• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଜନୀତିର ସାପ-ଶିଡ଼ି ଖେଳରେ ସବୁ ଅସମ୍ଭବ ହୋଇଯାଉଛି ସମ୍ଭବ । ରାଜନୀତି ପାଇଁ ରକ୍ତସମ୍ପର୍କ ମଧ୍ୟ ବାଜିରେ ଲାଗିଛି । ପଞ୍ଚାୟତ ନିର୍ବାଚନର ଚୂଡାନ୍ତ ତାଲିକା ପ୍ରକାଶ ପାଇବା ପରେ ପ୍ରଚାରକ ମୈଦାନକୁ ଓହ୍ଲାଇଛନ୍ତି ପ୍ରାର୍ଥୀ । ସାରା ରାଜ୍ୟରେ କେଉଁଠି ବାପ ପୁଅ , ଭାଇ ଭଉଣୀ , ସ୍ୱାମୀ ସ୍ତ୍ରୀ, ଭାଇଭାଇ ମଧ୍ୟାରେ ନିର୍ବାଚନ ଲଢେଇ ଚାଲିଥିବା ବେଳେ ଚିଲିକା ବ୍ଲକ ଡୁଙ୍ଗମାଳ ସିଟି ପଞ୍ଚାୟତରେ ମଧ୍ୟ ଦୁଇଭାଇଙ୍କୁ ମଧ୍ୟରେ ଦେଖିବାକୁ ମିଳିଛି ନିର୍ବାଚନ ଲଢେଇ । ଉଭୟେ ସରପଞ୍ଚ ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇ ଅରମ୍ଭ କରିଲେଣି ଭୋଟଭିକ୍ଷା ।

ଚିଲିକା ନିର୍ବାଚନ ମଂଡଳୀ ଚିଲିକା ବ୍ଲକର ଡୁଙ୍ଗମାଳ ପଞ୍ଚାୟତରେ ଦୁଇଭାଇ ଓହ୍ଲାଇଛନ୍ତି ନିର୍ବାଚନ ରଣାଙ୍ଗନକୁ । ଦୁଇଜଣଙ୍କ ମଧ୍ୟରେ ଆରମ୍ଭ ହୋଇଛି ଜୋରଦାର ଫାଇଟ୍ । ଉଭୟେ ସରପଞ୍ଚ ପ୍ରାର୍ଥୀ ପାଇଁ ଦୁଆର ଦୁଆର ବୁଲି ଭୋଟ ହାତେଇବାକୁ ଆରମ୍ଭ କରିସାରିଲେଣି କସରତ । ଭୋଟରଙ୍କ ପାଦ ଛୁଇଁ , ମୁଣ୍ଡିଆ ମାରିବା ଭଳି କୌଶଳ ଆପଣେଇଛନ୍ତି ସେମାନେ । ନିଜନିଜର ରଣକୌଶଳ କରି ଜିତିବା ଲକ୍ଷେରେ ଦୁଇଭାଇ । ଦୁଇଭାଇଙ୍କର ଏପରି ରାଜନୀତିର ଲଢେଇକୁ କିନ୍ତୁ ସେମାନଙ୍କର ବାପା ପସନ୍ଦ କରିନାହିାନ୍ତି । ମୋ ବାପା କି ମୁଁ ଆମେ ରାଜନୀତି କଣ ଜାଣିନଥିଲୁ କିନ୍ତୁ ପୁଅମାନେ ରାଜନୀତି କୂଟନିତୀରେ ପଶିଲେ କିଛି ଭଲଲାଗୁନି । ଯାହା କରୁଛନ୍ତି କରନ୍ତୁ, କିନ୍ତୁ ଭଲରେ ରୁହନ୍ତୁ । ଯାହା ହେଲେବି ସେମାନେ ପୁଅ ଯିଏ ଜିତିଲେ ବି ପୁଅ ବୋଲି ସେ କହିଛନ୍ତି ।

ଏପଟେ ରାଜନୀତି ରାଜନିତୀ ବାଟରେ ସମ୍ପର୍କ ସମ୍ପର୍କ ବାଟରେ । ବାହାରେ ରାଜନୀତି ଘରେ ସମ୍ପର୍କ । ରାଜନୀତି ପାଇଁ ସମ୍ପର୍କ ଖରାପ ହେବନାହିଁ ବୋଲି କହିଛନ୍ତି ପ୍ରାର୍ଥୀ । ନିଜ ନିଜ ନେତାମାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଲୋକଙ୍କର ସେବା କରିବା ଉଦ୍ଦେଶ୍ୟ ନେଇ ଆସିଛନ୍ତି ରାଜନୀତି ମୈଦାନକୁ ବୋଲି କହିଛନ୍ତି ସେମାନେ ।

ବାଲୁଗାଁରୁ ଶକ୍ତି ପ୍ରସାଦ ମହାପାତ୍ରଙ୍କ ରିପୋର୍ଟ