/odishatv-khabar/media/post_attachments/uploadimage/library/16_9/16_9_0/IMAGE_1654249132.jpg)
Aalaka Mohanty
ବ୍ରଜରାଜନଗର ଉପନିର୍ବାଚନରେ ବିଜେଡିର ବିପୁଳ ବିଜୟ । ପ୍ରାୟ ୬୫ ହଜାରରୁ ଊର୍ଦ୍ଧ୍ୱ ଭୋଟରେ ଜିତିଲେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି । କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ ହରାଇଛନ୍ତି ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି । ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ତୃତୀୟ ସ୍ଥାନରେ ରହିଛନ୍ତି । ତେବେ ବିଜୟ ନେଇ ନିର୍ବାଚନ କମିଶନ ଘୋଷଣା କରିନାହାନ୍ତି ।
Advertisment
ମୁଖ୍ୟମନ୍ତ୍ରୀଙ୍କ ଭରସା, କର୍ମୀଙ୍କ ଉତ୍ସାହ ଯୋଗୁ ବ୍ରଜରାଜନଗରବାସୀଙ୍କୁ ବିପୁଳ ଭୋଟ ପାଇ ବିଜୟୀ ହୋଇଥିବା କହିଛନ୍ତି ଅଳକା । ଏବେ ସ୍ୱାମୀଙ୍କ ଅଧୁରା କାମ ପୂରଣ କରିବା ପ୍ରାଥମିକତା ହେବ ବୋଲି ସେ କହିଛନ୍ତି। ମୋ’ ସ୍ୱାମୀ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ରାଜନୀତିରେ ସକ୍ରିୟ ଥିବାରୁ ମୁଁ ବି ସକ୍ରିୟ ରହିବି ବୋଲି ଗଣମାଧ୍ୟମକୁ କହିଛନ୍ତି ଅଳକା।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)