/odishatv-khabar/media/post_attachments/uploadimage/library/16_9/16_9_0/IMAGE_1664788434.jpg)
Rahul Gandhi
ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ଖୁବ୍ ଚର୍ଚ୍ଚାରେ ରହିଛି । ସାରା ଦେଶରେ ଏହାକୁ ନେଇ ଆଲୋଚନା ମଧ୍ୟ କରାଯାଉଛି । ଇତି ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ବର୍ଷା, ବିଜୁଳି ଓ ଘଡ଼ଘଡ଼ିକୁ ଖାତିର ନକରି ଲୋକଙ୍କୁ ଭାଷଣ ଦେଉଥିବାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଘୁରି ବୁଲୁଛି ।
ଭୀଷଣ ବର୍ଷା, ପ୍ରବଳ ବିଜୁଳି ଓ ଘଡ଼ଘଡ଼ି ସତ୍ତ୍ୱେ ଗାନ୍ଧି ଜୟନ୍ତୀରେ ଭାରତ ଯୋଡ଼ୋ କାର୍ଯ୍ୟକ୍ରମ ମାଧ୍ୟମରେ କର୍ଣ୍ଣାଟକର ମୈଶୂରରେ ଆୟୋଜିତ କାର୍ଯ୍ୟକ୍ରମରେ ରାହୁଲ ଭାଷଣ ଦେଇଥିଲେ। ପ୍ରତିକୂଳ ପାଗ ସତ୍ତ୍ୱେ ରାହୁଲଙ୍କ ଭାଷଣ ଶୁଣିବା ପାଇଁ ପ୍ରବଳ ଗହଳି ହୋଇଥିଲା। ମୈଶୂରରେ ହେଉଥିବା ବର୍ଷା, ବିଜୁଳିକୁ ଖାତରି ନକରି ନିଜ ନେତାଙ୍କୁ ଦେଖିବାକୁ କଂଗ୍ରେସ କର୍ମୀଙ୍କ ବେଶ୍ ଗହଳି ହୋଇଥିଲା ।
ବର୍ଷାରେ ଭିଜି ଭାଷଣ ଦେଉଥିବା ଭିଡିଓକୁ ଖୋଦ୍ କଂଗ୍ରେସ ନେତା ରାହୁଲ ଗାନ୍ଧି ଟ୍ୱିଟ୍ କରିଛନ୍ତି । ସେ ଲେଖିଛନ୍ତି ଯେ, ‘କେହି ବି ଭାରତ ଯୋଡ଼ୋ ଯାତ୍ରାକୁ ଅଟକାଇ ପାରିବେ ନାହିଁ। ଦେଶକୁ ରକ୍ଷା କରିବା ପାଇଁ ନାରାବାଜି ବେଳେ ଆମକୁ କେହି ବାଧା ଦେଇପାରିବେନି । ଆମର ଏହି ଯାତ୍ରା କଶ୍ମୀରରୁ କନ୍ୟାକୁମାରୀ ଯାଏଁ ହେବ, ଏହାରି ମଧ୍ୟରେ କେହି ବି ଆମକୁ ଅଟକାଇ ପାରିବେ ନାହିଁ’ ।
भारत को एकजुट करने से,
हमें कोई नहीं रोक सकता।भारत की आवाज़ उठाने से,
हमें कोई नहीं रोक सकता।कन्याकुमारी से कश्मीर तक जाएगी, भारत जोड़ो यात्रा को कोई नहीं रोक सकता। pic.twitter.com/sj80bLsHbF
— Rahul Gandhi (@RahulGandhi) October 2, 2022
ମୈଶୁରରରେ ପ୍ରବଳ ବର୍ଷା ସତ୍ତ୍ୱେ ରାହୁଲଙ୍କୁ ଶୁଣିବାକୁ ଆସିଥିବା ଶତାଧିକ ଲୋକଙ୍କ ମଧ୍ୟରେ ବିଜୁଳିର ତରଙ୍ଗ ଭରିଥିଲେ ରାହୁଲ । ଘୃଣା, ବିଦ୍ୱେଷ, ବେକାରୀ ଉପରେ ଭାଷଣ ଦେଇ ଦେଶକୁ ଏକାଠି କରିବାକୁ କୌଣସି ଶକ୍ତି ଅଟକାଇପାରିବ ନାହିଁ ବୋଲି ସେ କହିଥିଲେ । ସୂଚନା ଯୋଗ୍ୟ, କଂଗ୍ରେସ ପକ୍ଷରୁ ଗତ ସେପ୍ଟମ୍ବର ୭ରୁ ଭାରତ ଯୋଡ଼ୋ ଯାତ୍ରା ଆରମ୍ଭ ହୋଇଛି।
କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଭାରତ ଯୋଡ଼ୋ ଯାତ୍ରା ୧୫ ଦିନରେ ୩୫୦୦ କିମି ଅତିକ୍ରମ କରିବ। ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଆରମ୍ଭ ହୋଇଥିବା ଏହି ପଦଯାତ୍ରା କନ୍ୟାକୁମାରୀରେ ଏକ ମେଗା ରାଲିରୁ ଆରମ୍ଭ ହୋଇଛି । ଏହି ଯାତ୍ରାର କୌଣସି ରାଜନୈତିକ ଉଦ୍ଦେଶ୍ୟ ନାହିଁ ଏବଂ ଦେଶକୁ ଏକତା ସୂତ୍ରରେ ବାନ୍ଧି ରଖିବା ହିଁ ଏହାର ମୂଳ ଉଦ୍ଦେଶ୍ୟ ବୋଲି କୁହାଯାଇଛି। ଏହି ପଦଯାତ୍ରା ସମୟରେ ଲୋକଙ୍କ ସହିତ ଦରବୃଦ୍ଧି, ବେକାରୀ ଏବଂ ମୁଦ୍ରାସ୍ଫୀତି ଆଦି ପ୍ରସଙ୍ଗରେ ସଂପର୍କ ସ୍ଥାପନ କରାଯାଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)