• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନିର୍ବାଚନ ପ୍ରଚାର ବେଳେ ମାତିଛନ୍ତି ଚୋର । ଆଖି ପିଛୁଳାକେ ମାରି ନେଇଯାଉଛନ୍ତି ମୋବାଇଲ୍ । ଟିକିଏ ଅସାବଧାନ କିମ୍ବା ଅନ୍ୟମନସ୍କ ହେଲେ ଖାଲି ହୋଇଯାଉଛି ପକେଟ୍ ।  ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉତ୍ତରପ୍ରଦେଶର  ଶାହାଜାହାନପୁର ଗସ୍ତରେ ଯାଇଥିଲେ । ସଦର ବଜାରର କଟିଆ ଟୋଲା ଅଞ୍ଚଳରେ ଜେପି ନଡ୍ଡା ଘର ଘର ଯାଇ ନିର୍ବାଚନ ପ୍ରଚାର କରିଥିଲେ । ନିର୍ବାଚନ ପାଇଁ ପ୍ରଚାର ଜୋରସୋରରେ ଚାଲିଥିବା ବେଳେ ସବୁ ଦଳର ନେତାମନ୍ତ୍ରୀ ଜୋରସୋରରେ କ୍ୟାମ୍ପେନ୍ ଚଳାଇଛନ୍ତି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଜେପି ନଡ୍ଡାଙ୍କ ଏହି ଅଭିଯାନ ବେଳେ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । କ୍ୟାମ୍ପେନ୍ ସମୟରେ ଦେଖ ଡଜନରୁ ଅଧିକ ଦାମୀ ମୋବାଇଲ୍ ଫୋନ୍ ଚୋରି ହୋଇଯାଇଛି ।

ପ୍ରଚାର ଜୋରସୋରରେ ଚାଲିଥିବା ବେଳେ ଚୋର ଚତୁରତାର ସହ ଚୋରି କରି ପଳାଇଛନ୍ତି । ସମସ୍ତଙ୍କ ନଜର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଉପରେ ଥିଲା ବେଳେ ଲୋକଙ୍କ ପକେଟ୍ ଉପରେ ଥିଲା ଚୋରଙ୍କ ନଜର । ପ୍ରଚାର ସମୟରେ ଭିଡ଼ର ସୁଯୋଗ ଉଠାଇ ଦାମୀ ଫୋନ୍ ଚୋରି କରିଛନ୍ତି ଚୋର ଗ୍ୟାଙ୍ଗ । ହେଲେ ପ୍ରଚାରରେ ମସଗୁଲ ଥିବା ଲୋକେ ସେହି ସମୟରେ କିଛି ଜାଣିପାରି ନଥିଲେ । ଜେପି ନଡ୍ଡାଙ୍କ ପ୍ରଚାର ଶେଷ ହେବା ପରେ ସେମାନଙ୍କ ଚେତା ପଶିଥିଲା । ପକେଟ୍ ଅଣ୍ଡାଳିଲା ବେଳକୁ ଅନେକ ପକେଟରେ ନଥିଲା ଆଉ ମୋବାଇଲ୍ ଫୋନ୍ ।

ମୋବାଇଲ ଚୋରି ହୋଇଥିବା ଜାଣିବା ପରେ ସେମାନେ ପୋଲିସକୁ ସୂଚନା ଦେଇଥିଲେ । ତେବେ ଏତେ ସଂଖ୍ୟକ ଲୋକଙ୍କ ମୋବାଇଲ ଚୋରି ହୋଇଗଲା ପରେ ପୋଲିସ୍ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲା । ବିଜେପିର ଜଣେ ବଡ ନେତାଙ୍କ କାର୍ଯ୍ୟକ୍ରମରେ ଏପରି ଘଟଣା ଘଟିବା ଆଶ୍ଚର୍ଯ୍ୟକର ବିଷୟ । ତେବେ ଏହି ଘଟଣାକୁ ଗମ୍ଭୀରତାର ସହ ଗ୍ରହଣ କରି ଶାହାଜାହାନପୁର ପୋଲିସ ଅଧୀକ୍ଷକ ଏସ ଆନନ୍ଦ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଛନ୍ତି । ଚୋରି ହୋଇଥିବା ମୋବାଇଲ୍ ଫୋନ୍ ଉଦ୍ଧାର ପାଇଁ ଟିମ୍‌ କାମରେ ଲାଗିସାରିଛି । ଏଥିସହିତ ପୋଲିସ ଅଧୀକ୍ଷକ କହିଛନ୍ତି ଯେ ଏହି ପୂରା ଘଟଣା ପଛରେ ଏକ ବଡ ଗ୍ୟାଙ୍ଗ ଥାଇପାରେ । ତଦନ୍ତ ଆରମ୍ଭ ହୋଇସାରିଛି ଏବଂ ଖୁବ ଶୀଘ୍ର ଚୋର ଧରାପଡ଼ିଯିବେ ବୋଲି ସେ କହିଛନ୍‌ ।