ପ୍ରାର୍ଥୀ ଘୋଷଣା କରିଛି ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ।
ରାଷ୍ଟ୍ରପତିଙ୍କ ପ୍ରତି ଅପଶଦ୍ଦ ବ୍ୟବହାର, ପଦାରେ ପଡ଼ିଲା କଂଗ୍ରେସର ଦେବାଳିଆ ଚିନ୍ତାଧାରା ?
ସପ୍ତମ ଶ୍ରେଣୀ ଛାତ୍ରୀର ପ୍ରସବ ପରେ ମୃତ୍ୟୁ ଘଟଣାକୁ ନେଇ ହଇଚଇ ସୃଷ୍ଟି ହୋଇଛି। ବିଜେପି ମହିଳା ମୋର୍ଚ୍ଚା ଆଜି ପୀଡ଼ିତାଙ୍କ ପରିବାରକୁ ଭେଟିବ।
ଆସନ ଗୋଟିଏ, ହେଲେ ଦାବିଦାର ଅନେକ। କାହାକୁ ଦିଆଯିବ ଟିକେଟ୍? କେମିତି ସନ୍ତୁଷ୍ଟ ହେବେ ଅସନ୍ତୁଷ୍ଟ ନେତା?
ସୂର୍ଯ୍ୟବଂଶୀ ବିଜେପି ପ୍ରାର୍ଥୀ ହେବା ନିଶ୍ଚିତ ପରେ କ୍ୟାମ୍ପେନ ଆରମ୍ଭ,ପିସିସି ସଭାପତି କହିଲେ ଖୁବଶୀଘ୍ର କଂଗ୍ରେସ ପ୍ରାର୍ଥୀ ଘୋଷଣା...
ଧାମନଗର ବିଜେଡିରେ ଥିବା ଅନ୍ତଃକନ୍ଦଳକୁ ପ୍ୟାଚ୍ ପକାଇବା ପାଇଁ ବିଜେଡି ନେତା ପଦଯାତ୍ରା ପ୍ରସ୍ତୁତି ଆଳରେ ଘନଘନ ବୈଠକ କରୁଛନ୍ତି। ତେବେ ଏଠାରେ ଦଳ କାହାକୁ କରିବ ପ୍ରାର୍ଥୀ, ସେନେଇ ଅଡୁଆରେ ବିଜେଡି।
ଧାମନଗର ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ । କିଏ ହେବେ କେଉଁ ଦଳର ଯୋଦ୍ଧା ?
ଧାମନଗର ଉପନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଧାମନଗର ଉପନିର୍ବାଚନ ପାଇଁ ନଭେମ୍ବର ୩ରେ ଭୋଟ୍ ଗ୍ରହଣ ହେବାକୁ ଥିବାବେଳେ ୬ରେ ଭୋଟ୍ ଗଣତି ହୋଇ ସେହିଦିନ ଫଳାଫଳ ପ୍ରକାଶ ପାଇବ।
କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ରେସ୍ର ଆଗଧାଡ଼ିରେ ଥିବା ବରିଷ୍ଠ ନେତା ଶଶୀ ଥରୁରଙ୍କୁ ବଡ ଝଟକା। ତାମିଲନାଡୁରେ ଦଳୀୟ ବୈଠକରେ ତାଙ୍କୁ ଯେପରି ନୈରାଶ୍ୟଜନକ ରେସ୍ପନ୍ସ ମିଳିଛି ତାହା ସମସ୍ତଙ୍କୁ ଭାବିବାକୁ ବାଧ୍ୟ କରିଛି- ଥରୁର ଏ ନିର୍ବାଚନ ଜିତିବେ ତ ?
ବିଜ୍ଞାପନ ଦ୍ୱାରା ମୁଖ୍ୟମନ୍ତ୍ରୀ ନମ୍ବର ୱାନ୍ ହୋଇଥିବା କହିଲେ ବିରୋଧୀ । ଲୋକଙ୍କ ସମସ୍ୟା ନବୁଝି ପ୍ରଚାର ପାଇଁ କୋଟି କୋଟି ଉଡ଼ାଯାଇଛି ।
ଇଂରାଜୀ ପତ୍ରିକାକୁ ସାକ୍ଷାତକାର ଦେଇ କହିଲେ ମୁଖ୍ୟମନ୍ତ୍ରୀ । ତା’ପରେ ରାଜ୍ୟ ରାଜନୀତିରେ ହଲ୍ଚଲ ।
ପ୍ରଶାନ୍ତ ମୁଦୁଲି ଅନୁଗୁଳ, ପ୍ରତାପ ଦେବ ବାଲେଶ୍ୱର, ଉଷା ଦେବୀଙ୍କୁ କଟକ ଦାୟିତ୍ୱ
ସୋସିଆଲ ମିଡିଆରେ ଏହି ସମୟର ଫଟୋ ଭାଇରାଲ୍ ହେଉଛି ।
୨୦୨୪ ମିଶନ୍ ପାଇଁ ବିଜେପି ଫୋକସରେ ମୋ ବୁଥ୍, ସବୁଠୁ ମଜଭୁତ୍ ଅଭିଯାନ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ A, B, C ଓ A+ ଫର୍ମୁଲାରେ କାମ ଆରମ୍ଭ କରିଛି। ରାଜ୍ୟ ବିଜେପି ଦଳକୁ ମିଳିଥିବା ଭୋଟ୍ ପ୍ରତିଶତ ଅନୁସାରେ ବୁଥ୍ଗୁଡ଼ିକୁ ଏଭଳି ଗ୍ରେଡେସନ୍ କରାଯାଇ ସେ ସବୁକୁ ଅପଗ୍ରେଡ୍ କରିବା ଉପରେ ଦିଆଯାଉଛି ଫୋକସ୍।
ମୋଦି ସରକାର ଜମ୍ମୁ-କଶ୍ମୀରରେ ଆତଙ୍କୀମାନଙ୍କୁ ସଫା କରିବେ। ଆତଙ୍କବାଦ ହଟାଇବେ। ଆତଙ୍କୀଙ୍କ ହଟସ୍ପଟ ଥିବା ରାଜ୍ୟ ଟୁରିଷ୍ଟଙ୍କ ହଟସ୍ପଟ ହେବ। ଦେଶର ସବୁଠାରୁ ଶାନ୍ତିପୂର୍ଣ୍ଣ ସ୍ଥାନ ହେବ। ଜମ୍ମୁ-କଶ୍ମୀରରେ ଆତଙ୍କବାଦ ନ ହଟିବା ପର୍ଯ୍ୟନ୍ତ ପାକିସ୍ତାନ ସହ କୌଣସି ପ୍ରକାର ଅଲୋଚନା ହେବ ନାହିଁ ବୋଲି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ କହିଛନ୍ତି।
ବିଜେଡିରେ ଗୋଷ୍ଠୀ କନ୍ଦଳ ବି ତୀବ୍ର ହେଉଛି ଟିକଟ୍ ପାଇଁ ଏକାଧିକ ଆଶାୟୀ ଥିବାରୁ ଭିନ୍ନ ଭିନ୍ନ ଗୋଷ୍ଠୀ ଭିନ୍ନ ଭିନ୍ନ ପ୍ରାର୍ଥୀଙ୍କ ପାଇଁ ଲବି ଆରମ୍ଭ କରିଛନ୍ତି ।
ରାଜେନ୍ଦ୍ର ଓ ମୁକ୍ତିକାନ୍ତଙ୍କ ଭିତରେ ଶୀତଳ ଯୁଦ୍ଧ
କଂଗ୍ରେସ କ’ଣ ଶୋଇ ପଡିଛି, ସେ ଆଉ ଉଠିବ ? ବିଜେପି କ’ଣ କଢ଼, ସେ ଆଉ ପୁଟିବ ?
ଏଭଳି ସ୍ଥିତିରେ କଂଗ୍ରେସ ନେତାଙ୍କ ଆଭିମୁଖ୍ୟ କଣ ହେବ ?
ଧାମନଗର ଉପନିର୍ବାଚନ ପାଇଁ ବାଜିଲା ବିଗୁଲ୍। ଆସନ୍ତା ନଭେମ୍ବର ୩ରେ ଭୋଟ୍, ୬ରେ ହେବ ଧାମନଗର ଉପନିର୍ବାଚନ । ଏନେଇ ନିର୍ବାଚନ କମିଶନଙ୍କ ତରଫରୁ ଘୋଷଣା ହୋଇଛି ତାରିଖ । ତେବେ ଅକ୍ଟୋବର ୭ରେ ଏଥିପାଇଁ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି ।
କଂଗ୍ରେସ ସଭାପତି ପଦ ଲାଗି ମୁହାଁମୁହିଁ ୨ ପ୍ରତିଦ୍ୱନ୍ଦ୍ୱୀ
ଧାମନଗର ଉପନିର୍ବାଚନ ପାଇଁ ବାଜିଲା ବିଗୁଲ : ନଭେମ୍ବର ୩ରେ ଭୋଟ୍, ୬ରେ ଗଣତି ଓ ଫଳାଫଳ
ବର୍ଷାରେ ଭିଜି ରାହୁଲ ଭାଷଣ ଦେଉଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।
ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକ ପରେ ଖାଲି ପଡ଼ିଥିବା ଧାମନଗର ବିଧାନସଭା ଆସନ ପାଇଁ ହେବ ଉପନିର୍ବାଚନ। ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ନଭେମ୍ବର ୩ ତାରିଖରେ ହେବ ମତଦାନ। ଅକ୍ଟୋବର ୭ ତାରିଖରେ ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ।
ଗତ କିଛି ଦିନ ଅସୁସ୍ଥ ଥିବା ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ଅବସ୍ଥା ଗୁରୁତର ହୋଇଛି। ୮୨ ବର୍ଷୀୟ ମୁଲାୟମ ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତେବେ ଗତକାଲି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି ।