• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କଂଗ୍ରେସର ଦୁଇ ସଭାପତି ପ୍ରାର୍ଥୀ ମଲ୍ଲିକାର୍ଜୁନ ଖଡ଼ଗେ ଓ ଶିଶୁ ଥରୁରଙ୍କ ମଧ୍ୟରେ ତେଜିବାରେ ଲାଗିଛି ବାକଯୁଦ୍ଧ । ଉଭୟ ଗୋଟିଏ ଚିନ୍ତାଧାରାର ଓ ସେମାନଙ୍କ ମଧ୍ୟରେ କୌଣସି ବିଭେଦ ନାହିଁ ବୋଲି କହୁଛନ୍ତି ଉଭୟ ପ୍ରତିଦ୍ୱନ୍ଦ୍ୱୀ । ତେବେ ସୋନିଆଙ୍କ ପସନ୍ଦ ଖଡ଼ଗେ ଓ ବିରୋଧୀ ଜି-୨୩ ଗୋଷ୍ଠୀର ଥରୁରଙ୍କ ପ୍ରାର୍ଥିତ୍ୱ, କଂଗ୍ରେସରେ ଅନ୍ତରୀଣ ବିବାଦକୁ ଆହୁରି ବଢାଇବ ବୋଲି ଚର୍ଚ୍ଚା ହେଉଛି । ଦୁଇ ନେତାଙ୍କ ମଧ୍ୟରେ ଆକ୍ଷେପ ପ୍ରତିଆକ୍ଷେପରୁ ଏହା ସ୍ପଷ୍ଟ ବାରି ହୋଇପଡୁଛି ।

ଖଡ଼ଗେ ଗତାନୁଗତିକ ଓ ସ୍ଥିତାବସ୍ଥାର ପ୍ରତୀକ । କିନ୍ତୁ କଂଗ୍ରେସରେ ଦରକାର ପରିବର୍ତ୍ତନ । ଭବିଷ୍ୟତ କଥା ଚିନ୍ତାକର, ଥରୁରଙ୍କୁ ମନେ ପକାଅ । ଆଜି ଏଭଳି ଢଙ୍ଗରେ ଟୁଇଟ୍ କରି ପ୍ରତିଦ୍ୱନ୍ଦ୍ୱୀ ମଲ୍ଲିକାର୍ଜୁନ ଖଡ଼ଗେ( M. Kharge )ଙ୍କୁ ଜବାବ ଦେଇଛନ୍ତି ଶଶି ଥରୁର । କଂଗ୍ରେସରେ ଆମୂଳଚୂଳ ପରିବର୍ତ୍ତନ ଦାବି କରୁଥିବା ଗ୍ରୁପ୍-୨୩ର ନେତା ଶଶି ଥରୁର, ଦଳ ସଭାପତି ପଦଲାଗି ମନୋନୟନ ପତ୍ର ଭରିବା ପରେ, ପ୍ରତିକ୍ରିୟା ରଖିଥିଲେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ତଥା ସୋନିଆଙ୍କ ପସନ୍ଦ ମଲ୍ଲିକାର୍ଜୁନ ଖଡ଼ଗେ ।

ସେ କହିଥିଲେ ସହମତି ଭିତ୍ତିରେ ପ୍ରାର୍ଥୀ ଚୟନ ହୋଇଥିଲେ ଭଲ ହୋଇଥାଆନ୍ତା । ତେବେ କଂଗ୍ରେସ ସଭାପତି ପଦ ପ୍ରତିଯୋଗିତାର ନୁହେଁ ବୋଲି କହିଛନ୍ତି ଥରୁର୍ । ତାଙ୍କ ମତରେ କଂଗ୍ରେସ ଏଭଳି ଜଣେ ବ୍ୟକ୍ତିଙ୍କୁ ଚୟନ କରିବା ଦରକାର, ଯିଏ ଦୃଢ଼ତାର ସହ ବିଜେପିକୁ ବିରୋଧ କରିପାରିବ । ଖଡ଼ଗେଙ୍କ ସଂପର୍କରେ ଥରୁର କହିଛନ୍ତି, ଆମ ମଧ୍ୟରେ କୌଣସି ବିଚାରଗତ ବିଭେଦ ନାହିଁ । ତେବେ ବିଜେପିକୁ ବିରୋଧ କରିବା ଲାଗି ଆମ ସହଯୋଗୀମାନେ କେତେ ଦକ୍ଷତାର ସହ ନିଜ ମତ ରଖୁଛନ୍ତି ତାହା ଦେଖିବା କଥା ।

ତେଣେ ନିଜ ପ୍ରଚାର ଆରମ୍ଭ କରି ଥରୁରଙ୍କ କଟାକ୍ଷର ଉତ୍ତର ଦେଇଛନ୍ତି । ଖଡଗେ କହିଛନ୍ତି, କାହାକୁ ବିରୋଧ କରିବା ଲାଗି ସେ ସଭାପତି ପଦ ଲାଗି ଲଢୁନାହାନ୍ତି । ସଭାପତି ପଦଲାଗି ପ୍ରାର୍ଥୀ ହେବାକୁ ଅନେକ ଦଳୀୟ ନେତା ତାଙ୍କୁ ପରାମର୍ଶ ଦେଇଥିଲେ । ତାକୁ ଦୃଷ୍ଟିରେ ରଖି ସେ ପ୍ରତିଦ୍ୱନ୍ଦିତାକୁ ଆସିଛନ୍ତି । କଂଗ୍ରେସକୁ ଶକ୍ତିଶାଳୀ କରିବା ଓ ବିଜେପିର ମୁକାବିଲା ତାଙ୍କର ପ୍ରମୁଖ ଲକ୍ଷ୍ୟ ବୋଲି ଖଡ଼ଗେ କହିଛନ୍ତି ।