Advertisment

ବିଜେଡିର ନୂଆ ଜିଲ୍ଲା ପର୍ଯ୍ୟବେକ୍ଷକ ତାଲିକା ଘୋଷଣା : ବାଦ୍ ପଡ଼ିଲେ ସମୀର, ସୁବାସ, ତୁଷାର

ପ୍ରଶାନ୍ତ ମୁଦୁଲି ଅନୁଗୁଳ, ପ୍ରତାପ ଦେବ ବାଲେଶ୍ୱର, ଉଷା ଦେବୀଙ୍କୁ କଟକ ଦାୟିତ୍ୱ

author-image
Prangyan Parimita
ଅଦ୍ୟତନ ହୋଇଛି
bjd

bjd

ଘୋଷଣା ହେଲା ବିଜେଡିର ଜିଲ୍ଲା ପର୍ଟ୍ୟବେକ୍ଷକ ତାଲିକା । ବିଜେଡି ଜିଲ୍ଲା ପର୍ଟ୍ୟବେକ୍ଷକ ତାଲିକାରୁ ବାଦ୍ ପଡ଼ିଲେ ବଡ଼ ନେତା । ମନ୍ତ୍ରୀ ସମୀର ରଂଜନ ଦାଶ, ତୁଷାରକାନ୍ତି ବେହେରା, କଟକ ମେୟର ସୁବାସ ସିଂହ, ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟ ବାଦ୍ ପଡିଛନ୍ତି । ସେହିପରି ଅରୁଣ ସାହୁ, ଟୁକୁନି ସାହୁ, ରୋହିତ ପୂଜାରୀଙ୍କୁ ମିଳିଲା ପର୍ଯ୍ୟବେକ୍ଷକ ଦାୟିତ୍ୱ । ଅରୁଣଙ୍କୁ ଜଗତସିଂହପୁର, ଟୁକୁନିଙ୍କୁ ନୂଆପଡ଼ା, ରୋହିତଙ୍କୁ ସୁବର୍ଣ୍ଣପୁର ଦାୟିତ୍ୱ ପ୍ରଶାନ୍ତ ମୁଦୁଲି ଅନୁଗୁଳ, ପ୍ରତାପ ଦେବ ବାଲେଶ୍ୱର, ଉଷା ଦେବୀଙ୍କୁ କଟକ ଦାୟିତ୍ୱ ମିଳିଛି ।

Advertisment

ତେବେ କେଉଁ କେଉଁ ନେତା ମାନଙ୍କୁ କେଉଁ କେଉଁ ଜିଲ୍ଲାର ଦାୟିତ୍ୱ ଦିଆଯାଇଛି, ଦେଖନ୍ତୁ .. 

bjdବିଜେଡି ପର୍ଯ୍ୟବେକ୍ଷକ ତାଲିକା
 

 ୦୨୪ରେ ସାଧାରଣ ନିର୍ବାଚନ ପାଇଁ  ସବୁ ରାଜନୈତିକ ଦଳ ସଂଗଠନ ସଜାଡ଼ିବା ସହ କ୍ଷେତ୍ର ପ୍ରସ୍ତୁତ ଆରମ୍ଭ କରି ଦେଇଛନ୍ତି । ଏହି କ୍ରମରେ ବିଜେଡି ମଧ୍ୟ ପ୍ରୟାସ ଆରମ୍ଭ କରିଦେଇଛି । ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରି ଭୋଟରଙ୍କ ମନ ଜିଣିବା ପାଇଁ  ଉଦ୍ୟମ କରାଯାଉଛି । ଆଉ ଏବେ ନୂଆ ଜିଲ୍ଲା ପର୍ଯ୍ୟବେକ୍ଷକ ତାଲିକା ଘୋଷଣା କରି ସଂଗଠନକୁ ଆହୁରି ମଜଭୁତ କରିବା ପାଇଁ ଚେଷ୍ଟା କରୁଛି ଦଳ । 

Advertisment
BJD District Observers
Advertisment
Advertisment