ପଶ୍ଚିମବଙ୍ଗର ଟିଏମସିକୁ ଅନୁସରଣ କରୁଛି କି ବିଜେଡି ? ଦିଦିଙ୍କ ଖେଲା ହବେ ଢାଞ୍ଚାରେ ଓଡିଶାରେ ଖେଳ ହେବ ବୋଲି ବିଜେଡି ଦେଇଛି ଆହ୍ୱାନ ।
ଆରମ୍ଭରୁ ଅଶାନ୍ତି କେଉଁଠି ଗୋଷ୍ଠୀ ସଂଘର୍ଷ, କେଉଁଠି ହାତାହାତି, ତ କେଉଁଠି ହିଂସାକାଣ୍ଡ, ଖୁଲମଖୁଲା ବୁଥ ଜବରଦଖଲର ଚିତ୍ର । ଏସବୁ ଘଟୁଥିଲା ପୋଲିସ୍ ଉପସ୍ଥିତିରେ । ଢେଙ୍କାନାଳ ଗଦିଁଆ ବ୍ଲକ ଅନ୍ତର୍ଗତ ନିହଲପ୍ରସାଦ ଗ୍ରାମ ପଞ୍ଚାୟତର ଖୋଲାଖୋଲି ଭାବେ ବୁଥ୍ ରିଗିଂ ଓ କ୍ୟାପ୍ଚରିଂ କରିଥିଲେ ଦୁର୍ବୃତ୍ତ ।
ଗଂଜାମ ଧରାକୋଟ ବ୍ଲକ ଓଳମ୍ବାରେ ରାଜନୈତିକ ହିଂସା। ନିର୍ବାଚନ ପ୍ରଚାରରେ ନିୟୋଜିତ ଗାଡ଼ିକୁ ପୋଡ଼ି ଦେଲେ ବିପକ୍ଷ ଦଳର ଲୋକ । ଏନେଇ ବଡ଼ଗଡ଼ ଥାନାରେ ମାମଲା ରୁଜୁ କରାଯାଇଥିବା ବେଳେ , ପୋଲିସର ତଦନ୍ତ ଜାରିରହିଛି ।
ନିର୍ବାଚନର ଦିନକ ପୂର୍ବରୁ ସରପଞ୍ଚ ପ୍ରାର୍ଥିନୀଙ୍କ ସମ୍ପର୍କୀୟଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀଙ୍କ ଓ ତାଙ୍କ ସହଯୋଗୀମାନେ ଠେଙ୍ଗାରେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।
ନିର୍ବାଚନ ପୂର୍ବରୁ ଭଣ୍ଡାରୀପୋଖରୀରେ ଗଣ୍ଡଗୋଳ । ଭଦ୍ରକ ଭଣ୍ଡାରୀପୋଖରି ବ୍ଲକ ଷୋଳମପୁର ଗାଁରେ ନିର୍ବାଚନୀ ହିଂସା। ଗୋଟିଏ ଗୋଷ୍ଠୀ ଅନ୍ୟ ଏକ ଗୋଷ୍ଠୀ ବ୍ୟକ୍ତିଙ୍କ ଘରେ ପଶି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।
ଭୋଟ୍ ପାଇଁ ଈଶ୍ୱରଙ୍କ ନାଁରେ ଶପଥ ପାଠ । ଲୋକଙ୍କ ଶପଥ କରାଉଛନ୍ତି ଚିତ୍ରକୋଣ୍ଡା ବିଧାୟକଙ୍କ ପୁଅ । ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକାଙ୍କ ପୁଅ ଭୋଟ୍ ଦେବେ ସମ୍ପର୍କରେ ଶପଥ କରାଉଛନ୍ତି ।
ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା। ବିଭିନ୍ନ କାରଣରୁ ବାଧାପ୍ରାପ୍ତ ହୋଇଥିବା ୨୫ଟି ବୁଥ୍ରେ ପୁନଃ ମତଦାନ ପାଇଁ ପ୍ରସ୍ତାବ ଦିଆଯାଇଛି।
ରାଜ୍ୟର ପ୍ରଥମ ପର୍ଯ୍ୟାୟ ପଂଚାୟତ ନିର୍ବାଚନ ବ୍ୟାପକ ହିଂସାକାଣ୍ଡ ମଧ୍ୟରେ ଶେଷ ହୋଇଛି । ଏପରିକି କର୍ତ୍ତବ୍ୟରତ ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ଏହି ହିଂସାରୁ ବର୍ତ୍ତି ପାରିନାହାନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି ।
ସମିତି ସଭ୍ୟା ପ୍ରାର୍ଥିନୀଙ୍କ ସ୍ୱାମୀ ନିଖୋଜ। ଗତକାଲି ରାତିରୁ ସମିତି ସଭ୍ୟା ପ୍ରାର୍ଥିନୀଙ୍କ ସ୍ୱାମୀ ନିଖୋଜ ଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଢେଙ୍କାନାଳ ଜିଲ୍ଲାରୁ ଏଭଳି ଅଭିଯୋଗ ଆସିଛି।
ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ବେଳେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟଣାକୁ ନେଇ ବିଜେପି ଦୃଢ଼ ନିନ୍ଦା କରିଛି। ବିଜେପି କହିଛି, ନିର୍ବାଚନ ବେଳେ ଓ ପୂର୍ବରୁ ରାଜନୈତିକ ହିଂସାକାଣ୍ଡ ଘଟାଯାଉଛି।
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ପରେ ମୁଖ୍ୟ ନିର୍ବାଚନ ଆୟୋଗ ଆଦିତ୍ୟ ପ୍ରସାଦ ପାଢୀଙ୍କ ସାମ୍ବାଦିକ ସମ୍ମିଳନୀ। ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ନେଇ ସେ କହିଛନ୍ତି ଯେ ଯାଜପୁରର ୭, ପୁରୀର ୫, ଢେଙ୍କାନାଳର ୩ ବୁଥ୍ରେ ଭୋଟ୍ ବାଧାପ୍ରାପ୍ତ ହୋଇଛି। ଏନେଇ ଜିଲ୍ଲାପାଳମାନଙ୍କୁ ରିପୋର୍ଟ ମଗାଯାଇଥିବା ନିର୍ବାଚନ କମିଶନର କହି
ଦର୍ଶକ ବନ୍ଧୁ ଇଏ ହେଉଛି ଆମ ଗଣତନ୍ତ୍ର। ଏଠି ଏମିତି ଚାଲିଛି ଅବାଧ ଓ ନିରପେକ୍ଷ ମତଦାନ। ପୋଲିସ ବାବୁ ବନ୍ଧୁକ ଧରି ଛିଡ଼ା ହୋଇଛନ୍ତି ସତ, ହେଲେ ନିର୍ଦ୍ଦିଷ୍ଟ ଦଳର ଲୋକ ନାଲି ଆଖି ଦେଖାଇ ଭୋଟ୍
ପୁରୀ ଜିଲ୍ଲା କୃଷ୍ଣପ୍ରସାଦରେ ନିର୍ବାଚନୀ ହିଂସା। ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରବଳ ବାଡ଼ିଆପିଟା। ଏ ଦୃଶ୍ୟ ହେଉଛି ଅଲଣ୍ଡା ପଞ୍ଚାୟତର ୪ନମ୍ବର ବୁଥ୍ ର। ଏଥିରେ ୩୦ରୁ ଅଧିକ ଆହତ ହୋଇଥିବା ଜଣାପଡ଼ିଛି
ପୁରୀ କଣାସ ବ୍ଲକର ବଡାଲ ପଞ୍ଚାୟତରେ ଆକ୍ରମଣ । ମତଦାନ ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କୁ ମାଡ଼ ଅଭିଯୋଗ । ଦୁର୍ବୃତ୍ତ ମାନେ ସାମ୍ବାଦିକ ସୁମନ୍ତ ସୁନ୍ଦରାୟ ଓ ସାଙ୍ଗରେ ଥିବା କ୍ୟାମେରାମ୍ୟାନ ଚିତନ ସ୍ୱାଇଁଙ୍କୁ ଆକ୍ରମଣ କରିଥିଲେ । ସେହିପରି ଆଉ ଏକ ବୈଦ୍ୟୁତିକ ଗଣମାଧ୍ୟମର ରିପୋର୍ଟର ସରୋଜ ମଲ୍ଲିକ ଓ କ୍ୟାମେରାମ୍ୟାନ ରବି ତ୍ରିପାଠୀଙ୍କୁ ମଧ୍ୟ ଆକ୍ରମଣ କରାଯାଇଛି ।
ବ୍ରହ୍ମଗିରିରେ ବୁଥ୍ ଭିତରୁ ବାଲାଟ ବକ୍ସ ଉଠାଇନେଇ ପଳାଇଲେ ଦୁର୍ବୃତ୍ତ । ଏଭଳି କିଛି ଦୃଶ୍ୟ ବ୍ରହ୍ମପୁରର ଚାପମାଣିକ ପଞ୍ଚାୟତ କାଶିଝରିଆ ଗାଁରେ ଦେଖିବାକୁ ମିଳିଛି । ଗାଁର ୯ ନମ୍ବର ବୁଥରୁ ବାଲାଟ୍ ବକ୍ସ ଉଠାଇନେଲେ ଦୁର୍ବୃତ୍ତ । କିଛି ଦୁର୍ବୃତ୍ତ ବାଲାଟ ବକ୍ସ ଉଠାଇ ନେଇଥବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି
ପ୍ରଥମ ପର୍ଯ୍ୟାୟରେ ୨ଶହ ଜିଲ୍ଲା ପରିଷଦ ଜୋନ ଅଧିନରେ ଆସୁଥିବା ୧ ହଜାର ୬ ଶହ ୬୯ ସରପଞ୍ଚ ଓ ସମାନ ସଂଖ୍ୟକ ସମିତି ସଭ୍ୟ ପଦ ପାଇଁ ଭୋଟ୍ ଗ୍ରହଣ ହୋଇଛି ।
ଏହି ଦୋକାନରେ ପ୍ରାର୍ଥୀ ମାନଙ୍କ କହିବା ଅନୁଯାୟୀ ଦୋକାନୀ ଭୋଟର ମାନଙ୍କୁ ଚା ଓ ଜଳଖିଆ ଦିଆଯାଉଛି । ଭୋଟର ମାନେ ମଧ୍ୟ ମାଗଣା ଚା ଜଳଖିଆ ଖାଇ ବେଶ ଖୁସି ଥିବାର ଦେଖିବାକୁ ମିଳିଛି ।
ଦୁର୍ବୃତ୍ତ ମାନେ ସାମ୍ବାଦିକ ସୁମନ୍ତ ସୁନ୍ଦରାୟ ଓ ସାଙ୍ଗରେ ଥିବା କ୍ୟାମେରାମ୍ୟାନ ଚିତନ ସ୍ୱାଇଁଙ୍କୁ ଆକ୍ରମଣ କରିଥିଲେ । ସେହିପରି ଆଉ ଏକ ବୈଦ୍ୟୁତିକ ଗଣମାଧ୍ୟମର ରିପୋର୍ଟର ସରୋଜ ମଲ୍ଲିକ ଓ କ୍ୟାମେରାମ୍ୟାନ ରବି ତ୍ରିପାଠୀଙ୍କୁ ମଧ୍ୟ ଆକ୍ରମଣ କରାଯାଇଛି
ବ୍ରହ୍ମଗିରିରେ ବୁଥ୍ ଭିତରୁ ବାଲାଟ ବକ୍ସ ଉଠାଇନେଇ ପଳାଇଲେ ଦୁର୍ବୃତ୍ତ । ଏଭଳି କିଛି ଦୃଶ୍ୟ ବ୍ରହ୍ମପୁରର ଚାପମାଣିକ ପଞ୍ଚାୟତ କାଶିଝରିଆ ଗାଁରେ ଦେଖିବାକୁ ମିଳିଛି ।
ଆଜି ସକାଳୁ ମତଦାନ ଚାଲିଥିବା ବେଳେ ଏକ ରାଜନୈତିକ ଦଳ ଜୋର୍ ଜବରଦସ୍ତ ମତଦାନ କେନ୍ଦ୍ରରେ ପଶିଯାଇଥିଲା । ଭୋଟିଂ ଚାଲିଥିବା ବେଳେ ଏପରି ବଳପୂର୍ବକୁ ବୁଥ୍ ଭିତରକୁ ପଶିବା ପାଇଁ ଲୋକେ ବିରୋଧ କରିଥିଲେ ।
ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଦିନ ୧୧ଟା ସୁଦ୍ଧା ୩୦ ପ୍ରତିଶତରୁ ଅଧିକ ମତଦାନ ହୋଇଛି । ସବୁଠି ଶାନ୍ତିଶୃଙ୍ଖଳା ସହ ଭୋଟଗ୍ରହଣ ଚାଲିଥିବାର ଦେଖିବାକୁ ମିଳିଛି ।
ନିର୍ବାଚନ ପୂର୍ବରୁ ଆଖି ବୁଜିଲେ ସରପଞ୍ଚ ପ୍ରାର୍ଥୀ । ବନ୍ଦ ରହିଲା ମତଦାନ ।
ଆଜି ସକାଳୁ ପୋଲିଂ ଅଧିକାରୀମାନେ ଯିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଗ୍ରାମବାସୀଙ୍କ ପ୍ରବଳ ବିରୋଧ ଯୋଗୁଁ ପଶି ପାରିନଥିଲେ । ପୂର୍ବରୁ ପ୍ରଚାର ପାଇଁ ଆସୁଥିବା ନେତାଙ୍କୁ ମଧ୍ୟ ବିରୋଧ କରିଥିଲେ ଗ୍ରାମବାସୀ
ସମ୍ବଲପୁରର ଠେଲକୁଲି ଘିଚାମୁରା ପଞ୍ଚାୟତ ଦେଉରା ଗାଁ ସରପଞ୍ଚ ପ୍ରାର୍ଥୀଙ୍କ ଘର ଉପରକୁ ଗୁଳିମାଡ଼ । ସରପଞ୍ଚ ପ୍ରାର୍ଥୀ ଲଳିତ କୁମାର ସାହୁଙ୍କ ଦେଉରା ଗାଁସ୍ଥିତ ଘର ଉପରକୁ ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଗୁଳି ଚଳାଇଥିବା ଅଭିଯୋଗ ହୋଇଛି। ଲଳିତଙ୍କ ଘର କବାଟରେ ୨ ଟି ଗୁଳି ଚିହ୍ନ ରହିଥିବା ବେଳେ କେହି ଆହତ ହୋଇ ନଥିବା ଜଣାଯାଇଛି
ଆଜି ବଲାଙ୍ଗିର ଜିଲ୍ଲାର ପାଟଣାଗଡ଼, ବେଲପଡ଼ା ଓ ଖପ୍ରାଖୋଲ ବ୍ଲକରେ ମତଦାନ ଅନୁଷ୍ଠିତ ହେଉଛି । ଏହାର ଠିକ୍ ପୂର୍ବରୁ ଗତ ରାତିରେ ଶାସକ ଦଳର କର୍ମୀ ଏପରିକି ଖୋଦ୍ ବିଧାୟକଙ୍କ ଭାଇ ପୋଲିସ ଗାଡିରେ ଟଙ୍କା ବାଣ୍ଟିବା ଭିଡିଓ ଭାଇରାଲ ହୋଇଛି ।