• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଚାରିଆଡେ ରାଜନୈତିକ ସରଗରମ ବଢ଼ିବାରେ ଲାଗିଛି କ୍ଷମତା ହାସଲ ପାଇଁ ଚାଲିଛି ଜୋରଦାର କ୍ୟାମ୍ପେନ ଆଉ କସରତ । ଏଭଳି ସ୍ଥିତିରେ କିଛି ପଞ୍ଚାୟତର ପଦବୀ ଦଖଲ ପାଇଁ ନିଜ ସମ୍ପର୍କୀୟ ମାନଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦିତା ମଧ୍ୟ ଦେଖିବାକୁ ମିଳିଛି । ସରପଞ୍ଚ କିମ୍ବା ସମିତି ସଭ୍ୟ ପଦବୀ ପାଇଁ ସମ୍ପର୍କୀୟଙ୍କ ମଧ୍ୟରେ ଘମାସାନ ଲଢେଇ । କ୍ଷମତା ହାସଲ ପାଇଁ ଭାଇ ଭାଇ, ମାଆ ପୁଅ, ନଣନ୍ଦ ଭାଉଜ ଉଭୟ ନିଜ ନିଜର ପ୍ରତିଦ୍ୱନ୍ଦିତା ଭାବେ ନିର୍ବାଚନୀ ମୈଦାନରେ ଅବତୀର୍ଣ୍ଣ ହୋଇଛନ୍ତି । କିଏ କେଉଁଭଳି ଭାବେ ବିଜୟୀ ହେବେ ସେଥିପାଇଁ ଉଭୟଙ୍କ ମଧ୍ୟରେ ଚାଲିଛି କଡା ଟକ୍କର । ଭୋଟରଙ୍କୁ ମନେଇବା ପାଇଁ ଉଭୟଙ୍କ ଚାଲିଛି ଜୋରଦାର ପ୍ରୟାସ । ଏପରି ସ୍ଥଳେ ନଣନ୍ଦ ଓ ଭାଉଜଙ୍କ ଲଢେଇରେ ବୋହୁର ବିଜୟୀ ପାଇଁ ପୂର୍ବତନ ବିଧାୟକ ତଥା ଶ୍ୱଶୁର ଅଣ୍ଟା ଭିଡିଛନ୍ତି । ଅନ୍ୟପଟେ ଝିଅ ମଧ୍ୟ ବିଜୟ ପାଇଁ ନିଜର ବାପାଙ୍କର ତଥା ପୂର୍ବତନ ବିଧାୟକଙ୍କର ଆଶୀର୍ବାଦ ମାଗିଛନ୍ତି । ନଣନ୍ଦ ଭାଉଜଙ୍କ ମଧ୍ୟରେ ଏଭଳି ଲଢେଇ ବନ୍ତ ବ୍ଲକ ଓଡ଼ଙ୍ଗ ପଞ୍ଚାୟତରେ ଏବେ ରୋଚକ ମୋଡରେ ।

ବନ୍ତ ବ୍ଲକର ଓଡ଼ଙ୍ଗ ପଞ୍ଚାୟତ ୧୫ଟି ୱାର୍ଡକୁ ନେଇ ଗଠିତ ହୋଇଛି । ଉକ୍ତ ପଞ୍ଚାୟତର ମୋଟ ୬ ହଜାର୧ ଶହ ଭୋଟର ଚଳିତ ଥର ପଞ୍ଚାୟତ ନିର୍ବାଚନରେ ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ । ଦୀର୍ଘ ୨୫ ବର୍ଷ ଧରି ପଞ୍ଚାୟତଟି କଂଗ୍ରେସ ଗଡ଼ ଭାବେ ରହିଥିଲା । ଏଠାରୁ ସମର୍ଥିତ ପ୍ରାର୍ଥୀ ମାନଙ୍କର ବିଜୟୀ ହେଉଥିଲେ । ଗତ ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେଡିର ସମର୍ଥିତ ପ୍ରାର୍ଥୀ କଂଗ୍ରେସର ବିଜୟ ଧାରାକୁ ଭାଙ୍ଗିଥିଲେ । ଉକ୍ତ ପଞ୍ଚାୟତରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତ ଅର୍ଜୁନ ଚରଣ ସେଠୀ ଓ ପୂର୍ବତନ ଭଣ୍ଡାରିପୋଖରୀ ବିଧାୟକ ପଞ୍ଚାନନ ମଣ୍ଡଳଙ୍କ ଗ୍ରାମ ଅଟେ ।

୨ ଥର ବିଧାୟକ ୮ ଥର ସାଂସଦ ସ୍ୱର୍ଗତ ଅର୍ଜୁନ ତରଣ ସେଠୀ ଗାଁରେ ଦୀର୍ଘ ୧୫ ବର୍ଷ ଧରି ଏହି ପଞ୍ଚାୟତରେ ଆଧିପାତ୍ୟ ବିସ୍ତାର କରିଥିଲା କଂଗ୍ରେସ । ପ୍ରତ୍ୟେକ ଥର ପଞ୍ଚାୟତ ନିର୍ବାଚନ ଉକ୍ତ ପଞ୍ଚାୟତରେ ଉଭୟ ପ୍ରତିଦ୍ୱନ୍ଦିଙ୍କ ମଧ୍ୟରେ କାଣ୍ଟେ କି ଟକ୍କର ଲଢେଇ ହୋଇଥାଏ ।

ଚଳିତ ପଞ୍ଚାୟତ ନିର୍ବାଚନରେ ମଧ୍ୟ ସମସ୍ତ ଦଳରୁ ସରପଞ୍ଚ ପଦବୀ ପାଇଁ ପ୍ରାର୍ଥୀ ହୋଇଛନ୍ତି । ମୁଖ୍ୟତଃ ନଣନ୍ଦ ଓ ଭାଉଜ ଉଭୟ ପଞ୍ଚାୟତରେ ନିଜ ନିଜର ପ୍ରତିଦ୍ୱନ୍ଦୀ ଭାବେ ସରପଞ୍ଚ ପ୍ରାର୍ଥୀ ଭାବେ ଛିଡା ହୋଇଛନ୍ତି । ନଣନ୍ଦ ମିନତୀ ମଣ୍ଡଳ ଖୋଲା ବହି ଚିହ୍ନରେ ସରପଞ୍ଚ ପ୍ରାର୍ଥୀ ହୋଇଥିବା ବେଳେ ଭାଉଜ ଲିଲି ଗୋଛାୟତ ଛତା ଚିହ୍ନରେ ସରପଞ୍ଚ ପ୍ରାର୍ଥୀ ହୋଇଛନ୍ତି । ଉଭୟ ଉଭୟଙ୍କର ପ୍ରତିଦ୍ୱନ୍ଦୀ ଭାବେ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇ ଭୋଟ ପାଇଁ ଲୋକଙ୍କ ଦ୍ୱାରକୁ ଦ୍ୱାର ବୁଲୁଛନ୍ତି ।

ଭଣ୍ଡାରିପୋଖରୀର ପୂର୍ବତନ ବିଧାୟକ ପଞ୍ଚାନନ ମଣ୍ଡଳଙ୍କ ବୋହୁ ହେଲେ ଲିଲି ଗୋଛାୟତ, ଆଉ ମିନତୀ ମଣ୍ଡଳ ହେଲେ ତାଙ୍କ ଝିଅ । ଝିଅ ମିନତୀ ମଣ୍ଡଳ ଗାଁରେ ବାହା ହୋଇଥିବା ବେଳେ ଏଥର ନିଜ ଭାଉଜ ବିପକ୍ଷରେ ସରପଞ୍ଚ ପ୍ରାର୍ଥୀ ହୋଇଛନ୍ତି । ବୋହୁ ଲିଲି ଗୋଛାୟତଙ୍କ ଶ୍ୱଶୁର ଓ ଝିଅ ମିନତୀ ମଣ୍ଡଳଙ୍କ ବାପା ପୂର୍ବତନ ବିଧାୟକ ପଞ୍ଚାନନ ମଣ୍ଡଳ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀରୁ ୧୯୮୪-୧୯୮୯ ପର୍ଯ୍ୟନ୍ତ ବିଧାୟକ ରହିଥିଲେ । ଏମିତିକି ଜିଲ୍ଲା ପରିଷଦ ଅଧ୍ୟକ୍ଷ ମଧ୍ୟ ରହିଥିଲେ । ଚଳିତ ପଞ୍ଚାୟତ ନିର୍ବାଚନରେ ନିଜ ବୋହୂର ବିଜୟ ସପକ୍ଷରେ ପୂର୍ବତନ ବିଧାୟକ ଥିବା କହିଛନ୍ତି ।

ଅନ୍ୟପଟେ ଝିଅ ମିନତୀ ମଣ୍ଡଳ ବିଜୟ ପାଇଁ ବାପାଙ୍କ ଆଶୀର୍ବାଦ ମଧ୍ୟ କାମନା କରିଛନ୍ତି । ନିର୍ବାଚନ ରଣାଙ୍ଗନରେ ଆମେ ପ୍ରତିଯୋଗିତା ଭାବେ ଅଂଶଗ୍ରହଣ କରିଛୁ, ଯିଏ ଜିତୁ କି ହାରୁ ନଣନ୍ଦ, ଭାଉଜଙ୍କ ସମ୍ପର୍କ ସେହିଭଳି ରହିଥିବା କଥା କହିଛନ୍ତି ଉଭୟ ପ୍ରାର୍ଥୀ ।

ଭଦ୍ରକରୁ ପାର୍ଥ ସାରଥୀ ନାୟକ ଓଟିଭି