Advertisment

“ଗରିବଙ୍କୁ ଘର ଦେବାକୁ ଏ ସରକାର ୨୦ ହଜାର ନେଉଛି”

ପ୍ରେସମିଟ୍‌ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ପୁରନ୍ଦେଶ୍ୱରୀ। କହିଲେ, ଓଡ଼ିଆ ଚାହାଁନ୍ତି ପରିବର୍ତ୍ତନ

author-image
Sarbeswar
Daggubati Purandeswari

Daggubati Purandeswari

ପଞ୍ଚାୟତ ନିର୍ବାଚନ ନେଇ ପ୍ରେସମିଟ୍ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିଜେପି ପ୍ରଭାରୀ ପୁରନ୍ଦେଶ୍ୱରୀ। କହିଲେ, ଏଠିକା ମାହୋଲ ଯାହା ଓଡ଼ିଶାବାସୀ ପରିବର୍ତ୍ତନ ଚାହୁଁଛନ୍ତି।କେବଳ ଏତିକି ନୁହେଁ ବରଂ ୨୨ ବର୍ଷର ଶାସନରୁ ଓଡ଼ିଶାବାସୀ ମୁକ୍ତି ପାଇବାକୁ ଚାହୁଁଛନ୍ତ ବୋଲି ପୁରନ୍ଦେଶ୍ୱରୀ କହିଛନ୍ତି। ଲୋକ ଜାଣିଲେଣି କେଉଁ ଦଳ ଲୋକଙ୍କ ହିତ ପାଇଁ କାମ କରୁଛି ଆଉ କୋଉ ଦଳ କାମ କରୁନି। ରାଜ୍ୟରେ ୩୦% ଲୋକ ଗରିବ, ୧୪% ଲୋକଙ୍କ ମୁଣ୍ଡ ଉପରେ ଛାତ ନାହିଁ। ଗରିବଙ୍କୁ ଘର ଦେବାକୁ ସରକାରୀ ଅଧିକାରୀ ୨୦ ହଜାର ଲାଞ୍ଚ ନେଉଛନ୍ତି। ସ୍ୱଚ୍ଛ ଭାରତ ଅଭିଯାନରେ ପାଇଖାନା ଦେବାକୁ ୨ ହଜାର ଲାଞ୍ଚ ନେଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

Advertisment

ପୁରୁଣା ପାଇଖାନାରେ ରଙ୍ଗ ମାରି ବେନାମୀ ଭାବେ ଟଙ୍କା ଉଠାଇ ନିଆଯାଉଥିବା ଭଳି ସେ ସଙ୍ଗୀନ ଅଭିଯୋଗ ମଧ୍ୟ କରିଛନ୍ତି। ରାଜ୍ୟରେ ଯାହା ଉନ୍ନତିମୂଳକ କାର୍ଯ୍ୟ ହେଉଛି, ସେଥିରେ କେନ୍ଦ୍ରର ଅବଦାନ ବେଶି ବୋଲି କହିବା ସହ ଚାଷୀଙ୍କୁ କେନ୍ଦ୍ର ୧୦ଟି ପିଏମ୍ କିଷାନ କିସ୍ତି ଦେଲାଣି, ରାଜ୍ୟର କାଳିଆ କିସ୍ତି କେତେ ଦେଇଛି ବୋଲି ସେ ପ୍ରଶ୍ନ କରିଛନ୍ତି। ସଂରକ୍ଷଣ ନାଁରେ ରାଜ୍ୟ ଓବିସିଙ୍କ ଭାବନା ସହ ଖେଳିଛନ୍ତି ବୋଲି ପୁରନ୍ଦେଶ୍ୱରୀ କହିଛନ୍ତି। କେବଳ ନିର୍ବାଚନ ନୁହେଁ, ଶିକ୍ଷା କ୍ଷେତ୍ରରେ ବି ଓବିସିଙ୍କୁ ଅବହେଳା କରାଯାଇଛି କହିବା ସହ ଓଡ଼ିଶାର ଭୋଟରମାନେ ଏହାର ଜବାବ ଦେବେ ବୋଲି ପୁରନ୍ଦେଶ୍ୱରୀ କହିଛନ୍ତି।

BJP Odisha Panchayat Elections
Advertisment
Advertisment