗ୍ରେସର ନେତା ପ୍ରଦୀପ ମାଝି। ନବରଙ୍ଗପୁରରେ ଏକ ମିଶ୍ରଣ ପର୍ବରେ ସେ ବିଜେଡ଼ିରେ ସାମିଲ ହେବା ନେଇ ସ୍ପଷ୍ଟ ହୋଇଛି।