• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଉତ୍ତରପ୍ରଦେଶ ଗସ୍ତ । ହରଦୋଇରେ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ସାାଧାରଣ ସଭା କରି ସମାଜବାଦୀ ପାର୍ଟିକୁ କଡ଼ା ସମାଲୋଚନା କରିଛନ୍ତି କେନ୍ଦ ଗୃହମନ୍ତ୍ରୀ ଅମିତ ଶାହା । ଆଗକୁ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହାଙ୍କ ଏହି ଗସ୍ତ ଅନେକ ଗୁରୁତ୍ୱ ରଖୁଛି । ୪ ରାଜ୍ୟରେ ବର୍ତ୍ତମାନ ବିଜେପିର ଶାସନ ରହିଛି । ଅନ୍ୟପଟେ କେବଳ ପଂଜାବରେ କଂଗ୍ରେସର ଶାସନ ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ନିର୍ବାଚନ ତାରିଖ ଘୋଷଣା ହୋଇନଥିବା ବେଳେ ସମସ୍ତ ରାଜନୈତିକ ଦଳଙ୍କ ପ୍ରଚାର ଜୋରସୋରରେ ଚାଲିଛି ।

ଏହି କାର୍ଯ୍ୟକ୍ରମରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ ଶାହା । ସମାଜବାଦୀ ପାର୍ଟିକୁ ABCDର ପାଠ ପଢାଇଛନ୍ତି ଅମିତ ଶାହା । ସମାଜବାଦୀ ପାର୍ଟି ଲାଗି ABCD ମାନେ ଅପରାଧ ଆତଙ୍କ, ଭାଇ-ଭତିଜାବାଦ, କରପ୍‌ସନ ଏବଂ ଦଙ୍ଗା ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ ଶାହା ।

ସେପଟେ ୟୁପିରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ବିଜୟ ରଥଯାତ୍ରା ଜାରି ରହିଛି । ଉନ୍ନାଓରେ ସାଧାରଣ ସଭାକୁ ସମ୍ବୋଧିତ କରିବା ଅବସରରେ ରାଜ୍ୟରେ ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ । କାନପୁରରୁ ଗିରଫ ହୋଇଥିବା ଅତର ବ୍ୟବସାୟୀ ପିୟୂଷ ଜୈନ ବିଜେପି ନେତା ବୋଲି କହିଛନ୍ତି ଅଖିଳେଶ ।