Advertisment

କହୁ କହୁ କହିଦେଲେ ପ୍ରମିଳା, ‘ବିଜେପିର ଫୁଟିବନି କି କଂଗ୍ରେସ ଉଠିବନି’

କଂଗ୍ରେସ କ’ଣ ଶୋଇ ପଡିଛି, ସେ ଆଉ ଉଠିବ ? ବିଜେପି କ’ଣ କଢ଼, ସେ ଆଉ ପୁଟିବ ?

author-image
Satyendu Shekher Mishra
Pramila Mallik

Pramila Mallik

ବରମୁଣ୍ଡା ପଡିଆରେ ବିଜେଡିର ପ୍ରତିନିଧୀ ସମ୍ମିଳନୀରେ କହୁ କହୁ ଏମିତି କିଛି କହିଦେଲେ ଯେ ଯାହାକୁ ନେଇ ବିବାଦ ଘେରକୁ ଆସିଛନ୍ତି ବିଜେଡିର ବରିଷ୍ଠ ନେତ୍ରୀ ତଥା ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ୨ ଦିନିଆ କର୍ମୀ ସମ୍ମିଳନୀରେ ପ୍ରମିଳା କହିଛନ୍ତି, କିଛି ନେତା କେବଳ ଆମକୁ ଗାଳି ଦେଉଛନ୍ତି । ହେଲେ କିଛି ଲାଭ ହେବନି । ଏଇଠି ଯାହା ହୋଇଛି କେବଳ ନବୀନ ବାବୁଙ୍କ ପାଇଁ ହୋଇଛି । ଅନ୍ୟମାନେ ଆସିବେ ଆପଣଙ୍କୁ ମିଛ ପ୍ରତିଶ୍ରୁତି ଦେଇ ଭୋଟ୍‌ ନେବେ। ହେଲେ କିଛି ଲାଭ ମିଳିବ ନାହିଁ ।

Advertisment

ଖାଲି ଏତିକି ନୁହେଁ ବରଂ ଗତ ନିର୍ବାଚନରେ ସେ କୁଆଡେ ବିଭିନ୍ନ କାନ୍ଥରେ ଦେଖିଥିଲେ କି ବିଜେପି ୧୨୦ ହେବ ଏବଂ କଂଗ୍ରେସ ଉପରକୁ ଉଠିବ । ଏହି ଲେଖାକୁ କଟାକ୍ଷ କରି ପ୍ରମିଳା କହିଛନ୍ତି କି, ବିଜେପି କଣ ଗୋଟାଏ କଢ଼ ସେ ଫୁଟିବ ? ନାଁ କଂଗ୍ରେସ ଶୋଇ ପଡିଛି ପୁଣି ଉଠିବ ? ଯାହାକୁ ନେଇ ସଭା ମଂଚରେ କିଛି ସମୟ ପାଇଁ ହାସ୍ୟପରିବେଶ ସୃଷ୍ଟି ହୋଇଥିଲା ।

ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଓଡିଶା ଗସ୍ତ ସମୟରେ ବିଜେଡି ବି କରିଥିଲା ବିଶାଳ କାର୍ଯ୍ୟକ୍ରମର ଆୟୋଜନ । ଆଉ ଏଠାରେ ନେତା ଓ କର୍ମୀଙ୍କୁ ଗୁରୁମନ୍ତ୍ର ଦେବା ପାଇଁ ଅଂଟା ଭିଡିଥିଲେ ଦଳର ବରିଷ୍ଠ ନେତା ଓ କର୍ମୀ । କେମିତି ନିର୍ବାଚନରେ ବିଜୟ ହେବେ ସେନେଇ ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର ଦେଉ ଦେଉ ଏତେ ଅଧିକ ଉତ୍ସାହିତ ହୋଇ ପଡିଥିଲେ ମନ୍ତ୍ରୀ ଯେ, କହୁ କହୁ ବିଜେପିକୁ କଢ଼ ଓ କଂଗ୍ରେସକୁ ଶୋଇ ପଡିଛି ଆଉ ଉଠିବନି ବୋଲି କହିଦେଇଥିଲେ ପ୍ରମିଳା । ତେବେ ବିଜେଡି-ବିଜେପି ତୁ ତୁ ମେଁ ମେଁ ଭିତରେ ପ୍ରମିଳାଙ୍କ ଏହି ବ୍ୟକ୍ତବକୁ ନେଇ ରାଜନୀତି ଜୋର ଧରିଛି ।

Advertisment

BJD BJP Odisha Politics Pramila Mallik
Advertisment
Advertisment