• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

୫ ବର୍ଷ ବିତିଯାଇଛି, ପୁଣି ଆସିଛି ପଚାଂୟତ ନିର୍ବାଚନ । ହେଲେ ଏଥର ହୁସିଆର ଅଛନ୍ତି ଜନତା । ଆଖି ବନ୍ଦ କରି ଦେବେ ନାହିଁ ଭୋଟ । କିମ୍ବା ମାଳମାଳ ଆଶ୍ୱାସନାରେ ପଡ଼ି ଆଉ ଭୋଟ ନେଟ କରିବେନି ବୋଲି କହିଛନ୍ତି ଜନତା । ପ୍ରାର୍ଥୀ ଆସିଲେ ପ୍ରଥମେ ପ୍ରଶ୍ନ କରୁଛନ୍ତି, ‘କୁହ ୫ ବର୍ଷରେ ଆମ ପାଇଁ କଣ କରିଛ ? ଯାହା ଆଶା ଦେଖାଇଥିଲ ତାହା ପୂରଣ କରିଛ କି ? ଏଭଳି କିଛି ସିଧାସଳଖ ପ୍ରଶ୍ନ କରି ଭୋଟ୍ ମାଗିବାକୁ ଆସିଥିବା ନେତାଙ୍କୁ ଘାଇଲା କରୁଛନ୍ତି ମହିଳା । ସୁନ୍ଦରଗଡ ଜିଲ୍ଲା ବାଲିଶଙ୍କରା ବ୍ଲକ ରାମପୁର ପଚାୟତର ଖମପୁର ଗାଁରେ ମହିଳା ଭୋଟରମାନ ଏଭଳି କିଛି ପ୍ରଶ୍ନ କରି ଏବେ ଚର୍ଚ୍ଚାକୁ ଆସିଛନ୍ତି ।

ସେପଟେ ଯାଜପୁର ଜିଲ୍ଲା ବଡଚଣା ବ୍ଲକ ସୁଙ୍ଗୁଡା ପଂଚାୟତ ନୂଆସୁଙ୍ଗୁଡ଼ା ଗ୍ରାମକୁ ରାଜସ୍ୱ ଗ୍ରାମ ମାନ୍ୟତା ଦାବିରେ ଗ୍ରାମବାସୀ ଭୋଟ ବର୍ଜନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ସ୍ୱାଧିନତାର ୭୪ ବର୍ଷ ପରେ ମଧ୍ୟ ନୁଆସୁଙ୍ଗୁଡା ଗ୍ରାମକୁ ରାଜସ୍ୱ ଗ୍ରାମର ମାନ୍ୟତା ମିଳିନି । ଗ୍ରାମରେ ଶହେରୁ ଅଧିକ ପରିବାର ରହିଥିବା ବେଳେ ୧୧ ଶହ ଭୋଟର ରହିଛନ୍ତି । ସ୍ୱାଧିନତା ପରେ ଏହି ଗ୍ରାମ ଏକ ପଡା ଗ୍ରାମ ଭାବେ ରହିଥିବା ବେଳେ ଏହାକୁ ରାଜସ୍ୱ ଗ୍ରାମର ମାନ୍ୟତା ପାଇଁ ଗ୍ରାମବାସୀ ବହୁ ଚେଷ୍ଟା କରି ବିଫଳ ହୋଇଛନ୍ତି । ରାଜସ୍ୱ ଗ୍ରାମର ମାନ୍ୟତା ନମିଳିବା ଫଳରେ ଗ୍ରାମବାସୀଙ୍କୁ ନାନାଦି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି । ତେଣୁ ଏହାର ପ୍ରତିବାଦରେ ଚଳିତ ତ୍ରିସ୍ତରୀୟ ନିର୍ବାଚନକୁ ଗ୍ରାମବାସୀ ବର୍ଜନ କରିବେ ବୋଲି ନିଷ୍ପତି ନେଇଛନ୍ତି ।

ସେହିଭଳି ଆଉ ଏକ ଘଟଣା ହେଉଛି, ରୋଡ୍ ନାହିଁ ତ ଭୋଟ ନାହିଁ । ଏଭଳି ନାରା ଦେଇ ନେତାଙ୍କୁ ଗାଁରେ ପୂରାଇ ଦେଉ ନାହାଁନ୍ତି ଲୋକେ । ଗଜପତି ଜିଲ୍ଲା ମୋହନା ବ୍ଲକ ଶିକୁଳିପଦର ପଂଚାୟତ ବାଦପୁରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଗାଁରେ ରାସ୍ତା ସମେତ ପାନୀୟ ଜଳ ସମସ୍ୟା ରହିଛି । ତା ବାଦ୍ ଅଙ୍ଗନୱାଡି ଗୃହ ନିର୍ମାଣ ସରିବାର ନାଁ ଧରୁନି । ଏହି ସମସ୍ୟା ନେଇ ଗ୍ରାମବାସୀ ସରପଞ୍ଚଙ୍କଠାରୁ ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନଙ୍କ ଠାରେ ଗୁହାରୀ କଲେ ବି କେହି ଶୁଣୁନଥିବା ଅଭିଯୋଗ ହୋଇଛି । ତେଣୁ ବାଦପୁର ବାସିନ୍ଦା ଚଳିତ ପଂଚାୟତ ନିର୍ବାଚନରେ ଭୋଟ ବର୍ଜନ କରବେ ବୋଲି କହିଛନ୍ତି ।