• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

 Municipal Elections
ବାଜିଲା ପୌର ନିର୍ବାଚନ ବିଗୁଲ୍‌, ମାର୍ଚ୍ଚ ୨୪ରେ ଭୋଟ୍‌ ଗ୍ରହଣ

ମାର୍ଚ୍ଚ ୨୪ରେ ହେବ ପୌର ନିର୍ବାଚନ ଭୋଟ୍‌ ଗ୍ରହଣ।। ଏନେଇ ଆଜି ନିର୍ବାଚନ କମିଶନ ସୂଚନା ଦେଇଛନ୍ତି। ମାର୍ଚ୍ଚ ୨୬ରେ ପୌର ନିର୍ବାଚନର ଭୋଟ୍‌ ଗଣତି ହେବ।

Ballot Papers Found Dumped Near Strong Room
ଷ୍ଟ୍ରଙ୍ଗରୁମ୍‌ ଆଗରେ ପଡ଼ିଛି ଚିରା ବାଲାଟ ପେପର, ଏହା ଅସଲି ନା ନକଲି ?

ଷ୍ଟ୍ରଙ୍ଗରୁମ୍‌ ଆଗରେ ପଡ଼ିଛି ଚିରା ବାଲାଟ ପେପର। କେନ୍ଦ୍ରାପଡ଼ା କଲେଜରେ ହୋଇଥିବା ଷ୍ଟ୍ରଙ୍ଗରୁମ୍‌ ଆଗରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।

Last Phase Elections
ଭୋଟ୍ ସରିଲା ଏବେ କାଉଣ୍ଟିଂ ପାଇଁ କାଉଣ୍ଟଡାଉନ୍ ଆରମ୍ଭ: ବାଲାଟ୍ ବକ୍ସରେ ସିଲ୍ ପ୍ରାର୍ଥୀଙ୍କ ଭାଗ୍ୟ

ସରିଲା ପଞ୍ଚାୟତ ଭୋଟ୍ ହିଂସା, ବିଶୃଙ୍ଖଳା, ଅନିୟମିତତାର ଶହ ଶହ ଅଭିଯୋଗ ଭିତରେ ସରିଛି ସମସ୍ତ ପାଞ୍ଚ ପର୍ଯ୍ୟାୟ ମତଗ୍ରହଣ । ଆଜି ଅନ୍ତିମ ପର୍ଯ୍ୟାୟରେ ୨୫ ଜିଲ୍ଲାର ୧୩୧ଟି ଜିଲ୍ଲା ପରିଷଦ ଜୋନ୍‌ରେ ଭୋଟ୍ ପଡ଼ିଛି ।

Odisha Panchayat Elections
ଏ ପଞ୍ଚାୟତ ନିର୍ବାଚନ କଣ ଶାନ୍ତିପୂର୍ଣ୍ଣ ହେଲା?

ପୂର୍ବ ୪ ଫେଜ୍ ଭଳି ଶେଷ ତଥା ପଞ୍ଚମ ପର୍ଯ୍ୟାୟ ପଞ୍ଚାୟତ ଭୋଟ୍‌କୁ ବି କବଳିତ କଲା ହିଂସା । କେଉଁଠି ବୁଥ୍ ପରିସର ରଣକ୍ଷେତ୍ର ପାଲଟିଲା ତ କେଉଁଠି ବାଲଟ୍‌ ବାକ୍ସ ଉଠାଇ ପାଣିକୁ ଫୋପାଡ଼ି ଦେଲେ ଦୁର୍ବୃତ୍ତ, ପୁଣି କେଉଁଠୁ ମନ୍ତ୍ରୀଙ୍କ ନାଁରେ ଆସିଛି ବୁଥ୍ ଜବରଦଖଲ ଅଭିଯୋଗ ।

Odisha Panchayat Elections
ମାଳ ମାଳ ବିଶୃଙ୍ଖଳାରେ ସରିଲା ପଞ୍ଚାୟତ ଭୋଟ୍

କେଉଁଠି ବାଲାଟ୍‌ ବକ୍ସ ନାଳରେ ଭାସିଲାଣି ତ କେଉଁଠି ସରପଞ୍ଚ ପ୍ରାର୍ଥୀଙ୍କ ଏଜେଣ୍ଟଙ୍କୁ ଅପରପକ୍ଷର ଲୋକେ ମାଡ଼ମାରି ଲହୁଲୁହାଣ କରିଲେଣି ।

Bhubaneswar Municipal Corporation
ମହାନଗର ନିର୍ବାଚନ: ଆଉ ପାଦେ ଆଗେଇଲା BMC, ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା

ମହାନଗର ନିର୍ବାଚନ ଲାଗି ଆଉ ପାଦେ ଆଗେଇଲା ଭୁବନେଶ୍ୱର ମହାନଗର ନିଗମ(BMC)। ଏନେଇ ବିଏମ୍‌ସି ପକ୍ଷରୁ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। 

Allegation Against Minister Bikram Keshari Arukha
ବିଜେଡି ମନ୍ତ୍ରୀଙ୍କ ଦାଦାଗିରି: ବୁଥ୍‌ ଭିତରେ ପଶି ଜବରଦଖଲ କଲେ, ସମିତି ସଭ୍ୟ ପ୍ରାର୍ଥୀଙ୍କୁ ଆକ୍ରମଣ କଲେ...

ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ନିଜ ଗାଁ ବୁଥ୍‌ରେ ପଶି ସମିତି ସଭ୍ୟ ପ୍ରାର୍ଥୀଙ୍କୁ ଆକ୍ରମଣ କରିବା ସହ ବୁଥ୍‌ ଜବରଦଖଲ କରିଥିବା ଅଭିଯୋଗ ହୋଇଛି। 

Odisha Panchayat Elections
ସୁରୁଖୁରୁରେ ଚାଲିଥିଲା ଭୋଟିଂ, ହଠାତ୍‌ ବାଲାଟ ପେପର ନେଇ ଦୌଡ଼ି ପଳାଇଲେ ଏଜେଣ୍ଟ...

ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍‌ ଅନ୍ତର୍ଗତ କଟସାହି ପଞ୍ଚାୟତ ୧ ନମ୍ବର ବୁଥ୍‌ରେ ଜଣେ ଏଜେଣ୍ଟ ବାଲାଟ ପେପର ନେଇ ଦୌଡ଼ି ପଳାଇବା ପରେ ମତଦାନ ବନ୍ଦ ରହିଥିବା ସୂଚନା ମିଳିଛି।

Electoral violence in the final round of voting
ଭୋଟ୍ ବାକ୍ସରେ ପାଣି ଭର୍ତ୍ତି କରିଦେଲେ ଦୁର୍ବୃତ୍ତ; ୯ଟି ବୁଥରେ ଭୋଟ ଗ୍ରହଣ ବନ୍ଦ

ଶେଷ ପର୍ଯ୍ୟାୟ ମତଦାନ ସମୟରେ ହିଂସା । ନିଆଳି ବ୍ଲକ ପୋଖରୀଗାଁ ପଞ୍ଚାୟତରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା। ବୁଥ ଜବରଦଖଲ ଅଭିଯୋଗ ପରେ ୯ଟି ବୁଥରେ ଭୋଟଗ୍ରହଣ ବନ୍ଦ ରହିଛି ।

Panchayat Election
ରାଜ୍ୟରେ ଶେଷ ପର୍ଯ୍ୟାୟ ଭୋଟ୍, ଆରମ୍ଭରୁ ହିଂସା

ଏଥର ଭୋଟ୍ ଦେଉଛନ୍ତି ୪୧ ଲକ୍ଷ ୮୮ ହଜାରରୁ ଅଧିକ ଭୋଟର । ୧୩ ହଜାର ୫୧୪ଟି ବୁଥ୍ ବ୍ୟବସ୍ଥା ହୋଇଛି । ଶାନ୍ତିଶୃଙ୍ଖଳାରେ ମତଦାନ ପାଇଁ ପୋଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି ।

BJD  BJP Trade
ଜମୁଛି ପଲିଟିକାଲ ବାଦୀପାଲା

ଆଉ ଗୋଟିଏ ପର୍ଯ୍ୟାୟ ମତଦାନ ରହିଲା । ହେଲେ ଏବେଠୁ ଆରମ୍ଭ ହେଲାଣି ପଲିଟିକାଲ ବାଦୀପାଲା। ଶାସକ ଦଳ ବିରୋଧରେ ଆସୁଛି ମାଳ ମାଳ ଅଭିଯୋଗ।

Votes Counting
ପ୍ରାର୍ଥୀଙ୍କ ଛାତି ଦୁୁକୁଦୁକୁ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପ୍ରଥମ ଥର ପାଇଁ ବୁଥ୍ ବଦଳରେ ବ୍ଳକ୍ ସ୍ତରରେ ହେବାକୁ ଯାଉଛି ଭୋଟ୍ ଗଣତି । ଯାହାକି ଆସନ୍ତା ୨୬ ତାରିଖରୁ ଆରମ୍ଭ ହୋଇ ୨୮ ଯାଏଁ ଚାଲିବ । ପୁରା ଗଣତି ପ୍ରକ୍ରିୟା ସିସିଟିଭି ସର୍ଭେଲାନ୍ସରେ ରହିବ ଏବଂ ଗଣତି ଶେଷ ହେବା ପର୍ଯ୍ୟନ୍ତ ଅନବରତ ଚାଲିବ ।

 Last Phase Elections
କାଲି ଅନ୍ତିମ ପର୍ଯ୍ୟାୟ ପଞ୍ଚାୟତ ଭୋଟ୍

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର କାଲି ପଞ୍ଚମ ତଥା ଶେଷ ପର୍ଯ୍ୟାୟ ଭୋଟ୍ । ପ୍ରଥମ ୪ଟି ପର୍ଯ୍ୟାୟରେ ହିଂସା, ଗଣ୍ଡଗୋଳ ଓ ମାଡ଼ପିଟ ଘଟଣାର ଏକାଧିକ ଦୃଶ୍ୟ ସାମ୍ନାକୁ ଆସିବା ପରେ ଆସନ୍ତାକାଲି ଶାନ୍ତିପୂର୍ଣ୍ଣ ମତଦାନ ଆୟୋଜନ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

5th Phase Voting
ଯାହା ଆଜିକୁ ୧୦ ବର୍ଷ ହେଲା ହୋଇନାହିଁ, ତାହା କାଲି ଘଟିବ

ଅପହଞ୍ଚ ସ୍ୱାଭିମାନ ଅଞ୍ଚଳରେ ନକ୍ସଲ ଦବଦବା ସତ୍ତ୍ୱେ, ଶାନ୍ତିପୂର୍ଣ୍ଣ ମତଦାନ ଆୟୋଜନ କରିବାକୁ ପୂର୍ଣ୍ଣ ଭରଷା ଦେଇଛନ୍ତି ସୁରକ୍ଷା ବାହିନୀ । ଜିଲ୍ଲାର ସମସ୍ତ ସମ୍ବେଦନଶୀଳ ଅଞ୍ଚଳରେ ଯାଗା ଯାଗାରେ ଯାଞ୍ଚ୍ ଆଉ କଡ଼ା ପଇଁତରା ମାରୁଛନ୍ତି ସୁରକ୍ଷା ବାହିନୀ ।

Panchayat Election
ଷ୍ଟ୍ରଙ୍ଗରୁମ୍‌ ଉପରେ ଭରସା ନାହିଁ ! କେଉଁଠି ଟ୍ରାକ୍ଟର ତ କେଉଁଠି ଜରିପାଲ ପକାଇ ଜଗିଛନ୍ତି ପ୍ରାର୍ଥୀ

ଭୋଟ୍ ଗଣତି କେନ୍ଦ୍ର ବାହାରେ ବିଶେଷ କରି ଗଣତି ସମୟରେ ହେବାକୁ ଥିବା ଭିଡ଼ କିପରି ନିୟନ୍ତ୍ରଣ କରାଯାଇପାରିବ ସେ ସଂପର୍କରେ ଆଲୋଚନା ହୋଇଛି ।

Panchayat Election
ଭୋଟ୍ ସରିନି.. ରେଜଲ୍ଟ ବି ଆସିନି.. ହେଲେ ତେଜିଲାଣି ପଲିଟିକାଲ୍ ବାଦିପାଲା

ଚଳିତ ପଞ୍ଚାୟତ ନିର୍ବାଚନରେ ଚାଲିଥିବା ବେକାବୁ ହିଂସାକୁ ନେଇ ଚାଲିଛି ଦୋଷ ଠେଲାଠେଲି । ନିର୍ବାଚନ ପ୍ରକ୍ରିୟା ଆରମ୍ଭରୁ ନିଇତି ଆଗ ପଛ ହୋଇ ରାଜ୍ୟ ନିର୍ବାଚନ କମିଶନଙ୍କୁ ଫେରାଦ ହେଉଥିଲେ, କିନ୍ତୁ ଆଜି ସିଧା ତାଙ୍କ ଅଫିସ୍ ଆଗରେ ଧାରଣା ଦେଇଛନ୍ତି ବିଜେଡି-ବିଜେପି ।

Panchayat Election
ତୀବ୍ର ହେଉଛି ଦଳୀୟ କନ୍ଦଳ; BJD ବ୍ଲକ ସଭାପତିଙ୍କୁ ସାଂସଦ ପ୍ରତିନିଧିଙ୍କ ଅପହରଣ !

ବିଜେଡିରେ ତୀବ୍ର ହେଉଛି ଗୋଷ୍ଠି କନ୍ଦଳ । ୨୦୨୨ ପଞ୍ଚାୟତ ନିର୍ବାଚନରେ ବିଜେଡି, ନିଜ କର୍ମୀଙ୍କୁ ମ୍ୟାନେଜ କରିବାରେ ବିଫଳ ହୋଇଥିବା ଦେଖାଦେଇଛି । 

BDO Detain
ଭୋଟ୍‌ ନ ଦେଇ ପାରିବାରୁ ବିଡିଓଙ୍କୁ ଅଟକ ରଖିଲେ ଗ୍ରାମବାସୀ

ଭୋଟର ଲିଷ୍ଟରେ ନାଁ ନଥିବାରୁ ଗତ ୨୦ ତାରିଖ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଭୋଟ ଦେଇପାରନାହାନ୍ତି ତୁମ୍ବାର କିଛି ଲୋକ । ବିଡିଓଙ୍କୁ ଅଟକ ନେଇ ଚିକିଟି SDPO କୃଷ୍ଣଚନ୍ଦ୍ର ଭତ୍ରା ସୂଚନା ଦେଇଛନ୍ତି ।

Odisha Panchayat Election
କିଏ କରୁଛି ଗଣ୍ଡଗୋଳ ? ନିର୍ବାଚନ କମିଶନଙ୍କ ଆଗରେ ମୁହାଁମୁହିଁ ବିଜେପି-ବିଜେଡି

ସରକାରୀ ଅଧିକାରୀମାନେ ଶାସକ ଦଳକୁ ସହଯୋଗ କରୁଥିବା ଅଭିଯୋଗ କରିଛି ବିଜେପି । ବୁଥରେ ହିଂସା, ଜବରଦଖଲ ଓ ଆକ୍ରମଣ ବେଳେ ପୋଲିସ କି ପ୍ରଶାସନକୁ ଡାକିଲେ କେହି ଆସୁନଥିବା କହିଛି ବିଜେପି ।

Panchayat Election
ଭୋଟ୍‌ ସରିଲା, ବିଡିଓଙ୍କ ଗୋଡ଼ ତଳେ ପଡ଼ି ନେହୁରା ହେଲେ ପ୍ରାର୍ଥୀ ! ହେଲେ କାହିଁକି ?

ଗଞ୍ଜାମ ଜିଲ୍ଲାରୁ ଆସିଛି ଆଉ ଏକ ହୃଦୟ ବିଦାରକ ଦୃଶ୍ୟ । ଏଠାରେ ଭୋଟ ଗ୍ରହଣ ସରିଥିବା ବେଳେ ଷ୍ଟ୍ରଙ୍ଗ ରୁମ୍‌ରେ ତାଲା ପଡ଼ିଛି ପ୍ରାର୍ଥୀଙ୍କ ଭାଗ୍ୟ । ଆଉ ବିଡିଓଙ୍କ ଗୋଡ଼ ତଳେ ପଡ଼ି ନେହୁରା ହେଉଛନ୍ତି ପ୍ରାର୍ଥୀ । ଆପଣ ଚିନ୍ତା କରୁଥିବେ ଷ୍ଟ୍ରଙ୍ଗ ରୁମ୍‌ରେ ତ ଭୋଟ ବାକ୍ସ ରହିଲା ।

EVM
ଇଭିଏମ୍‌ରେ ଫେବିକ୍ୱିକ୍‌ : ଦବୁନି ସପା ବଟନ୍‌, ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ

ପୂର୍ବତନ ବିଧାୟକ ତଥା ସମାଜବାଦୀ ପାର୍ଟି (ସପା) ପ୍ରାର୍ଥୀ ଉତ୍କଳ ଧର୍ମେନ୍ଦ୍ର ଏନେଇ ଅଭିଯୋଗ କରିଛନ୍ତି । ପ୍ରଥମ ନମ୍ବରରେ ବଟନ୍‌ରେ ସପାର ଚିହ୍ନ ଥିବାବେଳେ ଦୁର୍ବୃତ୍ତ ସେଥିରେ ଇଭିଏମ୍ ଲଗାଇ ଦେଇଛନ୍ତି ।

Odisha Panchayat Polls
ଅଭିନେତ୍ରୀଙ୍କୁ ଧରି ପ୍ରଚାର କରୁଛନ୍ତି ପ୍ରତାପ ନନା

ବାଲେଶ୍ୱରରେ ଜମୁଛି ପ୍ରଚାର। ବିଜେପି ପାଇଁ ପ୍ରଚାର ମଇଦାନରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ। ତାଙ୍କ ସହ ଅଛନ୍ତି ଅଭିନେତ୍ରୀ ପିଙ୍କି ପ୍ରଧାନ ଓ ଜିନା.

Bhubaneswar Municipal Corporation
ଖୁବ୍‌ଶୀଘ୍ର ଘୋଷଣା ହୋଇପାରେ ପୌର ର୍ନିବାଚନ ତାରିଖ

ଯେକୌଣସି ମୁହୂର୍ତ୍ତରେ ପୋର ର୍ନିବାଚନ ତାରିଖ ଘୋଷଣା ହୋଇପାରେ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହେବା ପରେ ବିଜ୍ଞପ୍ତି ମାଧ୍ୟମରେ ପୌର ନିର୍ବାଚନ ପାଇଁ ନଗର ଉନ୍ନୟନ ବିଭାଗ ଆହ୍ୱାନ କରିଛି।

 Today Re-polling At 49 Booths
ପଞ୍ଚାୟତ ନିର୍ବାଚନ: ୪୯ ବୁଥ୍‌ରେ ଆଜି ପୁନଃ ମତଦାନ

ପଞ୍ଚାୟତ ନିର୍ବାଚନରେ ଆଜି ହେଉଛି ପୁନଃ ମତଦାନ। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସମୟରେ ବିଭିନ୍ନ କାରଣରୁ ବିଭ୍ରାଟ ଘଟି ମତଦାନ ରଦ୍ଦ ହୋଇଥିବା ୪୯ ବୁଥ୍‌ରେ ଆଜି ମତଦାନ ଚାଲିଛି। 

4th Phase Polling
ବିଡିଓ ବି ଦି ଧକ୍କା ଖାଇଲେ

ଜଗତସିଂହପୁର ରାହାମାର ପୋଲିଂ କର୍ମଚାରୀଙ୍କୁ ମାଡ଼, ବିଡିଓଙ୍କୁ ଠେଲାପେଲା । ସୂଚନା ଅନୁସାରେ କୁଜଙ୍ଗ ପଣ୍ଡୁଆ ପଞ୍ଚାୟତର ୧୦ନଂ ବୁଥ୍‌ରେ ନିର୍ବାଚନ ପରେ ବାଲାଟ୍ ବକ୍ସ ଧରି ଫେରିଥିଲେ ପୋଲିଂ ପାର୍ଟି ।