Advertisment

ପଂଚାୟତ ନିର୍ବାଚନ: ମଇଦାନରେ ଅଧିକାଂଶ ରାଜନେତାଙ୍କ ପରିବାରର ସଦସ୍ୟ

ଏବେ ପରିବାର ରାଜନୀତିରେ ଅଧିକ ବିଶ୍ୱାସ ରଖୁଛନ୍ତି କି ରାଜନେତା?

author-image
Sarbeswar
Politics

Politics

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ମଇଦାନକୁ ଓହ୍ଲାଇଛନ୍ତି ଜଣେ ବିଧାୟକଙ୍କ ପତ୍ନୀ। ସେ ଜିଲ୍ଲା ପରିଷଦ ସଭ୍ୟ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ତାଙ୍କ ନାଁ ଚମ୍ପା ଟୁଡୁ। ତାଙ୍କ ସ୍ୱାମୀଙ୍କ ନାଁ ହେଉଛି ବୁଢ଼ାନ ମୁର୍ମୁ ଯିଏ କି ମୟୁରଭଞ୍ଜ ଜିଲ୍ଲାର ସାରସକଣା ନିର୍ବାଚନ ମଣ୍ଡଳୀର ବିଧାୟକ। ଚମ୍ପା ଟୁଡୁ ମୟୁରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକର ୯ନମ୍ବର ଜୋନରୁ ଜିଲ୍ଲା ପରିଷଦ ସଦସ୍ୟ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବିଧାୟକଙ୍କ ଧର୍ମପତ୍ନୀ ଜିଲ୍ଲା ପରିଷଦ ସଭ୍ୟ ଭାବେ ଛିଡ଼ା ହୋଇଥିବାରୁ ଏହା ଏବେ ସ୍ଥାନୀୟ ଅଞ୍ଚଳରେ ଆଲୋଚନାର ବିଷୟ ହୋଇଛି। ଚମ୍ପା ଟୁଡୁ ମୟୁରଭଞ୍ଜ ଜିଲ୍ଲା କୁଳିଅଣା ମାରଙ୍ଗତାଣ୍ଡି ଗାଁର ଝିଅ। ସେ ସ୍ଥାନୀୟ ଅଞ୍ଚଳରେ ମିସି ଦିଦି ଭାବେ ବେଶ ଲୋକପ୍ରିୟ।

Advertisment

ବାରିପଦାର ବାଇଗଣ ବାଡ଼ିଆସ୍ଥିତ ବାବାବଳିଆ ମହାବିଦ୍ୟାଳୟରୁ ଯୁକ୍ତ ଦୁଇରେ ଉତ୍ତୀର୍ଣ୍ଣ ହେବା ପରେ ବାରିପଦା ସ୍ଥିତ ଶ୍ରୀମା ମହିଳା ମହାବିଦ୍ୟାଳୟରେ ଯୁକ୍ତ ତିନିରେ ଅଧ୍ୟୟନ କରୁଥିବା ବେଳେ ବିଧାୟକ ଡ଼ଃ ବୁଢ଼ାନ ମୁର୍ମୁଙ୍କ ସହ ବିବାହ ହୋଇଥିଲା। ମିସି ଦିଦି ୧୦ବର୍ଷରୁ ଉର୍ଦ୍ଧ୍ୱ ହେବ ଜନସେବାରେ ପ୍ରତ୍ୟକ୍ଷ ଭାବେ ଜଡ଼ିତ ରହିଛନ୍ତି। ଚମ୍ପା ଟୁଡୁ କହନ୍ତି, ନିଜ ଜନ୍ମ ମାଟିରେ ଲୋକେ ଚାହିଁଲେ ସେଥିପାଇଁ ସେ ନିଜ ସ୍ୱାମୀଙ୍କ ରାଜନୈତିକ କ୍ଷେତ୍ରକୁ ଛାଡି ନିଜ ଜନ୍ମ ମାଟିରେ ଲୋକଙ୍କ ସେବା କରିବା ପାଇଁ ନିର୍ବାଚନ ପ୍ରକ୍ରିୟାରେ ପାଦ ଦେଇଛନ୍ତି ବୋଲି କହିଛନ୍ତି।

ତେବେ ସ୍ୱାମୀ ବିଧାୟକ ଥିବା ବେଳେ ସେ ମଧ୍ୟ ଲୋକ ସେବାରେ କରିବା ପାଇଁ ସ୍ୱାମୀଙ୍କ ମାର୍ଗରେ ଚାଲିବା ପାଇଁ ମନସ୍ଥ କରିଛନ୍ତି।

Advertisment

ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ନିର୍ବାଚନ ମଣ୍ଡଳୀ ୨୩ ନଂ ଜୋନ୍ ରୁ ଜିଲା ପରିଷଦ ପ୍ରାର୍ଥୀ ଭାବେ ପୂର୍ବତନ ମନ୍ତ୍ରୀ ଗୋଲକ ବିହାରୀ ନାୟକଙ୍କ ସ୍ତ୍ରୀ ସୁବାସିନୀ ନାୟକ ମଧ୍ୟ ଚଳିତ ନିର୍ବାଚନରେ ଓହ୍ଲାଇଛନ୍ତି ।ଗୋଳକ ୨୦୦୪ ନିର୍ବାଚନରେ ଭାଜପା ଓ ବିଜେଡି ମେଣ୍ଟ ସରକାରରେ ମନ୍ତ୍ରୀ ହୋଇଥିଲେ ।ଏବେ ସେ ଅସୁସ୍ଥ । ତାଙ୍କ ସ୍ତ୍ରୀ ସୁବାସୀନି ଜଣେ ସ୍କୁଲ ଶିକ୍ଷୟିତ୍ରୀ । ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇ ସେ ଏବେ ରାଜନୈତିକ ମଇଦାନରେ । ନିଜର ସମର୍ଥକ ଏବଂ କର୍ମୀମାନଙ୍କୁ ଧରି ଏ ଘରରୁ ସେ ଘର ଯାଉ ଭୋଟ ମାଗୁଛନ୍ତି।

ସେହିପରି ମୟୁରଭଞ୍ଜ ଜିଲ୍ଲାର ବହଳଦା ୨୬ ନଂ ଜିଲ୍ଲାପରିଷଦ ପ୍ରାର୍ଥୀ ସୂର୍ଯ୍ୟମଣି ହାଁସଦା । ଖୁବ୍ କମ ବୟସରେ ରେ ଏବେ ପଞ୍ଚାୟତ ନିର୍ବାଚନ ମଇଦାନରେ ।ସେ ହେଉଛନ୍ତି ପୂର୍ବତନ ବିଜେଡି ବିଧାୟକ ସାଇବା ସୁସିଲ ହାଁସଦାଙ୍କ ନିଜ ଝିଆରୀ । ପୂର୍ବତନ ବିଧାୟକ ସାଇବା ନିଜେ ଝିଆରିକୁ ଧରି ଡୋର କୁ ଡୋର ବୁଲି ଭୋଟ ମାଗୁଛନ୍ତି ।ନିଜ ସମର୍ଥକ ଓ କର୍ମ ମଧ୍ୟ ବେଶ ଉତ୍ସାହିତ ।ନିଜ ନିର୍ବାଚନ ମଣ୍ଡଳୀରେ ପିଇବା ପାଣି ଗମନାଗମନ ପାଇଁ ଭଲ ରାସ୍ତାର ଘୋର ଅଭାବ ,ଏହାକୁ ସୁଧାରିବାକୁ ନିଜ ଏଜେଣ୍ଡା କରି ଏବେ ସେ ନିର୍ବାଚନ ଜିତିବାର ଆଶା ରଖିଛନ୍ତି ।

ମୟୁରଭଞ୍ଜ ଜିଲ୍ଲାର ଚଳିତ ପଞ୍ଚାୟତ ନିର୍ବାଚନରେ ଏହି ପରି ବର୍ତ୍ତମାନର ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ପୁତୁରା ବହୁ , ଏବଂ ଅନେକ ଅନ୍ୟ ବିଧାୟକଙ୍କ ପରିବାର , ଅନେକ ପାରିବାରିକ ସଦସ୍ୟ ଏବେ ନିର୍ବାଚନ ମଇଦାନରେ ।

ପଞ୍ଚାୟତ ନିର୍ବାଚନରେ ନିଜ ନିଜ ସଂପର୍କୀୟ ମାନଙ୍କୁ ନେଇ ନିର୍ବାଚନ ଲଢିବାକୁ ନେଇ ବେଶ ଆଶାୟୀ ରହିଛନ୍ତି ବଡ଼ ବଡ଼ ନେତା , ମନ୍ତ୍ରୀ , ବିଧାୟକ । ଏହି ପରମ୍ପରା ଆଜି ନୂଆ ନୁହେଁ ହେଲେ ଏହାକୁ ବୁଦ୍ଧିଜୀବୀ କହିଛନ୍ତି ଏହା ବିସ୍ତାରବାଦ ରାଜନୀତି।

Odisha Panchayat Elections
Advertisment
Advertisment