/odishatv-khabar/media/post_attachments/uploadimage/library/16_9/16_9_0/IMAGE_1643517478.jpg)
Panchayat Election
ନିର୍ବାଚନ ପ୍ରଚାର ବେଳେ ଭୋଟରଙ୍କୁ ପ୍ରାର୍ଥୀ ଟଙ୍କା ବାଣ୍ଟିଥିବା ଅଭିଯୋଗ । ମୋବାଇଲରେ କଏଦ ହୋଇଛି ଟଙ୍କା ଦେବା ବେଳର ଦୃଶ୍ୟ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ୧ ନମ୍ବର ଜୋନ୍ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ ପ୍ରିନ୍ସ ରାକେଶ ନାୟକ ଓ ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ଅଭିମନ୍ୟୁ ଜେନା, ଜଣେ ବୃଦ୍ଧଙ୍କୁ ଭୋଟ ଦେବା ପାଇଁ ହାତରେ ଟଙ୍କା ଦେଇଥିଲେ । ବୃଦ୍ଧ ଜଣକ ସେମାନଙ୍କ ହାତରୁ କିଛି ଟଙ୍କା ଧରିଥିବା ମଧ୍ୟ ଭିଡିଓରେ ଦେଖିବାକୁ ମିଳୁଛି । ଏହି ଭିଡିଓ ଏବେ ଭାଇରାଲ ହେଉଥିବା ବେଳେ ସେପଟେ ଟଙ୍କା ବଣ୍ଟା ଘଟଣାକୁ ଅସ୍ୱୀକାର କରିବା ସହ ସେମିତି କିଛି ହୋଇନଥିବା ସଂପୃକ୍ତ ଜିଲ୍ଲା ପରିଷଦ ପ୍ରାର୍ଥୀ କହିଛନ୍ତି ।
ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି ଯେ ଚାନ୍ଦବାଲି ବ୍ଲକର ୧ ନମ୍ବର ଜୋନ୍ର ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ ପ୍ରିନ୍ସ ରାକେଶ ନାୟକ ଓ ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ଅଭିମନ୍ୟୁ ଜେନା ପ୍ରଚାର କାର୍ଯ୍ୟରେ ବାହାରିଛନ୍ତି। ଏହି ସମୟରେ ଜଣେ ବୃଦ୍ଧ ସେମାନଙ୍କୁ ଭୋଟ୍ ଦେଇ ବିଜୟୀ କରିବା ପାଇଁ ଲୋକଙ୍କୁ ଅନୁରୋଧ କରୁଛନ୍ତି। ଆଉ ଏହା ପରେ ସରପଞ୍ଚ ପ୍ରାର୍ଥୀ ଅଭିମନ୍ୟୁ ଜେନା ତାଙ୍କ ହାତରେ କିଛି ଟଙ୍କା ଗୁଞ୍ଜି ଦେଉଥିବା ଦେଖିବାକୁ ମିଳିଛି।
Panchayat Electionଉକ୍ତ ବୃଦ୍ଧ ଭୋଟରଙ୍କୁ ଟଙ୍କା ଦିଆଯାଇଥିବା ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ ପ୍ରିନ୍ସ ରାକେଶ ନାୟକ। ସେ କହିଛନ୍ତି ଯେ ତାଙ୍କ ନଜରକୁ ଏମିତି କିଛି ଘଟଣା ଆସି ନାହିଁ। କେହି ସେଠାରେ ଟଙ୍କା ବାଣ୍ଟି ନାହାନ୍ତି। ଆମେ ଗରିବ ଲୋକ। ଟଙ୍କା କେଉଁଠି ଅଛି ଯେ ବାଣ୍ଟିବୁ। ପୋଷ୍ଟର ଓ ବ୍ୟାନର ଲଗାଇବାକୁ ଆମର ଟଙ୍କା ନାହିଁ। ଆଉ ଭୋଟରଙ୍କୁ କ’ଣ ବାଣ୍ଟିବୁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)