/odishatv-khabar/media/post_attachments/uploadimage/library/16_9/16_9_0/IMAGE_1640953220.jpg)
Sura Routray
ବର୍ଷର ଶେଷ ଦିନରେ ବି ଶାସକଦଳ ଉପରେ ବର୍ଷିଲେ ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତ। କହିଲେ, ନବୀନ ବାବୁ, ପାଣ୍ଡିଆନ୍, ସୁରେଶ ମହାପାତ୍ର ଆମ ଓବିସିଙ୍କୁ ଏତେ ଅବହେଳା କାହିଁକି କରୁଛ? କାହିଁକି ଏତେ ଅବହେଳା କରୁଛ? ୱାର୍ଡ ମେମ୍ବର, ସମିତି ସଭ୍ୟ, ସରପଂଚଙ୍କ ପାଇଁ ଓବିସି କୋଟା କାହିଁକି ନାହିଁ? ମଧ୍ୟପ୍ରଦେଶରେ ଏହି କୋଟା ନଥିବା କାରଣରୁ ନିର୍ବାଚନ ବନ୍ଦ ହୋଇଗଲା। ଆଗେ ଓବିସି କୋଟା ଫିକ୍ସ କର ପରେ ନିର୍ବାଚନ କର ବୋଲି ସୁର କହିଛନ୍ତି। ଏସି ଓ ଏସ୍ଟିଙ୍କୁ ଦେଲେ ଆମ ବେଳକୁ କାହିଁକି ପଛଘୁଂଚା ଦେଲ ବୋଲି ସୁର ପ୍ରଶ୍ନ କରିଛନ୍ତି।
ଏହାସହ ସୁର କହିଛନ୍ତି, ୨୦୨୨ ଆସୁଛି। ତେଣୁ ଜମା ବି ପାତରଅନ୍ତର କରନାହିଁ। ନହେଲେ ଆଗାମୀ ଦିନରେ ଆନ୍ଦୋଳନ ହେବ। କେବଳ ଏତିକି ନୁହେଁ ବରଂ ୨୦୨୨ ସମସ୍ତଙ୍କ ପାଇଁ ଆନନ୍ଦ ଓ ଉଲ୍ଲାସର ସହ କଟୁ। ସମସ୍ତେ ଭଲରେ ରୁହନ୍ତୁ ବୋଲି ସୁର କହିଛନ୍ତି। ତେବେ କଂଗ୍ରେସ କେତେ ପ୍ରସ୍ତୁତ ଅଛି ପ୍ରଶ୍ନର ଉତ୍ତର ଦେଇ ସୁର କହିଛନ୍ତି, ଆମେ ନିର୍ବାଚନ ପାଇଁ ପୂରା ପ୍ରସ୍ତୁତ ଅଛୁ। କେବଳ ସିଗ୍ନାଲକୁ ଅପେକ୍ଷା ଅଛି।
ଏଥର କଂଗ୍ରେସ ଲଢେଇ କରିବ ଓ ବିଜୟ ହେବ ବୋଲି ସେ କହିଛନ୍ତି। କେବଳ ଏତିକି ନୁହେଁ ବରଂ ୨୦୨୧ ମସିହା ସମସ୍ତଙ୍କୁ ବହୁତ ଦୁଃଖ ଦେଇଛି। ତେଣୁ ଏ ବର୍ଷ କେମିତି ଭଲରେ ଯାଉ ତାହା ଆମ ସମସ୍ତଙ୍କର ପ୍ରାର୍ଥନା ବୋଲି ସୁର କହିଛନ୍ତି। ଏଠାରେ କହିରଖୁଛୁ କି ସୁର ପ୍ରତ୍ୟେକ ଦିନ କିଛି ନା କିଛି ପ୍ରତିକ୍ରିୟା ଗଣମାଧ୍ୟମ ସାମ୍ନାରେ ରଖନ୍ତି। ତେଣୁ ସୁରଙ୍କ ଏବର୍ଷର ଶେଷ ପ୍ରତିକ୍ରିୟାକୁ ନେଇ ବେଶ ଚର୍ଚ୍ଚା ଚାଲିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)