ଧାମନଗର ରାୟ କେବଳ ବିଜେଡିର ବିଜୟ ଧାରାରେ ବ୍ରେକ୍ ଲଗାଇନି, ଭବିଷ୍ୟତର ରାଜ୍ୟ ରାଜନୀତି, ବିଶେଷ କରି ୨୦୨୪ ନିର୍ବାଚନ ପାଇଁ ଦେଇଛି ବ଼ଡ ସଂକେତ
ଧାମନଗରରେ ଫେଲ୍ ମାରିଲା ନବୀନଙ୍କ ମ୍ୟାଜିକ୍ । ଭୁଲ୍ ହୋଇଗଲା ବିଜେଡିର ଅଙ୍କକଷା । ନିଜ ଗଡ଼ ରଖିବାକୁ ସମର୍ଥ ହୋଇଛି ବିଜେପି । ବାପାଙ୍କ ଠାରୁ ଅଧିକ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି ସୂର୍ଯ୍ୟବଂଶୀ ସୂରଜ ।
୨୭ ବର୍ଷୀୟ ସୂର୍ଯ୍ୟବଂଶୀ ସୂରଜ । ସର୍ବକନିଷ୍ଠ ବିଧାୟକ ଭାବେ ସେ ଯିବେ ବିଧାନସଭା । ଇଂଜିନିୟରିଂରୁ ରାଜନୀତିକୁ ଆସିଥିବା ସୂରଜ, ସବୁବେଳେ ରହିଛନ୍ତି ଧାମନଗରବାସୀଙ୍କ ସହ । ଆଉ ଧାମନଗର ବାସୀ ମଧ୍ୟ ଆଶୀର୍ବାଦ ସ୍ୱରୁପ ଭୋଟ୍ ଓଜାଡି ଦେଇଛନ୍ତି ସୂରଜଙ୍କ ଉପରେ ।
ଭୋଟ୍ ବେଳେ ନୋଟ୍ ବଣ୍ଟା ଅଭିଯୋଗ ତ ସବୁ ନିର୍ବାଚନ ସମୟରେ ହୁଏ । ତେବେ ଏଥର ଧାମନଗରରେ ଯାହା ହେଉଛି ତାହା ପୂର୍ବରୁ କେବେ ଘଟିନଥିଲା । ସରକାରୀ ଦଳକୁ ସମର୍ଥନ କରିବା ଲାଗି ନା କେବଳ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ବ୍ୟବହାର କରାଯାଉଛି, ବରଂ ସେମାନଙ୍କ ଦ୍ୱାରା ଖୋଲାଖୋଲି ଟଙ୍କା ବଣ୍ଟା ଯାଉଛି ।
ଧାମନଗର ଉପନିର୍ବାଚନ ଲାଗି ଆଜି ହୋଇପାରେ ଅନ୍ୟ ଦଳର ପ୍ରାର୍ଥୀ ଘୋଷଣା । ଆଜି ସକାଳ ୧୧ଟା ୫ ମିନିଟରେ ସୂର୍ଯ୍ୟବଂଶୀ ସୂରଜ ନିଜର ନାମାଙ୍କନ ପତ୍ରକୁ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିର୍ବାଚନ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ପ୍ରଦାନ କରିବେ ।
ଆସନ ଗୋଟିଏ, ହେଲେ ଦାବିଦାର ଅନେକ। କାହାକୁ ଦିଆଯିବ ଟିକେଟ୍? କେମିତି ସନ୍ତୁଷ୍ଟ ହେବେ ଅସନ୍ତୁଷ୍ଟ ନେତା?