/odishatv-khabar/media/post_attachments/uploadimage/library/16_9/16_9_0/IMAGE_1643381967.jpg)
Panchayat Election ON OBC
ପଞ୍ଚାୟତ ନିର୍ବାଚନାରେ ପଛୁଆ ବର୍ଗଙ୍କୁ କେଉଁ ଦଳ ଦେଇଛି କେତେ ଟିକଟ ? ଏହାକୁ ନେଇ ପୁଣି ତେଜିଛି ପଛୁଆ ବର୍ଗ ସଂରକ୍ଷଣ ପଲିଟିକ୍ସ । ବିଜେଡି କହୁଛି ୪୦ ପ୍ରତିଶତ ଆସନରେ ପଛୁଆବର୍ଗ ପ୍ରାର୍ଥୀଙ୍କୁ ଟିକଟ ଦେବାକୁ ଚିଠା ପ୍ରସ୍ତାବ ପାରିତ ହୋଇଥିଲେ ମଧ୍ୟ ଦେଇଛୁ ୪୮ପ୍ରତିଶତ । ବିଜେପି ୫୦ ପ୍ରତିଶତରୁ ଅଧିକ ଆସନରେ ପଛୁଆ ବର୍ଗ ପ୍ରାର୍ଥୀ ଦେଇଥିବା ଦାବି କରିଥିବା ବେଳେ କଂଗ୍ରେସର ଦାବି ଆମେ ଦେଇଛୁ ୫୮ ପ୍ରତିଶତଙ୍କୁ । ଏକରୁ ଆରକ ବଡ଼ ଦାବି କରି ପଛୁଆବର୍ଗଙ୍କ ଭୋଟ ହାତେଇବା ଲାଗି ପ୍ରତିଯୋଗିତା ଚଲେଇଥିବା ବେଳେ ବାସ୍ତବରେ କେତେ ପଛୁଆ ବର୍ଗଙ୍କୁ ଟିକଟ ମିଳିଛି, ତାଲିକା ସାର୍ବଜନୀନ କରିବାକୁ ଦାବି କରିଛନ୍ତି ରାଜନୈତିକ ସମୀକ୍ଷକ ।
କିଏ ହାତେଇବ ପଛୁଆ ବର୍ଗ ଭୋଟ୍, ତିନି ପ୍ରମୁଖ ଦଳ ଭିତରେ ଛକାପଞ୍ଝା । ରାଜନୈତିକ ପଶାପାଲିଲୀରେ ପୁଣି ପ୍ରସଙ୍ଗ ଦଳୀୟ ଭିତ୍ତିରେ ପଛୁଆ ବର୍ଗଙ୍କୁ କିଏ ଦେଇଛି କେତେ ଆସନ । ତାକୁ ନେଇ ଦାବି ଆଉ କାଉଣ୍ଟର ଦାବି । ୪୮ ପ୍ରତିଶତ ଆସନରେ ପଛୁଆବର୍ଗଙ୍କୁ ପ୍ରାର୍ଥୀ କରାଯାଇଥିବା ବିଜେଡି କହିଥିବା ବେଳେ ୫୦ ପ୍ରତିଶତ ଆସନରେ ପଛୁଆ ବର୍ଗଙ୍କୁ ପ୍ରାର୍ଥୀ କରିଥିବା ଦାବି କରିଛି ବିଜେପି ।
ସେହିପରି ୫୮ ପ୍ରତିଶତ ଆସନରେ ପଛୁଆ ବର୍ଗଙ୍କୁ ଠିଆ କରାଇଥିବା କହିଛି କଂଗ୍ରେସ । ତେବେ ସଂରକ୍ଷଣ ନିୟମ ଅନୁସାରେ ଅନୂସଚିତ ଜନଜାତି ପାଇଁ ୨୨.୮୫ ପ୍ରତିଶତ ଏବଂ ଅନୁସୂଚିତଜାତି ପାଇଁ ୧୭.୧୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି । ଯାହାକି ୩ ରାଜନୈତିକ ଦଳର ସାମ୍ଭିଧାନିକ ବାଧ୍ୟକତା ଚଳିତ ଥର ୮୫୨ ଟି ଜିଲ୍ଲା ପରିଷଦ ଜୋନ ମଧ୍ୟରୁ ୪୬୪ଟି ଆସନ ଅଣସଂରକ୍ଷିତ । ତେବେ ରାଜନୈତିକ ଦଳଙ୍କ ଦାବି ଅନୁସାରେ ବିଜେଡି ପ୍ରାୟ ୪୦୬ରୁ ଅଧିକ, ବିଜେପି ୪୨୦ରୁ ଅଧିକ ଏବଂ କଂଗ୍ରେସ ୪୫୦ ଆସନରେ ପଛୁଆ ବର୍ଗଙ୍କୁ ଟିକେଟ ଦେଇଛି ।
ଓବିସି ସଂଖ୍ୟା ଖେଳକୁ ନେଇ କିଏ କହୁଛି ସତ ? କାହାର ଦାବି ଠିକ୍ ? ୨୦୧୧ ଜନଗଣନା ଅନୁସାରେ ରାଜ୍ୟରେ ୨୨.୮୫ ପ୍ରତିଶତ ଅନୁସୂଚୀତ ଜାନଜାତି ଥିବା ବେଳେ ୧୭.୧୩ ପ୍ରତିଶତ ଅନୁସୂଚିତ ଜାତି ରହିଛନ୍ତି । ଯଦିଓ ଓବିସି ସର୍ଭେ ହୋଇନି, ତଥାପି ରାଜନୈତିକ ଦଳଙ୍କ ଦାବି ଅନୁସାରେ ରାଜ୍ୟରେ ଓବିସିଙ୍କ ସଂଖ୍ୟା ପ୍ରାୟ ୫୪ ପ୍ରତିଶତ । ତିନି ଦଳଙ୍କ ଦାବିକୁ ଯଦି ଗ୍ରହଣ କରାଯାଏ ତେବେ ଏସ୍ସି ,ଏସ୍ଟି ଓ ଓବିସିଙ୍କ ପରେ ଅବଶିଷ୍ଟ ମାତ୍ର ୨ରୁ ୧୦ ପ୍ରତିଶତ ଆସନରେ ସାଧାରଣ ବର୍ଗଙ୍କୁ ପ୍ରାର୍ଥୀ କରାଯାଇଛି । ଏହା ସାଧାରଣ ବର୍ଗଙ୍କୁ ଉପେକ୍ଷା ନୁହେଁ କି । ତେଣୁ ବୃଥା ଦାବି ନକରି ଦଳମାନେ ଓବିସି ପ୍ରାର୍ଥୀ ତାଲିକା ସାର୍ବଜନୀନ କରିବାକୁ ମତ ରଖିଛନ୍ତି ସମୀକ୍ଷକ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)