/odishatv-khabar/media/post_attachments/uploadimage/library/16_9/16_9_0/IMAGE_1640500425.jpeg)
Andhra Pradesh MLA
କୋରାପୁଟ: ପୁଣି କୋଟିଆରେ ଆନ୍ଧ୍ରପ୍ରଦେଶ ଏହାର ଉପସ୍ଥିତି ଜାହିର କରିଛି। ଆନ୍ଧ୍ରରୁ ନେତା ଆସି କୋଟିଆରେ ଉନ୍ନୟନମୂଳକ କାର୍ଯ୍ୟ ତଦାରଖ କରିଥିବା ଦେଖିବାକୁ ମିଳିଛି। କୋଟିଆ ପଞ୍ଚାୟତର ନେରେଡିବାଲାସା ନିକଟସ୍ଥ ତାଡିବାଲାସାରେ ଆନ୍ଧ୍ର ସରକାରଙ୍କ ଦ୍ୱାରା ୯ ଲକ୍ଷ ଟଙ୍କା ବ୍ୟୟରେ ର୍ନିମାଣ ହେଉଥିବା ହାଟ ବଜାର ବିଶ୍ରାମ ଗୃହ ଓ ପିଣ୍ଢିର କାର୍ଯ୍ୟ ଆନ୍ଧ୍ର ନେତା ତଦାରଖ କରିଥିବା ଜଣାପଡ଼ିଛି।
ଗତ କିଛିଦିନ ପୂର୍ବେ ଆନ୍ଧ୍ର ପ୍ରଦେଶର ସାଲୁର ବିଧାୟକ ରାଜନ ଦୋରା ଓ ପାର୍ବତୀପୁରମ୍ ଆଇଟିଡିଏ ପ୍ରକଳ୍ପ ଅଧିକାରୀ କୁର୍ମନାଥଙ୍କ ଉପସ୍ଥିତିରେ ଏହି କାର୍ଯ୍ୟର ଭିତ୍ତି ପ୍ରସ୍ତର ସ୍ଥାପନା କରାଯାଇଥିଲା। କୋଟିଆ ନିକଟ ତଳ ଗଞ୍ଜେଇପଦର ଠାରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ର୍ନିମାଣ ହେଉଥିବା ଅଙ୍ଗନବାଡି କେନ୍ଦ୍ରକୁ ଓଡିଶା ସରକାର କାମ ବନ୍ଦ କରାଇବା ଘଟଣାକୁ ନେଇ ବିଧାୟକ ରାଜନ ଦୋରା ପ୍ରତିକ୍ରିୟାଶୀଳ ହୋଇଛନ୍ତି।
ସୀମାକୁ ନେଇ ସୁପ୍ରିମକୋର୍ଟରେ ଆଇନଗତ ଲଢେଇ ଓ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଗଠନମୂଳକ ଚର୍ଚ୍ଚା ଚାଲିଥିବା ବେଳେ କୋଟିଆ ଅଞ୍ଚଳରେ ବିକାଶ ପାଇଁ ଉଭୟ ରାଜ୍ୟ ତ୍ୱରାନ୍ୱିତ କରିବା ସହ ଗୋଟିଏ ରାଜ୍ୟ ଅନ୍ୟ ରାଜ୍ୟର ନିର୍ମାଣ କାର୍ଯ୍ୟକୁ ବନ୍ଦ ନକରିବା ପାଇଁ ଉଭୟ ରାଜ୍ୟର ଅଧିକାରୀଙ୍କୁ ବିଧାୟକ ରାଜନ ଦୋରା ଅନୁରୋଧ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)