Advertisment

ବିଜେଡିକୁ ବୁମେରାଂ ହେବ କି ପଛୁଆ ବର୍ଗ ସଂରକ୍ଷଣ ପଲିଟିକ୍ସ?

ଶିକ୍ଷା ଓ ନିଯୁକ୍ତିରେ ସଂରକ୍ଷଣ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୩ ଥର ଚିଠି ଲେଖିଥିଲେ ବି ଏପର୍ଯ୍ୟନ୍ତ ସରକାର କାହିଁକି ଲାଗୁ କରିନାହାନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି ସମୀର।

author-image
Chandan Shishu
OBC Politics

OBC Politics

ଭୁବନେଶ୍ୱର: ବିଜେଡିକୁ ବୁମେରାଂ ହେବ କି ପଛୁଆ ବର୍ଗ ସଂରକ୍ଷଣ ପଲିଟିକ୍ସ? ତେଣୁ ପଞ୍ଚାୟତ ନିର୍ବାଚନରେ ପଛୁଆବର୍ଗଙ୍କ ସଂରକ୍ଷଣ କଟିବା ପରେ ଓବିସି ଭୋଟ୍‌ବ୍ୟାଙ୍କ ବଞ୍ଚାଇବାକୁ ବିଜେଡିର ପ୍ଲାନ ବି। ପଞ୍ଚାୟତ ଏବଂ ପୌର ନିର୍ବାଚନରେ ଦଳ ଭିତ୍ତିରେ ପଛୁଆବର୍ଗରୁ ୪୦ ପ୍ରତିଶତ ପ୍ରାର୍ଥୀ ଦେବାକୁ ଘୋଷଣା କରିଛି ଦଳ। ଗତକାଲି କାର୍ଯ୍ୟକାରିଣୀରେ ଏ ନେଇ ପ୍ରସ୍ତାବ ଉପରେ ସୁପ୍ରିମୋଙ୍କ ମୋହର ବାଜିବା ପରେ ଏହାକୁ ଏକ ଐତିହାସିକ ନିଷ୍ପତ୍ତି ବୋଲି ଦଳ କହିଛି। ଏହାକୁ ଆଜି କାଉଣ୍ଟର୍ କରିଛି ବିଜେପି। ପଛୁଆ ବର୍ଗଙ୍କ ପାଇଁ ଏହା କଟା ଘାରେ ଚୂନ ବୋଲି ପ୍ରେସମିଟ୍ କରି କହିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି।

Advertisment

ଶିକ୍ଷା ଓ ନିଯୁକ୍ତିରେ ସଂରକ୍ଷଣ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୩ ଥର ଚିଠି ଲେଖିଥିଲେ ବି ଏପର୍ଯ୍ୟନ୍ତ ସରକାର କାହିଁକି ଲାଗୁ କରିନାହାନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି ସମୀର। ଏହାସହ ସୁପ୍ରିମକୋର୍ଟରେ ସଂରକ୍ଷଣ ପ୍ରସଙ୍ଗରେ ଟ୍ରିପଲ ଟେଷ୍ଟ କଥା କହିଥିଲେ ମଧ୍ୟ କାହିଁକି ଫେଲ୍ ମାରିଲେ ରାଜ୍ୟ ସରକାର? ସେପଟେ ଓବିସି ରାଜନୀତିରୁ ଦୂରେଇ ଚାଷୀ ଓ ଗରିବ ଶ୍ରେଣୀ ଲୋକଙ୍କୁ ନିର୍ବାଚନରେ ଅଧିକ ପ୍ରତିନିଧିତ୍ୱ କରିବାକୁ ସୁଯୋଗ ଦେବ ବୋଲି କହିଛି କଂଗ୍ରେସ। ଅନ୍ୟପଟେ ସୁପ୍ରିମକୋର୍ଟ ଓ କେନ୍ଦ୍ର କୋର୍ଟକୁ ବଲ୍ ଫିଙ୍ଗିଛି ବିଜେଡି। 

ସେପଟେ ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ କଟିବା ପରେ, କ୍ଷୁବ୍ଧ ପଛୁଆ ବର୍ଗ ତୀବ୍ର ହେଲାଣି ଅସନ୍ତୋଷ। ଅଧିକାରର ଲଢେଇ ପାଇଁ ପ୍ରସ୍ତୁତି ବୈଠକ। ବାରିପଦାର ରାଜ୍ୟ ଓବିସି ମଞ୍ଚ ପକ୍ଷରୁ ବିଶାଳ ସମାବେଶ ଶିକ୍ଷା ଏବଂ ନିଯୁକ୍ତିରେ ଏପର୍ଯ୍ୟନ୍ତ ୨୭ ପ୍ରତିଶତ ସଂରକ୍ଷଣ ଦାବି କଥା ଶୁଣୁନାହାନ୍ତି ସରକାର। ଆଉ ଏବେ ପଞ୍ଚାୟତ ନିର୍ବାଚନରେ ଆଦୌ ସଂରକ୍ଷଣ ମିଳିବନି। ତେଣୁ ଖପ୍ପା ପୁରା ପଛୁଆ ବର୍ଗ। ତେଣୁ ଏସ୍ଇବିିସି ଭିତରେ ନୁହଁ ସ୍ୱତନ୍ତ୍ର ଭାବେ ଓବିସି ଗଣନା ପାଇଁ ମୁଖ୍ୟ ଦାବି ରଖିଛି ମଞ୍ଚ। 

Advertisment

ରିପୋର୍ଟ: ମାଣିକଲାଲ ପାଣି, କପିଳେନ୍ଦ୍ର ପ୍ରଧାନ, ଜଗଦୀଶ ଦାସ ଓ ସୌମ୍ୟ ରଞ୍ଜନସାହୁ

Bhubaneswar BJD Panchayat Poll
Advertisment
Advertisment