• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବିଜେପିରେ ଯୋଗ ଦେଲେ ପୂର୍ବତନ କ୍ରିକେଟର ଦୀନେଶ ମୋଙ୍ଗିଆ । ଆଗକୁ ପଂଜାବରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ସେ ବିଜେପିରେ ଯୋଗ ଦେଇଛନ୍ତି । ଦିଲ୍ଲୀରେ ଦଳୀୟ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଦୀନେଶ ମୋଙ୍ଗିଆ ବିଜେପିରେ ସାମିଲ ସାମିଲ ହୋଇଛନ୍ତି ।

ଜଳଶକ୍ତି ବିଭାଗ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ୱତଙ୍କ ଉପସ୍ଥିତିରେ ଦୀନେଶ ମୋଙ୍ଗିଆ ବିଜେପିରେ ଯୋଗ ଦେଇଛନ୍ତି । ଦୀନେଶ ମୋଙ୍ଗିଆଙ୍କ ସହ ଅନ୍ୟ ୪ ନେତା ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି । କଂଗ୍ରେସ ନେତା ଫତେହ ବାଜଓ୍ୱା, ବଲବିନ୍ଦର ସିଂହ ଏବଂ ଶିରୋମଣି ଅକାଳି ଦଳ ନେତା ଗୁରତେଜ ସିଂହ ସହ ଅନେକ ନେତା ବିଜେପିରେ ସାମିଲ ହୋଇଛନ୍ତି । ପଂଜାବରେ କଂଗ୍ରେସ ଶାସନ ଚାଲିଥିବା ବେଳେ ଏହାକୁ ଅକ୍ତିଆର କରିବାକୁ ଫୁଲ ଦମରେ ପ୍ରସ୍ତୁତି ଚଳାଇଛି ବିଜେପି ।

ଅନ୍ୟପଟେ ଗତକାଲି କ୍ୟାପଟେନ ଅମରିନ୍ଦର ସିଂଙ୍କ ପଞ୍ଜାବ ଲୋକ କଂଗ୍ରେସ, ବିଜେପି ଏବଂ ଅକାଳି ଦଳ ମଧ୍ୟରେ ଆସନ ବୁଝାମଣା ହୋଇଛି । ଯାହାକୁ ନେଇ ପଞ୍ଜାବ ରାଜନୀତି ଅଧିକ ଉଷ୍ମତା ଧରିଛି । ତିନି ଦଳର ବରିଷ୍ଠ ନେତାଙ୍କୁ ନେଇ ଏକ କମିଟି ଗଠନ ହେବ । କମିଟି ଆଗାମୀ ଦୁଇ ଦିନରେ ଆଲୋଚନା କରି କେଉଁ ଦଳ କେତୋଟି ଆସନରେ ଲଢିବେ ତାହା ସ୍ଥିର କରିବେ ।

ଏନେଇ ତିନି ଦଳରେ ନେତା କେନ୍ଦ୍ର ଗୃହ ମନ୍ତ୍ରୀଙ୍କୁ ଭେଟିଥିଲେ । ଏହି ବୈଠକରେ ବିଜେପି ପଞ୍ଜାବ ପ୍ରଭାରୀ ଗଜେନ୍ଦ୍ର ସିଂ ଶେଖାଓ୍ବତ ମଧ୍ୟ ଉପସ୍ଥିତ ଥିଲେ ।  ବୈଠକ ପରେ ଗଜେନ୍ଦ୍ର ସିଂ ଶେଖାଓ୍ବତ ଆସନ ବୁଝାମଣା ନେଇ ସୂଚନା ଦେଇଥିଲେ । ଏଥିସହିତ ତିନି ଦଳ ପକ୍ଷରୁ ଏକ ମିଳିତ ଇସ୍ତାହାର ଜାରି କରାଯିବ ବୋଲି ସେ କହିଥିଲେ ।