/odishatv-khabar/media/post_attachments/uploadimage/library/16_9/16_9_0/IMAGE_1643358741.jpg)
UP Election
ପାଖେଇ ଆସୁଛି ଉତ୍ତରପ୍ରଦେଶ ନିର୍ବାଚନ ତାରିଖ ଆଉ ତା’ସାଙ୍ଗକୁ ଜମୁଛି ପ୍ରଚାର । କରୋନା କଟକଣା ଥିବାରୁ ଏବେ ବଡ଼ ରାଲି ଓ ସଭା ଉପରେ କଟକଣା ଥିବାରୁ ଡୋର୍ ଟୁ ଡୋର୍ କ୍ୟାମ୍ପେନ୍କୁ ବିଶେଷ ଗୁରୁତ୍ୱ ଦେଇଛନ୍ତି ରାଜନୈତିକ ଦଳ । ବିଜେପିର ଷ୍ଟାର୍ ପ୍ରଚାରକ ଏବେ ନିର୍ବାଚନ ପ୍ରଚାର ମୈଦାନରେ ଓହ୍ଲାଇଛନ୍ତି । ଦାଦ୍ରିରେ ଗୃହମନ୍ତ୍ରୀ ଅମିତ୍ ଶାହ, ନୋଏଡ଼ାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିଜନୋରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଚାର କରୁଥିବାର ଦେଖିବାକୁ ମିଳିଛି । ଲୋକଙ୍କ ଘରକୁ ଯାଇ ଦଳ ସପକ୍ଷରେ ଭୋଟ୍ ମାଗିଛନ୍ତି ବିଜେପିର ତୁଙ୍ଗ ନେତା ।
ସେପଟେ ନିର୍ବାଚନ ପ୍ରଚାର ବଢ଼ିବା ସହ ବଢ଼ିଛି ବିଭିନ୍ନ ସାମଗ୍ରୀର ଚାହିଦା । ଭିନ୍ନ ଭିନ୍ନ ରାଜନୈତିକ ଦଳ ନିଜ ଦଳୀୟ ପତାକାଠୁ ଆରମ୍ଭ କରି ମାସ୍କ ଯାଏଁ ପ୍ରସ୍ତୁତ କରିଛନ୍ତି । ଟି-ସାର୍ଟ, ଟୋପି, ଧୋତି, ମଫଲର୍ ଭଳି ଅନେକ ସାମଗ୍ରୀରେ ଏବେ ଦଳୀୟ ଚିହ୍ନର ଝଲକ ଦେଖିବାକୁ ମିଳୁଛି, ହେଲେ ରାଲି ଓ ସଭା ଉପରେ କଟକଣା ଥିବାରୁ ପୂର୍ବ ଥର ଭଳି ଏଥର ନାହିଁ ସେତେଟା ବ୍ୟବସାୟୀ ଦେଖିବାକୁ ମିଳିନି । ଆସନ୍ତା ଫେବୁଆରୀ ୧୦ରୁ ୫ଟି ପର୍ଯ୍ୟାୟରେ ୟୁପିରେ ଆରମ୍ଭ ହେବ ବିଧାନସଭା ନିର୍ବାଚନ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)