Advertisment

ସ୍ୱାଧୀନ ପ୍ରାର୍ଥୀଙ୍କ ପାଇଁ ଟେନସନ୍‌ରେ ସବୁ ଦଳର ପ୍ରାର୍ଥୀ

ବିଜେଡି ଶାସନରେ ଥିବାରୁ ଦଳରେ ଅଧିକ ଆଶାୟୀ, ତେଣୁ ବିଜେଡିରେ ବିଦ୍ରୋହୀ ପ୍ରାର୍ଥୀ ଅଧିକ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

author-image
Chandan Shishu
Odisha Panchayat Election

Odisha Panchayat Election

ଭୁବନେଶ୍ୱର: ସ୍ୱାଧୀନ  ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ନେଇ ବଢୁଛି ଅଡୁଆ। ଟେନସନ୍‌ରେ ସବୁ ଦଳ ହେଲେ ବେଶି ମୁଣ୍ଡବ୍ୟଥା ବିଜେଡିରେ। ଏଥର ୮୫୨ ଜିଲ୍ଲା ପରିଷଦ ଜୋନ୍‌ରେ ହେଉଛି ନିର୍ବାଚନ। ସ୍ୱାଧୀନ ଭାବେ ୨୯୮ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ଯାହାକି ବିଜେଡି ପାଇଁ ସମସ୍ୟା ହୋଇପାରେ। ନଜର ପକାନ୍ତୁ କିଛି ଜିଲ୍ଲା ପରିଷଦ ଜୋନ୍ ଉପରେ। ନବରଙ୍ଗପୁର ନନ୍ଦାହାଣ୍ଡି ବ୍ଲକ୍ ଜିଲ୍ଲା ପରିଷଦ ଜୋନ୍-୧ରୁ ଆଶାୟୀ ଥିଲେ ଜିଲ୍ଲା ବିଜେଡି ଉପସଭାପତି ଦିବ୍ୟଦାନ ସୁନା। ହେଲେ ଦଳ ତାଙ୍କୁ ଟିକଟ୍ ନଦେବା ପରେ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇଛନ୍ତି।

Advertisment

ସେହିଭଳି ରାୟଗଡ଼ା କାଶୀପୁର ବ୍ଲକ୍‌ର ୩ଟି ଜିଲ୍ଲା ପରିଷଦ ଜୋନ୍‌ରେ ବିଜେଡିର ୩ ଅସନ୍ତୁଷ୍ଟ ନେତା ସ୍ୱାଧୀନ ଭାବେ ନିର୍ବାଚନ ଲଢୁଛନ୍ତି। କେବଳ ଏ ଦୁଇ ଜିଲ୍ଲା ନୁହେଁ ମାଲକାନଗିରି ଜିଲ୍ଲାରେ ବି ସମାନ ସ୍ଥିତି। ଏଠାକାର ୩ ନମ୍ବର ଜୋନ୍‌ରୁ ପ୍ରାର୍ଥୀ ହେବା ପାଇଁ ଆଶାୟୀ ଥିଲେ ବାଲେଙ୍କି ଗୋପାଳ। ସେ ପୂର୍ବରୁ ମାଲକାନଗିରି ବ୍ଲକର ଉପାଧ୍ୟକ୍ଷ ଥିଲେ। ତାଙ୍କୁ ଟିକଟ ଦେବାକୁ ପ୍ରତିଶ୍ରୁତି ଦିଆଯାଇଥିଲା। ହେଲେ ଶେଷ ମୁହୂର୍ତ୍ତରେ ଟିକେଟ ନମିଳିବା ପରେ ସେ
ସ୍ୱାଧୀନ ଭାବେ ନିର୍ବାଚନକୁ ଓହ୍ଲାଇଛନ୍ତି। କେବଳ ବିଜେଡି ନୁହେଁ, ବିଜେପିର ମଧ୍ୟ କିଛ କିଛି ଅସନ୍ତୋଷ ରହିଛି। ସୁନ୍ଦରଗଡ଼ ବିଶ୍ରା କ ଜୋନ୍‌ରୁ ବିଜେପିର ଭୁବନେଶ୍ୱର ଦ୍ୱିବେଦୀଙ୍କୁ ଟିକଟ ନମିଳିବା ପରେ ସେ  ସେ ସ୍ୱାଧୀନ ପ୍ରାର୍ଥୀ ହୋଇଛନ୍ତି। 

ବିଜେଡି ଶାସନରେ ଥିବାରୁ ଦଳରେ ଅଧିକ ଆଶାୟୀ, ତେଣୁ ବିଜେଡିରେ ବିଦ୍ରୋହୀ ପ୍ରାର୍ଥୀ ଅଧିକ ବୋଲି କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ କହିଛନ୍ତି। କଂଗ୍ରେସ କହିଛି ଅଧିକାଂଶ ସ୍ୱାଧୀନ ପ୍ରାର୍ଥୀ ବିଜେଡି ଓ ବିଜେପିର। ତେବେ ବିଜେଡି ଏହାକୁ ଖଣ୍ଡନ କରିବା ସହ ବିଚାର ବିମର୍ଷ ପରେ ପ୍ରାର୍ଥୀ ଦିଆଯାଇଛି। ଦଳକୁ କୌଣସି ଅଡୁଆ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ବିଜେଡି ସାଂସଦ ସୁବାସ ସିଂ।

Advertisment

ଏହାଭିତରେ ସ୍ୱାଧୀନ ପ୍ରାର୍ଥୀଙ୍କୁ ଚିହ୍ନ ମିଳିବା ପରେ ସେମାନେ ପ୍ରଚାରକୁ ଜୋରଦାର କରିଛନ୍ତି। କିଛି ସ୍ଥାନରେ ବୁଝାସୁଝା ପରେ କେତେକ ପ୍ରାର୍ଥୀ ନିରବ ରହୁଥିବା ଦେଖିବାକୁ ମିଳିଛି। ଦେଖିବା କଥା ନିର୍ବାଚନ ଫଳ ଉପରେ ଏମାନଙ୍କ ପ୍ରଭାବ କଣ ରହୁଛି।

ରିପୋର୍ଟ: ପଓ୍ୱନ ତିଓ୍ୱାରୀ, ମାଉଡ଼ି ବାରିକ, ଜିତେନ୍ଦ୍ର ବେଉରିଆ, ନବଘନ ବିଷୋୟୀ, ଜଗଦୀଶ ଦାସ ଓ ହରିହର ଚାନ୍ଦ

Odisha Panchayat Election Political Leader
Advertisment
Advertisment