• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କାଳିଚରଣ ମହାରାଜଙ୍କ ଗିରଫ ହେବା ପରେ ଆରମ୍ଭ ହୋଇଛି ବାକ୍‌ ଯୁଦ୍ଧ । ଛତିଶଗଡ଼ ସରକାର ଓ ମଧ୍ୟପ୍ରଦେଶ ସରକାର ମଧ୍ୟରେ କଥା କଟାକଟି ଆରମ୍ଭ ହୋଇଛି । ମହାତ୍ମାଗାନ୍ଧୀଙ୍କୁ ନେଇ ଅପମାନଜନକ ଟିପ୍ପଣୀ ଦେଇଥିବାରୁ କାଳିଚରଣ ମହାରାଜଙ୍କୁ ଗିରଫ କରାଯାଇଛି ।

ମଧ୍ୟପ୍ରଦେଶ, ଖଜୁରାହୋରୁ କାଳିଚରଣ ମହାରାଜଙ୍କୁ ରାୟପୁର ପୋଲିସ ଦ୍ୱାରା ଗିରଫ କରାଯାଇଥିଲା। ଯାହାକୁ ନେଇ ଏବେ ବିବାଦ ତେଜିବାରେ ଲାଗିଛି । ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା କହିଛନ୍ତି, ଏହି ଗିରଫଦାରୀ ଅନ୍ତଃରାଜ୍ୟ ପ୍ରୋଟୋକଲ୍‌କୁ ଉଲ୍ଲଂଘନ କରି କରାଯାଇଛି । ଏହାର ମାତ୍ର କିଛି ସେକେଣ୍ଡ ପରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଜବାବ ରଖିଛନ୍ତି ଯେ, ନରୋତ୍ତମ ମିଶ୍ରାଙ୍କୁ କାହିଁକି ରାଗୁଛନ୍ତି ?

ଏହାର ଜବାବରେ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା କହିଛନ୍ତି ଯେ, ମଧ୍ୟପ୍ରଦେଶ ରାଜ୍ୟରେ ଛତିଶଗଡ଼ ପୋଲିସର ଏଭଳି ବ୍ୟବହାରକୁ ଆମେ ବିରୋଧ କରୁଛୁ । ସେମାନଙ୍କୁ ଅନ୍ତଃରାଜ୍ୟ ପ୍ରୋଟୋକଲ ଉଲ୍ଲଂଘନ କରିବାର ନଥିଲା । ରାଜ୍ୟର ନିୟମ କାନୁନ ଏଭଳି କାର୍ଯ୍ୟକୁ ଅନୁମତି ଦେଇନଥାଏ । ଛତିଶଗଡ଼ ପୋଲିସକୁ ପୂର୍ବରୁ ସୂଚନା ଦେବାର ଥିଲା, ଏମିତିକି ସେ ତାଙ୍କୁ ନୋଟିସ୍‌ ମଧ୍ୟ ପଠାଇ ପାରିଥାନ୍ତେ । ମଧ୍ୟପ୍ରଦେଶ ଡିଜିପିଙ୍କୁ ମଧ୍ୟ ଏନେଇ ପ୍ରଶ୍ନ କରାଯାଇଛି । ଛତିଶଗଡ଼ ପୋଲିସର ଏହା କିପ୍ରକାର ବ୍ୟବହାର ।

ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବେଘେଲଙ୍କ ପ୍ରତିକ୍ରିୟା

ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଉତ୍ତର ଦେଇ କହିଛନ୍ତି ଯେ, ଆମ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଆମେ ମହାତ୍ମାଗାନ୍ଧୀଙ୍କ ବିରୋଧରେ କୌଣସି ପ୍ରକାର ଅପମାନ ଜନକ ଟିପ୍ପଣୀ ବରଦାସ୍ତ କରିପାରିବୁ ନାହିଁ । ନରୋତ୍ତମ ମିଶ୍ରା ଉତ୍ତର ଦେବା କଥା ଯେ, ସେ କହିଁକି ରାଗୁଛନ୍ତି । ସେ କାହିଁକି ଦୁଃଖ ପ୍ରକାଶ କରୁଛନ୍ତି । ଆମେ ମହାତ୍ମାଗାନ୍ଧୀଙ୍କୁ ଗାଳି କରିଥିବା ବା ଅପମାନ ଦେଇଥିବା ବ୍ୟକ୍ତିକୁ ଗିରଫ କରିଛୁ । ତେଣୁ ସେ ସ୍ପଷ୍ଟ କରିବା କଥା ଯେ, କାହିଁକି ଏହି ଗିରଫଦାରୀରେ ସେ ଖୁସି ନୁହଁନ୍ତି ।

କାଳିଚରଣ ମହାରାଜ ମଧ୍ୟପ୍ରଦେଶରୁ ଗିରଫ

ମହାତ୍ମା ଗାନ୍ଧୀଙ୍କ ବିରୋଧରେ ଅପମାନଜନକ ଟିପ୍ପଣୀ ଦେଇଥିବା ବିବାଦୀୟ ସାଧୁ କାଳିଚରଣ ମହାରାଜଙ୍କୁ ରାୟପୁର ପୋଲିସ ଗୁରୁବାର ମଧ୍ୟପ୍ରଦେଶର ଖଜୁରାହୋରୁ ଗିରଫ କରିଛି ।ଏବେ ତାଙ୍କୁ ଛତିଶଗଡ଼ ଅଣାଯାଉଛି । ରାୟପୁର ଏସ୍‌ପି ପ୍ରଶାନ୍ତ ଅଗ୍ରୱାଲ କହିଛନ୍ତି ଯେ, କାଳିଚରଣ ମହାରାଜ ମଧ୍ୟପ୍ରଦେଶ ଖଜୁରାହୋଠାରୁ ୨୫ କିଲୋମିଟର ଦୂର ବେଗେଶ୍ୱର ଧାମ ନିକଟରେ ଏକ ଘର ଭଡ଼ା ନେଇ ରହୁଥିଲେ । ରାୟପୁର ପୋଲିସ ଭୋର ୪ଟାରୁ ତାଙ୍କୁ ଗିରଫ କରିଛି । ସନ୍ଧ୍ୟା ସୁଦ୍ଧା ପୋଲିସ ଟିମ୍‌ ତାଙ୍କୁ ନେଇ ରାୟପୁରରେ ପହଞ୍ଚିବ ।